କିଏ ଏ ଅଣଓଡ଼ିଆ ଯୁବତୀ, କାହିଁକି ଏ ଗାଁରୁ ସେ ଗାଁକୁ ଘୁରି ବୁଲୁଛନ୍ତି?

କେତେବେଳେ ପିଲା ମାନଙ୍କୁ ସ୍କୁଲରେ ପାଠ ପଢ଼ାଉଛନ୍ତି ତ କେତେବେଳେ ନାଚ ଗୀତ ଶିଖାଉଛନ୍ତି। ପୁଣି କେତେବେଳେ ବିଲରେ ଯାଇ ଧାନ ରୁହୁଛନ୍ତି ତ ପୁଣି ଜଙ୍ଗଲରୁ କାଠ କାଟି ମୁଣ୍ଡେଇ ଆଣୁଛନ୍ତି। ଆଉ କେତେବେଳେ ଗାଁରୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି। ତେବେ ଏ କଥା ଜାଣିବା ପରେ ଆପଣମାନେ ଭାବୁଥିବେ ଯେ ଏ ଯୁବତୀ ଜଣକ କିଏ କାହିଁକି ଏଭଳି କରୁଛନ୍ତି। କେତେବେଳେ ପାଠ ପଢ଼ାଉଛନ୍ତି ତ କେତେବେଳେ ଏଭଳି ସବୁ କାମ କରୁଛନ୍ତି?

ତାଙ୍କର କାର୍ଯ୍ୟକଳାପକୁ ଦେଖିଲେ ଆପଣ ଭାବୁଥିବେ ଯେ ଏ ଯୁବତୀ ଜଣକ ହେଉଛନ୍ତି ଏଠାକାର ବାସିନ୍ଦା ବୋଲି। ମାତ୍ର ପ୍ରକୃତରେ କଥା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏ ଯୁବତୀ ଜଣକ ଏଠିକାର ବାସିନ୍ଦା ନୁହଁନ୍ତି। ଏ ଯୁବତୀ ହେଉଛନ୍ତି ଜଣେ ଅଣ ଓଡିଆ।।ମାତ୍ର ଅଣ ଓଡ଼ିଆ ହୋଇକି ବି ସେ ଓଡ଼ିଆ ମାନଙ୍କ ସହ ଏତେ ସୁନ୍ଦର ଭାବରେ ଖାପ ଖୁଆଇ ଦେଇଛନ୍ତି ଯେ ତାଙ୍କୁ ଦେଖିଲେ ହଠାତ କେହି ଜାଣି ପାରିବେ ନାହିଁ।

ହଁ ଆଜ୍ଞା ଏ ଜଣେ ଅଣ ଓଡିଆ ଯୁବତୀ। ୟାଙ୍କର କାମ ହେଉଛି ଗାଁ ଗାଁ ବୁଲି ଭ୍ରମଣ କରିବା ଏବଂ ବିଦ୍ୟାଳୟରେ ପାଠ ପଢ଼ୁଥିବା ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ସହ ସମୟ କାଟିବା। ଏଥି ସହିତ ଅଧାରୁ ପାଠ ଛାଡି ସ୍କୁଲ ଯାଉନଥିବା ପିଲା ମାନଙ୍କୁ ବିଦ୍ୟାଳୟକୁ ଯାଇ ଅଧ୍ୟୟନ ପାଇଁ କହିବା ସହ ସେମାନଙ୍କ ପରିବାର ଲୋକଙ୍କ ସହ ମିଶି ସେମାନଙ୍କ ପରମ୍ପରା ଶିକ୍ଷା କରିବା ସହ ପିଲା ମାନଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ଯିବା ପାଇଁ ସଚେତନ କରାଇବା, ଯାହାକି ସେଠାକାର ଲୋକ ମାନଙ୍କୁ ବେଶ ଭଲ ଲାଗିଛି। ଆଉ ଏ ଯୁବତୀ ଜଣକ ମଧ୍ୟ ଏଠାକୁ ଆସି ବେସ ଖୁସି ଅଛନ୍ତି।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୋଇପାରି ପୁରା ବ୍ଲକର କନିପୁର ଗ୍ରାମରେ। ପୁନେର ଯୁବତୀ ଖୁସବୁ କୁମାରୀ ପିଲାମେଣ୍ଟ ଫାଉଣ୍ଡେସନରେ କାର୍ଯ୍ୟ କରିବା ସହ ଗାଁ ଗହଳିରେ ଶିକ୍ଷା ଗ୍ରହଣ ପାଇଁ ୨୧ ଦିନ ଧରି ବୋଇପାରି ପୁରା ବ୍ଳକର କଲରା ପଞ୍ଚାୟତ କନିପୁର ଠାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର କିଛି ମାତ୍ରାରେ ଛାତ୍ରଛାତ୍ରୀ ମାନେ କିଛି ବିଷୟ ବିଦ୍ୟାଳୟରେ ବୁଝିପାରୁନଥିବା ବେଳେ ସମ୍ପ୍ରଦାୟର ବିକାଶ ତଥା ଶିକ୍ଷା ପ୍ରତି ଏକ ଉତ୍ସାହ ସହିତ ଛାତ୍ରଛାତ୍ରୀ ମାନଙ୍କ ସଶକ୍ତିକରଣ ତଥା ସାମାଜିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭୂମିକା ନେଇଛନ୍ତି ଖୁସବୁ କୁମାରୀ।

ତେବେ ଗ୍ରାମବାସୀ ମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ସହ ଗ୍ରାମାଞ୍ଚଳର ପରମ୍ପରା ବିଷୟରେ ତାଙ୍କୁ ବୁଝେଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନାଚ ଗୀତ ଡ୍ରାମା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିଥିବା କହିଛନ୍ତି ଛାତ୍ରଛାତ୍ରୀ।ତେବେ ଖୁସବୁ କନିପୁର ଗ୍ରାମବାସୀଙ୍କ ସରଳ ଜୀବନକୁ ଗ୍ରହଣ କରିଥିଲେ। ସେମାନଙ୍କ ସଂସ୍କୃତି ଏବଂ ପରମ୍ପରା ପାଇଁ ଗମ୍ଭୀର ପ୍ରଶଂସା କରିଛନ୍ତି। ସେ ନୂଆବର୍ଷ ଅବସରରେ ପିକନିକ ଆଇଡ଼ିଆ ମାଧ୍ୟମରେ କ୍ୟାରିୟର କାଉନ୍ସଲ ମଧ୍ୟ କରିଛନ୍ତି।

ଗ୍ରାମର କିଛି ସମସ୍ୟାକୁ ସେ ସମାଧାନ କରିଥିବା କଥା କହିଛନ୍ତି। ଏଥି ସହିତ ତାଙ୍କ ସ୍ନେହ ପ୍ରେମ ଭଲପାଇବାରେ ସେ ଗାଁଟା ସାରାର ଲୋକଙ୍କୁ ବାନ୍ଧି ରଖିଛନ୍ତି। ଆଉ ସେ ମଧ୍ୟ ଏଠାକାର ରୀତିନୀତି ପରମ୍ପରା ଆଉ ଭଲପାଇବାରେ ନିଜେ ବାନ୍ଧି ହୋଇଯାଇଛନ୍ତି। ସତରେ ଅଣ ଓଡିଆ ହୋଇବି ଓଡ଼ିଆ ମାନଙ୍କ ସହିତ ତାଙ୍କର ଏ ଭଲ ପାଇବା ଏ ବନ୍ଧନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *