ଏହି ଭୁଲ୍ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ପିଲା , ଜାଣି ନିଅନ୍ତୁ ଏହା ପଛର କାରଣ

ଆମେ ସମସ୍ତେ ଯାଆଁଳା ପିଲା ଦେଖିଥିବା । ସେମାନଙ୍କୁ ଦେଖିଲେ ବହୁତ ଭଲ ଲାଗିଥାଏ । ସେମାନେ ଦେଖିବାକୁ ବି ବହୁତ ସୁନ୍ଦର ହୋଇଥାନ୍ତି ଆଉ ପୁରାପୁରି ଏକା ଭଳି ଦେଖା ଯାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ କଥା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ଜାଣିବା ନିହାତି ଦରକାର । ଯାଆଁଳା ପିଲା କେଉଁ କାରଣ ପାଇଁ ଜନ୍ମ ହୋଇଥାନ୍ତି । ବାପା ମାଆଙ୍କର କେଉଁ ଭୁଲ୍ ରହିଥାଏ , ଯାହା ପାଇଁ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି ।

ତେବେ ଆସନ୍ତୁ ଆଜି ଆମେ ସେ ବିଷୟରେ ଜାଣିନେବା । ଗର୍ଭ ଧାରଣ ସମୟରେ ଏଭଳି କେଉଁ ଭୁଲ୍ ପାଇଁ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି । ତେବେ ପ୍ରଥମତଃ କହିବାକୁ ଗଲେ , ପରିବାରର ଯଦି ଆଉ କାହାର ପୂର୍ବରୁ ଯାଆଁଳା ପିଲା ଥିବ , ତେବେ ମହିଳାଙ୍କ ଠାରେ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ ।

ଗ୍ରାମାଞ୍ଚଳରେ କୁହାଯାଏ କି , ଗର୍ଭବତୀ ମହିଳା ମାନେ ଯଦି ଯାଆଁଳା ଫଳ ଖାଇବେ , ତେବେ ଯାଆଁଳା ପିଲା ହେବାର ସମ୍ଭାବନା ରହିଥାଏ କିନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ କିଛି ନାହିଁ।

ଅନ୍ୟପକ୍ଷରେ ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଅଧିକ ଗର୍ଭପାତ କରାଇଥାନ୍ତି , ତେବେ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ । ଗର୍ଭ ନିରୋଧକ ବଟିକା ସେବନ ଦ୍ୱାରା ଶୁକ୍ରାଣୁର ଦୁଇଟି ଅଣ୍ଡାକୋଷ ଜନ୍ମ ହୋଇଥାଏ । ଆଉ ଯାଆଁଳା ପିଲା ଜନ୍ମ ହୋଇଥାଏ ।

ଏହାବ୍ୟତୀତ ଯେଉଁ ମହିଳା ମାନେ ଦୁଇରୁ ଅଧିକ ପିଲା ଜନ୍ମ କରି ସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବହୁତ ବଢିଯାଇଥାଏ ।

ଶେଷ କାରଣ ହେଉଛି , ଜଣେ ମହିଳାଙ୍କର ଯଦି ଉଚ୍ଚତା ଅଧିକ ଥାଏ କିମ୍ବା ସେ ଅଧିକ ମାଂସ ଜାତିର ଖାଦ୍ୟ ସେବନ କରିଥାନ୍ତି , ତେବେ ତାଙ୍କର ଯାଆଁଳା ପିଲା ହେବାର ସମ୍ଭାବନା ରହିଥାଏ କାରଣ ହରମୋନ ଅଧିକାଂଶ ସମୟରେ ପରିବର୍ତ୍ତନ ହୋଇଥାଏ ।

Leave a Reply

Your email address will not be published. Required fields are marked *