ଗୁଆ ବଦଳାଇ ଦେଇଥାଏ ଭାଗ୍ୟ । ଗୋଟିଏ ଗୁଆ ନିସନ୍ତାନ ମହିଳାଙ୍କୁ କରି ଦେଉଛି ଗର୍ଭବତୀ !

ନିସନ୍ତାନ ନାରୀଙ୍କୁ ଗୋଟିଏ ଗୁଆ ହିଁ ଗର୍ଭବତୀ କରି ଦେଉଛି । ହାତରେ ପଡ଼ିଲେ ଭାଗ୍ୟ ବଦଳି ଯାଉଛି । ବନ୍ଧ୍ୟା ଦୋଷ ଦୂର ସହିତ ସନ୍ତାନପ୍ରାପ୍ତି ପାଇଁ ଏଠାରେ କୁଆଡ଼େ ଭକ୍ତଙ୍କର ଭିଡ଼ ଜମୁଛି । ଆପଣ ମାନେ ନିଶ୍ଚୟ ଭାବୁଥିବେ ଯେ ଏଭଳି ସ୍ଥାନ କେଉଁଠି ରହିଛି ? ଭରସା ବିଶ୍ୱାସ ଏବଂ ଅଲୌକିକ ଶକ୍ତି ଆଗରେ ମେଡ଼ିକାଲ ସାଇନ୍ସ ମଧ୍ୟ ମୁଣ୍ଡ ନୁଆଇଁଛି ।

କାରଣ ଏଠାରେ ନାରୀଙ୍କୁ ସନ୍ତାନ ପ୍ରାପ୍ତି ହେଉଛି ଏବଂ ଦୁରାରୋଗ୍ୟ ମଧ୍ୟ ଦୂର ହେଉଛି । ଖୋର୍ଦ୍ଧା ଜିଲ୍ଲା ବାଘମାରୀର ଅଟ୍ରି ଉଷ୍ଣପ୍ରସ୍ରବଣ ମକର ସଂକ୍ରାନ୍ତି ଆସିବା ସହିତ ଚଳ ଚଞ୍ଚଳ ହୋଇ ଉଠିଛି । ଆଉ ଏହିଠାରେ ଏଭଳି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପର୍ଯ୍ୟଟନ ସ୍ଥଳୀର କିଛି ଅଜବ ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତିରେ ବନ୍ଧ୍ୟା ଦୋଷକରଣ ସହିତ ସନ୍ତାନ ପ୍ରାପ୍ତି ପାଇଁ ଏଠାରେ ଥିବା ମାନସିକ କୁଣ୍ଡରେ ଅନେକ ମାନସିକ ଧାରୀ ଏଠାରେ ଗୁଆ ଖୋଜିଥାନ୍ତି । ଜଣେ ପୂଜାରୀ କହିଛନ୍ତି ଯେ ମକର ସଂକ୍ରାନ୍ତି ଦିନ ରାତିରେ ଆସି ସନ୍ତାନ ହେଉ ନଥିବା ମହିଳା ଆସି କୁଣ୍ଡରେ ଗୁଆ ନଡ଼ିଆ ଚାଉଳ ପକାଇ ଗୁଆ ଖୋଜିଲେ ଯଦି ଗୋଟିଏ ଗୁଆ ପାଆନ୍ତି ତେବେ ତାହାକୁ ଅତି ଆନନ୍ଦରେ ପ୍ରସାଦ ଆକାରରେ ସେବନ କରନ୍ତି । ଅଟ୍ରି ନିକଟରେ ଏକାଦଶ ରୁଦ୍ରମହାଦେବ ହଟକେଶ୍ୱରଙ୍କ ମନ୍ଦିର ଲାଗି ରହିଛି । କପିଳସଂହିତାରେ ଏହା ବର୍ଣ୍ଣିତ ରହିଛି ଯେ ଅଟ୍ରି କାମ ଦହନ କୁଣ୍ଡ ଅଟେ ।

ତେଣୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଅର୍ଥାତ ମକର ସଂକ୍ରାନ୍ତିରେ ପଟନାଥଙ୍କ ଉପାସନା କରି ଅଟ୍ରି ଠାରେ ଥିବା ମାନସିକ କୁଣ୍ଡରେ ବୁଡ଼ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି । ଆଉ ଏହି ମକର ସଂକ୍ରାନ୍ତିରେ ଏକାଧିକ ନାରୀ ନିଜର ମାନସିକ ଅନୁଯାୟୀ ଆସି ସେଠାରେ ଗୁଆ ଖୋଜିବାରେ ଲାଗିଛନ୍ତି ।

ଏହି ପୌରାଣିକ ବିଶ୍ୱାସକୁ ଅନେକ ମହିଳା ମାନିବା ସହିତ ଖୁବ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି । ଏଥିପାଇଁ ଅନେକ କାଳରୁ ଦେଶ ଭିତରୁ ଏବଂ ବାହାରୁ ବନ୍ଧ୍ୟା ନାରୀ ମାନେ ଗୁଆ ଖୋଜିବାକୁ ଏହି ସ୍ଥାନକୁ ଆସିଥାନ୍ତି । ଏହାହିଁ ଭକ୍ତ ମାନଙ୍କର ବିଶ୍ୱାସ ଏବଂ ଭରସା ଅଟେ । ଏହାକୁ ଆଧାର କରି ଅନେକ ନିସନ୍ତାନ ଦମ୍ପତ୍ତି ମାନେ ଆଗେଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *