ନିର୍ବାଚନ ଜିତିବା ପରେ ଏବେ ଛେଳି ଚରାଉଛନ୍ତି, କ୍ଷମତାରେ ଥାଇ ବି ପାଖରେ ନାହିଁ ଘର, ଗରିବିରେ ….।

ନିର୍ବାଚନ ହେଲା ଲୋକେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ ଗାଁ ଠାରୁ ପରିବାର ସମସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ଛିଡା ହୋଇଛନ୍ତି ସେ। ସୁଖ ଦୁଃଖର ଭାଗିଦାର ହୋଇଛନ୍ତି। ଅଭାବିକୁ ସାହାରା ଘର ନଥିଲେ ଘର ଖଣ୍ଡେ ପାଇଁ ଲଢେଇ କରୁଛନ୍ତି। ହେଲେ ନିଜେ ଛେଳି ଚରାଉଛନ୍ତି। ନାଁ ଘର ଅଛି ନାଁ ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟ ମିଳୁଛି। ଅଭାବ ଅନାଟନରେ ଜୀବନ ବିତାଉ ଛନ୍ତି। ସାହାରା ପାଲଟିଛନ୍ତି ଛେଳିମାନେ। ସେଥିପାଇଁ ତ ସମିତି ସଭ୍ୟାରୁ ପାଲଟି ଯାଇଛନ୍ତି ଛେଳି ଚୋରାଳି।

ହଁ ଆଜ୍ଞା ଆମେ ଆପଣଙ୍କୁ ଜଣାଉଛୁ ପୁରୀ ଜିଲ୍ଲା କାକଟପୁରରୁ ଉଧଗାଁ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟାରୁ ମିନରଭା ମହାରଣାଙ୍କ କଥା। ସମିତି ସଭ୍ୟ ହୋଇ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ। ଆଉ ଘରେ ରହିଛନ୍ତି ଦିବ୍ୟଙ୍ଗ ସ୍ୱାମୀ। ଏଥିରୁ ଭାବି ପାରୁଥିବେ ତାଙ୍କର ଜୀବନ ଯାପନ କେଉଁଭଳି ଭାବେ ବ୍ୟତିତ ହେଉଥିବ। ତେବେ ଭାବନ୍ତୁ ସେ କେତେ ସ୍ୱାଭିମାନି। ସମିତି ସଭ୍ୟା ହୋଇ ମଧ୍ୟ ସେ କେବେବି ସରକାରୀ ସୁବିଧାର ଫାଇଦା ଉଠାଇବାକୁ ଚାହିଁ ନାହାଁନ୍ତି। ସବୁବେଳେ ଲୋକମାନଙ୍କର ଚିନ୍ତା କରି ଚାଲିଛନ୍ତି। ସେ ଜଣେ ଭୂମିହୀନ। ନିଜେ ଲୋକଙ୍କ ପ୍ରତିନିଧି ହୋଇ ଲୋକଙ୍କର ଚିନ୍ତା କରି ଚାଲିଛନ୍ତି। ସେ ଜଣେ ଭୂମିହୀନ ନିଜେ ଲୋକଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିକୁ ଯାଇଛନ୍ତି ସତ ଅନ୍ୟ ମାନଙ୍କ ଆବାସ ପାଇଁ ପ୍ରଶାସନକୁ ଦାବି ଜଣାଇଛନ୍ତି କିନ୍ତୁ ଆଜି ବି ସେ ଭଙ୍ଗା ରୁଜା ଅସଜଡ଼ା ଇଟା କାନ୍ଥ ଭିତରେ କାଟୁଛନ୍ତି ଜୀବନ।

କହିବେ ବେ ବା କାହାକୁ ନିଜ ପାଇଁ କହିଲେ ପରା ଅଞ୍ଚଳବାସୀ ତାଙ୍କୁ ସ୍ୱାର୍ଥପର ବୋଲି କହିବେ। ସେଥିପାଇଁ ସେ ଏପର୍ଯ୍ୟନ୍ତ ନିଜ କଥା ଚିନ୍ତା କରି ନାହାଁନ୍ତି। ଆର୍ଥିକ ସ୍ଥିତି କହିଲେ ସରକାରୀ ଭତା।ସେ ପୁଣି ସମୁଦ୍ରକୁ ଶଙ୍ଖେ। ତଥାପି ଥକି ନାହାଁନ୍ତି ମିନର୍ଭା। ସେହି ପରିସ୍ଥିତିରେ ବି ଲୋକଙ୍କ ଗୁହାରି ଶୁଣିବାକୁ ପଛେଇ ନାହାନ୍ତି। ଭୋଟ ପାଇଛନ୍ତି ଯେତେବେଳେ ନିଜ ପଞ୍ଚାୟତର ଲୋକମାନଙ୍କର ଭଲ ମନ୍ଦ ବୁଝିବେନି ବା କେମିତି। ଆଉ କିଛି ଛେଳି କିଣି ତାକୁ ଲାଳନ ପାଳନ କରୁଛନ୍ତି। ସେଥିରେ ଯାହା ଦୁଇ ପଇସା ରୋଜଗାର ହେବ ସେଥିରେ ସେଥିରେ ପୁଅକୁ ପାଠ ପଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

କିନ୍ତୁ ଅର୍ଥ ଲୋଭରେ କେବେବି ରାଜନୈତିକ ଫାଇଦା ଉଠାଇନାହାନ୍ତି ମିନରଭା। ସତରେ ମିନରଭା ତୁମେ ହେଉଛ ମହାନ। ନାରୀ ଜାତି ପାଇଁ ତୋମେ ସାଜିଛ ଉଦାହରଣ। ଦୁହିତା ଦୁଇ କୂଳକୁ ହିତା ଏହି କଥାଟିର ବାସ୍ତବ ଚିତ୍ର ହେଉଛନ୍ତି ଆପଣ। ଯିଏ ନିଜେ ଦୁଃଖର ରହି ଅନ୍ୟ ମାନଙ୍କ ସୁଖ ପାଇଁ ସଦାସର୍ଵଦା ଚେଷ୍ଟା କରି ଆସିଛି ନିଜର ଗୋଟିଏ ଆବାସ ନାହିଁ କିନ୍ତୁ ଅନ୍ୟ ମାନେ କେମିତି ସରକାରୀ ସାହାର୍ଯ୍ୟ ପାଇବେ ସେଥିପାଇଁ ସଦାସର୍ଵଦା ଚେଷ୍ଟା କରି ଆସୁଛନ୍ତି। ସରକାର ଓ ପ୍ରଶାସନ ପାଖରେ ଅଞ୍ଚଳବାସୀଙ୍କ ଦାବି ଯେ ଆମ ସମିତି ସଭ୍ୟା ମିନରଭାଙ୍କୁ ଆବାସ ଯୋଜନା ଯୋଗାଇ ଦିଆଯାଉ।

Leave a Reply

Your email address will not be published. Required fields are marked *