ଓଡିଶା ଦଖଲ ପାଇଁ ବିଜେପିର ସାଂଘାତିକ ପ୍ଲାନ। ଓଡ଼ିଶାର ଡବଲ ଇଞ୍ଜିନ ସରକାର ପାଇଁ ଆସିବେ ମାଳ ମାଳ ନେତା।

ଓଡିଶାକୁ ଦଖଲ ପାଇଁ ବିଜେପିର ବଡ଼ ପ୍ଲାନ। ଓଡିଶାକୁ ମାଡି ଆସିବେ କେନ୍ଦ୍ରରୁ ମୋଦୀଙ୍କ ସହ ବଡ଼ ବଡ଼ ନେତା। ଏହିସବୁ ନେତା ଆସି ଓଡ଼ିଶାରେ ଡେରା ପକାଇବେ। ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ଯାହାକୁ ନେଇ କସରତ ଆରମ୍ଭ କରିଦେଇଛି ବିଜେପି। ଓଡିଶାକୁ ମାଡି ଆସିବେ କେନ୍ଦ୍ରରୁ ବଡ଼ ବଡ଼ ନେତା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲାଗିବ ଲମ୍ବା ଲାଇନ। ବିଜେପିକୁ ଚଳାଉଥିବା ନେତାମାନେ ଓଡିଶାକୁ ଆସି ଡେରା ପକାଇବେ।

ବିଜେଡିକୁ ହଟେଇବା ପାଇଁ କରିବେ ବଡ଼ ଷଡ଼ଯନ୍ତ୍ର। ଏକା ସାଙ୍ଗରେ ଏତେ ନେତା କେବେବି ଆସିନଥିଲେ ଓଡିଶାକୁ। ହେଲେ ୨୦୨୪ ନିର୍ବାଚନ ଦେଖିବ ବିଜେପିର ପ୍ରଭାବଶାଳି ନେତା ମାନଙ୍କର ଲମ୍ବା ଲାଇନକୁ। ହଁ ଆଜ୍ଞା ଓଡିଶାକୁ ପ୍ରଥମେ ୫ ତାରିଖରେ ଆସିବାକୁ ଯାଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ମୋଦୀଙ୍କ ପରେ ଧାଡି ଲାଗିବ ପ୍ରଭାବଶାଳୀ ନେତା ମାନଙ୍କର।

ତେବେ ଆସନ୍ତୁ ଜାଣିବା କାହା ପରେ କେଉଁ ବଡ଼ ବଡ଼ ନେତା ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି।ପ୍ରଥମେ ଓଡିଶା ମାଟିର ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନୋଡାଲ। ୫ ତାରିଖ ରାତି ୯.୩୦ ମିନିଟରେ ଭୁବନେଶ୍ୱରରେ ପହଁଚିଲା ପରେ ଗୋଟିଏ ରାତି ରହି ସକାଳୁ ସକାଳୁ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁର ଗସ୍ତ କରିବେ। ସେଠାରେ ବିଶାଳ ଜନସେବାକୁ ସମ୍ବଧନ କରିବେ। ଏହା ପୂର୍ବରୁ ଓଡ଼ିଶାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓଡ଼ିଶାରେ ଉପସ୍ଥିତ ଅଛନ୍ତି।

ଏହା ପରେ ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ ରୋଡ଼ ସୋ କରିବା ପରେ ୧୧ ତାରିଖରେ ବଲାଙ୍ଗୀରରେ ବିଶାଳ ଜନ ସେବାକୁ ସମ୍ବଧନ କରିବେ।ସେହିଭଳି ୮ ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ। ରାୟଗଡା ଗସ୍ତରେ ଆସି ପ୍ରଚାର ମୈଦାନକୁ ଓଲ୍ହାଇବେ ରାଜନାଥ ସିଂ। ସାଧାରଣ ଜନତାଙ୍କୁ ବିଜେପିକୁ ଓଡ଼ିଶାରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିବେ।

ଏହା ପରେ ୧୨ ତାରିଖରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଓଡିଶା ଆସିବେ। ହେଲେକେଉଁଠିକି ଆସିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।ଯଦି ଦେଖିବା ୧୨ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ନେତା ଏବଂ ମନ୍ତ୍ରୀ ମାନଙ୍କର ଘନ ଘନ ପରିଦର୍ଶନ ଓଡିଶାକୁ ରହିଛି। ଯାହା ପାଇଁ ପୁରା ଓଡ଼ିଶାରେ ରାଜନୈତିକ ମାହଲ ଦେଖିବାକୁ ମିଳୁଛି। ଅଧିକ ସକ୍ରିୟ ହୋଇଛି ବିଜେପି। ସେପଟେ ଯଦି ଦେଖିବା ଆଜି ଆସିବ ବିଜେପିର ନିର୍ବାଚନୀ ଷ୍ଟାର। ଏଥିପାଇଁ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଲ। ଦଳୀୟ ନିର୍ବାଚନି ଷ୍ଟାର ପ୍ରଚାର କରିବା ସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ ରଣ ନୀତି ନେଇ ଆଲୋଚନା କରିବେ। ଆଉ ଏହା ପରେ କଟକ ଯାଇ ଦଳୀୟ ନେତା ଓ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *