ମୃ-ତ୍ୟୁ ପରେ ବି ଆସୁଛନ୍ତି ମୋ ସ୍ୱାମୀ , କିନ୍ତୁ ଅନ୍ଧ ବିଶ୍ୱାସ ନୁହେଁ । ଏମିତି କିଛି ମିଡିଆରେ କହିଲେ ସଂଘମିତ୍ରା ପଣ୍ଡା ।

ୟୁଟ୍ୟୁବରେ କ୍ୟାନ୍ସର ଜର୍ନି ନାମକ ଏକ ଚ୍ୟାନେଲରେ ଭିଡ଼ିଓ ପୋଷ୍ଟ କରୁଥିବା ସଂଘମିତ୍ରା ପଣ୍ଡା ଏବଂ ତାଙ୍କ ସ୍ୱାମୀଙ୍କୁ ପୂର୍ବରୁ ସାଥିରେ ଭିଡ଼ିଓ ବନାଉ ଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସଂଘମିତ୍ରା ଏକାକୀ ଭିଡ଼ିଓ ବନାଉଛନ୍ତି ଆଉ ତାଙ୍କ ସହିତ ତାଙ୍କ ସ୍ୱାମୀ ନାହାଁନ୍ତି । ଗତ ୧୮ ତାରିଖ ତାଙ୍କର ଦେ-ହାନ୍ତ ହୋଇଥିଲା । ଆଉ ବର୍ତ୍ତମାନ ପୁରା ପରିବାର ଅର୍ଥାତ ମା’ ଏବଂ ଦୁଇ ପୁଅ ବାପାଙ୍କୁ ଝୁରି ଝୁରି ଦିନ କା-ଟୁଛନ୍ତି । ସଂଘମିତ୍ରା କହିଛନ୍ତି ଯେ ଯେଉଁଦିନ ତାଙ୍କ ସ୍ୱାମୀଙ୍କର ଦେ-ହାନ୍ତ ହେଲା ସେହିଦିନ ତାଙ୍କ ସାନ ପୁଅ କ୍ରିଷ୍ଣାଙ୍କୁ କଲ କରି ତାଙ୍କ ବାପାଙ୍କୁ ଯେତେ ଜୋର ସମ୍ଭବ ଡାକିବାକୁ କହିଥିଲେ । କିନ୍ତୁ ପୁଅ ଯେତେ ଡାକିଲେବି ବାପା ଉଠି ନଥିଲେ ।

ଆଉ ଯେତେବେଳେ ତାଙ୍କୁ ସତ୍କାର ପାଇଁ ମଶାଣୀକୁ ନେଇଯାଉଥିଲେ ସେତେବେଳେ ତାଙ୍କୁ ସାହାଯ୍ୟ କରିବାକୁ ତ ଦୂରର କଥା ତାଙ୍କ ସ୍ୱାମୀଙ୍କୁ ଦେଖିବାକୁ କେହିବି ପଡ଼ୋଶୀ ଆସି ନଥିଲେ । କେବଳ ଦୁଇ ଜଣ ବ୍ୟକ୍ତିଙ୍କୁ ଛାଡ଼ି ଆଉ କେହିବି ତାଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇ ନଥିଲେ । ଆଉ ସ୍ୱାମୀଙ୍କ ଦେହାନ୍ତର ଆଗାମୀ ଦିନ ଯେତେବେଳେ ସଂଘମିତ୍ରା ଆଉ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଲୋକେ ତାଙ୍କୁ ବିଭିନ୍ନ କଥା କହିଥିଲେ ଯେ ସ୍ୱାମୀଙ୍କ ମୃ-ତ୍ୟୁ ଦୁଃ-ଖରେ କିଭଳି ଜଣେ ସ୍ତ୍ରୀ ଏଭଳି ଭିଡ଼ିଓ ବନାଇ ପାରିବ । ଯାହା ତାଙ୍କୁ ଖୁବ କଷ୍ଟ ଦେଇଥିଲା । କହିବାକୁ ଗଲେ ଘରର ମୁଖିଆଙ୍କ ମୃ-ତ୍ୟୁ ପରେ ଘର ଚଳାଇବା ଦାୟିତ୍ୱ ମା’ର ରହିଛି ।

ନିଜର ଦୁଇ ପୁଅକୁ ପୋଷିବା ପାଇଁ ସେ କଣ ଚୁପ ହୋଇ ବସିବେ ? ପୁଣି ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃ-ତ୍ୟୁ ପରଦିନ ଯେତେବେଳେ ସେ ବାହାରକୁ ଯାଇଥିଲେ ସେତେବେଳେ ପଡ଼ୋଶୀ ସବୁ ସ୍ତ୍ରୀ ଲୋକ ତାଙ୍କ ମୁହଁ ଦେଖିବେନି ବୋଲି ମୁହଁରେ କବାଟ ବନ୍ଦ କରି ଦେଇଥିଲେ । କାରଣ ଲୋକଙ୍କ ବିଶ୍ୱାସ ଯେ ବିଧବାର ମୁହଁ ଦେଖିଲେ କୁଆଡ଼େ ସେ ବିଧବା ହୋଇଯିବ । କିନ୍ତୁ ବାସ୍ତବରେ ସେମିତି କିଛିବି ନୁହେଁ ।

ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ଯେଉଁ ସ୍ତ୍ରୀ ଲୋକ ମନେ ତାଙ୍କୁ ଡାକି କଥା ହେଉଥିଲେ ସେମାନେ ପୁରାପୁରି ବଦଳି ଯାଇଛନ୍ତି । ତେବେ ସେ ଏକ ଆଶ୍ଚର୍ଯ୍ୟ ଜନକ କଥାର ଖୁଲାସା କରିଛନ୍ତି ଯେ ତାଙ୍କ ସ୍ୱାମୀ ଏବେବି ତାଙ୍କ ଘରେ ଉପସ୍ଥିତ ଅଛନ୍ତି । ଯାହାକି ଲୋକେ ଅନ୍ଧବିଶ୍ୱାସ କହୁଛନ୍ତି । କିନ୍ତୁ ସେ କହିଛନ୍ତି ଯେ କେବଳ ସିନ୍ଦୁର ଏବଂ ହାତରେ ଶଙ୍ଖା ପିନ୍ଧିଲେ କେହିବି କାହାର ସ୍ତ୍ରୀ ହୋଇ ଯାଏନି । କାରଣ ଜଣକୁ ଅନୁଭବ କରିପାରୁଥିବା ଭଳି ମଣିଷ ଦରକାର ।

Leave a Reply

Your email address will not be published. Required fields are marked *