ଯାଜପୁର ମା’ ଝିଅ ଟ୍ରକ ଦୁର୍ଘ-ଟଣାରେ ସତ କହିଲେ ପ୍ରତ୍ୟେକ୍ଷଦର୍ଶୀ , ପ୍ଲାନ କରିହିଁ ଚଢ଼ାଇ ଦେଲେ ଟ୍ରକ :-

ଗତକାଲି ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଯାଜପୁର ଟ୍ରକ ଦୁର୍ଘ-ଟଣାରେ ଦୁଇ ମା’ ଝିଅଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ସମସ୍ତେ ହିଁ ଭାବୁଥିଲେ ଯେ ତାହା ଏକ ଦୁର୍ଘ-ଟଣା ଅଟେ । କିନ୍ତୁ ତଦନ୍ତରୁ ଜଣା ପଡ଼ିଛି ଯେ ତାହା ଦୁର୍ଘ-ଟଣା ନୁହେଁ ବରଂ ଏକ ହ-ତ୍ୟା । ଜଣେ ଟ୍ରକ ଚାଳକ ଜାଣିଶୁଣି ମା’ ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲେ । ସେହି ମାମଲା ବିଷୟରେ ବର୍ତ୍ତମାନ କିଛି ବ୍ୟକ୍ତି ସତ ପ୍ରକାଶ କରିଛନ୍ତି ।

ତେବେ ପ୍ରକୃତ ଘଟଣା ଏହା ଯେ ମା’ ଝିଅ ଯାଜପୁରକୁ ଫେରୁଥିବା ସମୟରେ ପାଖ ଏକ ସିମେଣ୍ଟ ଦୋକାନ ସାମ୍ନାରେ ଛିଡ଼ା ହୋଇଥିଲେ । ସେଠାରେ ଏକ ଟ୍ରକ ମଧ୍ୟ ଛିଡ଼ା ହୋଇଥିଲା । ମା’ ଝିଅ ଏବଂ ଟ୍ରକ ଚାଳକଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଦ୍ୱାରା ଝିଅ ଟ୍ରକ ଚାଳକଙ୍କୁ ଜୋତାରେ ମଧ୍ୟ ବାଡେଇ ଥିଲା । ତେବେ ସେତିକି ବେଳେ ମା ( ଶ୍ରୀତିକା ଚକ୍ରବର୍ତ୍ତୀ ) ଜଣେ ଲୋକଙ୍କ ପାଖକୁ ଆସି ସବୁ କଥା କହିଥିଲେ । ବାସ୍ତବରେ କିଛି ସମୟ ପୂର୍ବରୁ ରାସ୍ତାରେ ମା’ ଝିଅ ଟ୍ରକକୁ ସାଇଡ଼ ଦେଇ ପାରି ନଥିବାରୁ ଟ୍ରକ ଚାଳକ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା ।

ଯାହାକୁ ନେଇ ଶ୍ରୀତିକା ଚକ୍ରବର୍ତ୍ତୀ ଏବଂ ଝିଅ ଲିପିକା ଚକ୍ରବର୍ତ୍ତୀ ପାଟିତୁଣ୍ଡ କରିଥିଲେ । ମାତ୍ର ସେଠାକାର ଲୋକେ ଉଭୟଙ୍କ ମଧ୍ୟରେ ସମାଧାନ କରି ପଠାଇ ଥିଲେ । କିନ୍ତୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଉକ୍ତ ମା’ ଝିଅଙ୍କ ଦୁର୍ଘ-ଟଣା ଖବର ଆସିଥିଲା ଏବଂ ସେହି ଟ୍ରକ ଦ୍ୱାରା ହିଁ ସେମାନଙ୍କ ଦୁର୍ଘ-ଟଣା ହୋଇଥିଲା । ଯାହାକୁ ନେଇ ଲୋକେ ସନ୍ଦେହ କରିଛନ୍ତି ଯେ ଟ୍ରକ ଡ୍ରାଇଭର ଜଣକ ଜାଣିଶୁଣି ହିଁ ଦୁର୍ଘଟଣା କରାଇଛନ୍ତି ।

 

ଜଣେ ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ ମା’ ଝିଅ ଏବଂ ଟ୍ରକ ଚାଳକଙ୍କ ବଚସା ସମୟରେ ଟ୍ରକ ଚାଳକ ଜଣକ ଅଧିକ ପ୍ରତିବାଦ କରୁନଥିଲେ । ବୋଧହୁଏ ସେ ତାଙ୍କ ଉପରେ ଟ୍ରକ ଚଢ଼ାଇ ଦେଇ ଥିବାର ନିଷ୍ପତ୍ତି ନେଇ ସାରିଥିଲେ । ଏବଂ ତାଙ୍କ ହାବଭାବରୁ ମଧ୍ୟ ଠିକ ସେମିତି ଲାଗୁଥିଲା । ନିଜ କ୍ରୋଧ ଏତେ ଚରମ ସୀମାରେ ପହଞ୍ଚିଗଲା ଯେ ଟ୍ରକ ଡ୍ରାଇଭର ମା’ ଝିଅଙ୍କ ପିଛା କରିଥିଲା ଏବଂ ଶେଷରେ ତାଙ୍କ ଉପରକୁ ଟ୍ରକ ମଧ୍ୟ ଚଢ଼ାଇ ଦେଇଥିଲା । ବର୍ତ୍ତମାନ ଏହି ସନ୍ଦେହ ପ୍ରକାଶ ପାଇବା ପରେ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *