ବୋହୂର ମୃତ୍ୟୁ ପରେ ଟଙ୍କା ନେଇ କଥାକୁ ରଫାଦଫା କରିବାକୁ କହିଲେ ଶାଶୁ ଘର ଲୋକେ । ଆମେ ପଟିଆର ନାମିଦାମୀ ଲୋକ ….. :-

ବିବାହ ପରେ ଝିଅଟିଏ ବାପଘର ଛାଡ଼ି ଅନେକ ସ୍ୱପ୍ନ ନେଇ ଶାଶୁ ଘରକୁ ଯାଇଥାଏ । କିନ୍ତୁ ଯାହା ସେ ଭାବିଥାଏ ତାହା କଣ ସତ ହୁଏ କି ? କେଉଁଠି ଯୌତୁକ ପାଇଁ ଝିଅର ଜୀବନ ଚାଲିଯାଏ ତ କେଉଁଠି ସ୍ୱାମୀର ନିର୍ଯାତନା ପାଇଁ । ଏମିତି ଆଜି ପର୍ଯ୍ୟନ୍ତ କେତେଯେ ଝିଅର ଜୀବନ ଯାଇଛି ତାହା କହିବା ଅସମ୍ଭବ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ଯୁବତୀଙ୍କ ମୃତ୍ୟୁ ପରେ ଶାଶୁ ଘର ଲୋକେ ଯାହା କହିଛନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଏହି ଘଟଣା ପଟିଆର ଅଟେ । ଯେଉଁଠି ଜଣେ ଯୁବତୀ ଶାଶୁଘର ନିର୍ଯାତନାର ଶିକାର ହୋଇଛନ୍ତି । ଶାଶୁଘର ଲୋକେ ଯୁବତୀଙ୍କ କ୍ୟାନ୍ସର ସମସ୍ୟା ଥିବାରୁ ଘରୁ ବାହାର କରି ଦେଇଥିଲେ । ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ କିନ୍ତୁ ବର୍ତ୍ତମାନ ଯୁବତୀଙ୍କ ମୃତ୍ୟୁ ହୋଇଛି । ତେବେ ଯୁବତୀଙ୍କୁ ଘରୁ ବାହାର କରିଦେବା ପରେ ଶାଶୁ ଘର ଲୋକେ ତାଙ୍କୁ ଆଉ ଫେରାଇ ଆଣିବେ ନାହିଁ ବୋଲି ମଧ୍ୟ କହିଥିଲେ ।

ଏମିତିକି ବିବାହରେ ଦେଇଥିବା ଟଙ୍କା ଏବଂ ଜିନିଷ ପତ୍ର ଫେରାଇ ନେବାକୁ କହିଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ଯୁବତୀଙ୍କ ମୃତ୍ୟୁ ହୋଇଛି ଏବଂ ପୂର୍ବରୁ ଯୁବତୀଙ୍କୁ ଘର ବାହାର କରି ଦେଇଥିଲେ ଶାଶୁ ଘର ଲୋକେ । ତେଣୁ ଏହାକୁ ନେଇ ସେମାନେ ସମାଧାନ କରିବାକୁ କହିଛନ୍ତି । ଶାଶୁ ଘର ଲୋକେ କହିଛନ୍ତି ଯେ ଟଙ୍କା ନେଇ ଯୁବତୀଙ୍କ ପରିବାର ଲୋକେ ମାମଲାର ରଫାଦଫା କରନ୍ତୁ । କିନ୍ତୁ ଯୁବତୀଙ୍କ ପରିବାର ଏଥିରେ ରାଜି ହୋଇ ନାହାଁନ୍ତି । ଶାଶୁଘର ଲୋକେ ପଟିଆର ନାମିଦାମୀ ଲୋକ । ତେଣୁ ସେମାନେ ଏସବୁ ମାମଲାରେ ପଡ଼ିବାକୁ ଚାହାଁନ୍ତି ନାହିଁ ।

ବରଂ ସେମାନେ ଟଙ୍କା ଦେଲେ ଯୁବତୀଙ୍କ ପରିବାର ଲୋକେ ଚୁପ ହେବେ ବୋଲି ଆଶା କରିଛନ୍ତି । ବିବାହ ସମୟରେ ଯୁବତୀଙ୍କ ପରିବାର ପକ୍ଷରୁ ୫ ଲକ୍ଷ ଏବଂ ଅନ୍ୟାନ୍ୟ ଜିନିଷ ଦିଆଯାଇଥିଲା । କିନ୍ତୁ ଏବେ ଝିଅର ମୃ-ତ୍ୟୁ ପରେ ଶାଶୁ ଘର ଲୋକେ ଶବ-ସତ୍କାର ପାଇଁ ଆସିବାକୁ ମନା କରି ଦେଇଛନ୍ତି ଏବଂ ଟଙ୍କା ନେଇ କଥାକୁ ରଫାଦଫା କରିବାକୁ କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଶାଶୁ ଘର ଲୋକଙ୍କୁ ଉଚିତ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *