କାର୍ତ୍ତିକ ପୂର୍ଣ୍ଣିମାରେ ପୁରୁଣା ଝାଡୁ ସାହାଯ୍ୟରେ କରନ୍ତୁ ଏହି କାମ , ମହାଲକ୍ଷ୍ମୀ ହେବେ ପ୍ରସନ୍ନ , ଘରକୁ ଆସିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମ ଶାସ୍ତ୍ରରେ ଝାଡୁର ଅନେକ ମହତ୍ତ୍ଵ ରହିଛି । ଏହାକୁ ଅନେକ କାର୍ଯ୍ୟରେ ବ୍ୟବହାର କରା ଯାଇଥାଏ । ଏହାଦ୍ବାରା ଘରକୁ ଅନେକ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏପରି କେଉଁ କାମ ଝାଡୁ ସାହାଯ୍ୟରେ କରିବା ଉଚିତ୍ ଆଉ କେଉଁ କାମ କରିବା ଅନୁଚିତ୍ । ତେବେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ , କେବେ ମଧ୍ୟ ଝାଡୁକୁ ଓଲଟା କରି ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି । ଅନ୍ୟ ପକ୍ଷରେ କେହି ବ୍ୟକ୍ତି ଯଦି ଘରୁ ବାହାରକୁ ଯାଉଛନ୍ତି , ତେବେ ଘର ଝାଡୁ କରିବା ଉଚିତ୍ ନୁହେଁ ।

ଏପରି କରିବା ଦ୍ବାରା ବ୍ୟକ୍ତିଙ୍କୁ ମୃତ୍ୟୁ ତୁଲ୍ୟ କଷ୍ଟ ପ୍ରାପ୍ତି ହୋଇଥାଏ । ଯେଉଁ ଘରେ ଝାଡୁର ଅବମାନନା କରାଯାଏ ,ସେହି ଘରେ ସୁଖ ସମୃଦ୍ଧି ହାନି ହୋଇଥାଏ । ତେବେ ଗୋଟିଏ କଥା ଜାଣି ରଖନ୍ତୁ ଯେ , ଝାଡୁକୁ କେବେ ମଧ୍ୟ ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାଆ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ଘରେ କିମ୍ବା ଦୋକାନରେ ଚୋରି ହୋଇଥାଏ । ଝାଡୁ ସବୁବେଳେ ଲୁଚାଇ ରଖିବା ଉଚିତ୍ । ଯେପରି ଆପଣ ଧନ ଲୁଚାଇ ରଖିଥାନ୍ତି ।

ଝାଡୁକୁ କେବେ ବି ପାଦରେ ଆଡେଇବା ଉଚିତ୍ ନୁହେଁ , ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଝାଡୁରେ କେବେ ବି ପୋକ ଆଦିକୁ ମାରିବା ଉଚିତ୍ ନୁହେଁ । ଏହାବ୍ୟତୀତ ଯଦି ଆପଣଙ୍କ ପିଲା କିମ୍ବା ସ୍ଵାମୀ ଘରୁ ବାହାରି ଯାଉଛନ୍ତି , ସାଙ୍ଗେ ସାଙ୍ଗେ ଝାଡୁ ମାରିବା ଅନୁଚିତ୍ । ଝାଡୁକୁ ଆପଣ ଗୁପ୍ତ ଦାନ ମଧ୍ୟ କରିପାରିବେ । ଘର ନିକଟସ୍ଥ ମନ୍ଦିରରେ ତିନୋଟି କିମ୍ବା ଗୋଟିଏ ଝାଡୁ ଦାନ କରନ୍ତୁ । ଝାଡୁ ଧନ ବୃଦ୍ଧିରେ ଅତ୍ୟନ୍ତ ସହାୟକ ହୋଇଥାଏ ।

ଏହାବ୍ୟତୀତ ଜାଣି ରଖନ୍ତୁ ଯେ , ପୁରୁଣା ଝାଡୁକୁ ଆପଣ ନୂଆ ଘରକୁ ଗଲେ ସାଙ୍ଗରେ ନେଇ ଯାଆନ୍ତୁ ଆଉ ତାପରେ ଦୁଇ ଦିନ ବ୍ୟବହାର କରିବା ପରେ ଫୋପାଡି ଦିଅନ୍ତୁ । ସୂର୍ଯ୍ୟାସ୍ତ ସମୟରେ ଭୁଲରେ ମଧ୍ୟ ଘରେ ଝାଡୁ ଲଗାନ୍ତୁ ନାହିଁ । ଝାଡୁକୁ ସବୁଦିନ ଗୋଟିଏ ସ୍ଥାନରେ ହିଁ ରଖନ୍ତୁ । ଯଦି ସ୍ୱପ୍ନରେ ଝାଡୁ ଦେଖୁଛନ୍ତି , ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରେ ପୁରୁଣା ଝାଡୁ ଥିଲେ , ସେ ସବୁକୁ ହଟାଇ ଦିଅନ୍ତୁ ।

ଝାଡୁ କିଣିବା ପାଇଁ ସବୁଠାରୁ ଭଲ ଦିନ ମଙ୍ଗଳବାର ହୋଇଥାଏ । ଏହି ଦିନ ଘରକୁ ନୂଆ ଝାଡୁ ଆଣନ୍ତୁ । ନିଜ ବେଡ୍ ତଳେ କେବେ ମଧ୍ୟ ଝାଡୁ ରଖନ୍ତୁ ନାହିଁ । ଏହାବ୍ୟତୀତ ଶନିବାର , ଅମାବସ୍ୟା ଏସବୁ ଦିନ ପରେ ହିଁ ଘରୁ ପୁରୁଣା ଝାଡୁକୁ ବାହାର କରନ୍ତୁ । ଏହାବ୍ୟତୀତ ମନେ ରଖନ୍ତୁ , ଏଥରର ପୂର୍ଣ୍ଣିମା ଅତି ଶୁଭ ଅଟେ , ତେଣୁ ଆପଣ ଗୋଟିଏ କିମ୍ବା ତିନୋଟି ଝାଡୁ ଭୋର୍ ସମୟରେ ଯାଇ ମନ୍ଦିରରେ ଦେଇ ଆସନ୍ତୁ । ଆଉ ସେହି ଝାଡୁରେ ମନ୍ଦିର ସଫା ମଧ୍ୟ କରନ୍ତୁ । ଆପଣଙ୍କୁ ଶୁଭ ଫଳ ମିଳିବ ।

Leave a Reply

Your email address will not be published. Required fields are marked *