ଶ୍ରଦ୍ଧାଞ୍ଜଳି କିଏ ? ଯିଏ ଅଛି ଅର୍ଚନା ନାଗ ହୁଙ୍କାରେ

ଏବେ ନାଗ ସାପ ଗଦ ନେଇ ନାଗ ସାପ ଗୁମ୍ଫା ଭିତରେ ପସିଛି ଇଡି। ଆଉ ଲୋକେ କହୁଛନ୍ତି ଏଥର ନାଗୁଣୀକୁ କୁଆଡେ ଇଡି ନଚାଇବ। ଇଡି ନାଗୁଣୀକୁ କଣ୍ଟ୍ରୋଲ କରିବ। ହାତରେ ତୂରୀ ଧରି ଇଡି ଯେମିତି ଆଉ ଯେପରି କହିବ ନାଗୁଣୀ ଇଡି କଥାରେ ସେମିତି କରିବ। ଇଡି ଯାହା ଇସାରା କରିବ ନାଗୁଣୀ ଇଡି ଇସାରାରେ ସେହି କାର୍ଯ୍ୟ କରିବ।

ଆଉ କେବଳ ଏତିକି ନୁହେଁ ଇଡି ଯାହା ପ୍ରଶ୍ନ କରିବ ଅର୍ଚ୍ଚନା ନାଗୁଣୀ ତାର ଉତ୍ତର ଗୋଟି ଗୋଟି କରି ରଖିବ। ଆଉ ଇଡି ପଚାରିବ ଅର୍ଚ୍ଚନାକୁ କି ଅର୍ଚ୍ଚନା ତୁମେ ପ୍ରଥମେ କେଉଁ କାର୍ଯ୍ୟ କରୁଥିଲ ? ତୁମେ କଳାହାଣ୍ଡି ରୁ ଭୁବନେଶ୍ୱର ଆସିଲା ବେଳେ କେତେ ଟଙ୍କାର ମାଲିକ ଥିଲ ? ତୁମ ବିଷୟରେ ଯେଉଁ କଥା ଶୁଣିବାକୁ ମିଳୁଥିଲା କି ଦିନେ ତୁମେ ଧାର ଆଣିଥିବା 400 ଟଙ୍କା ଫେରାଇ ପାରିନଥିଲ ସେ କଥା ସତ କି ମିଛ ।

ଯଦି ସତ ତାହାଲେ ତୁମେ ଦିନେ 400 ଟଙ୍କା ଫେରାଇବାକୁ ତୁମ ପାଖରେ ଟଙ୍କା ନଥିଲା ହେଲେ ଏବେ କିପରି ହଟାତ ଏତେ କମ ଦିନ ଭିତରେ ଏତେ ଟଙ୍କାର ମାଲିକାଣି କିପରି ହୋଇଗଲ। ଏ ସାମାର୍ଯ୍ୟ ନିଜ ଝାଳ ବୁହା ଧନରେ କରିଛ ନା ଏଥିରେ ରାଜ ନେତା ମନ୍ତ୍ରୀ ମାନଙ୍କ ଅବଦାନ ଅଛି। ଟଙ୍କା କ୍ଷେତ୍ରରେ ଜଗବନ୍ଧୁ ତୁମକୁ କେତେ ସାହାଯ୍ୟ କରନ୍ତି। ଜଗବନ୍ଧୁ କେଉଁ କାର୍ଯ୍ୟ କରନ୍ତି। ଜଗବନ୍ଧୁ ଯେତେବେଳେ ତୁମକୁ ବିବାହ କରିଥିଲେ ସେତେବେଳେ ଜଗବନ୍ଧୁ କେତେ ଟଙ୍କାର ମାଲିକ ଥିଲେ।

ଆଉ ହଟାତ ଏତେ କମ ଦିନ ଭିତରେ ଏତେ ବଡ଼ ଘର ଏତେ ବଡ଼ ଗାଡି ଆଉ ଏତେ ଟଙ୍କାର ମାଲିକାଣି କିପରି ହୋଇଗଲ ବନ୍ଧୁଗଣ ଇଡି ଯେତେବେଳେ ଅର୍ଚ୍ଚନା ନାଗ ଗୁମ୍ଫାରେ ସାପ ଗଦ ଧରି ପସିଛନ୍ତି ସେତେବେଳେ ଏହି ସବୁ ପ୍ରଶ୍ନ ପଚାରି ତାର ଉତ୍ତର ଆଦାୟ କରିବେ ବୋଲି ଲୋକେ ଆଲୋଚନା କରୁଛନ୍ତି।

ତେବେ ଆପଣ ମାନେ ତ ନିହାତି ଭାବେ ଜାଣି ସାରିଥିବେ କି ଇଡି ଏବେ ଚାରି ଜଣଙ୍କୁ ନାମରେ ମାମଲା ରୁଜ୍ଜୁ କରିସାରିଲାଣି। ଆଉ ସେହି ଚାରି ଜଣଙ୍କ ପାଖରୁ ସବୁ ସତ ଆଦାୟ କରିବ ବୋଲି କୁହାଯାଉଛି। ହେଲେ ଏବେ ଅର୍ଚ୍ଚନା ନାଗଙ୍କ ସହ ଆଉ ଏକ ଯୁବତୀଙ୍କ ନାମ ଆସୁଛି କି ଶ୍ରଦ୍ଧାଞ୍ଜଳି ବେହରା। ତେବେ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଘଟଣା ଆଉ ଏକ ଭିନ୍ନ ମୋଡ଼ ନେଇଛି।

ଶ୍ରଦ୍ଧାଞ୍ଜଳି କିଏ ଅର୍ଚ୍ଚନାଙ୍କ ସହ ତାଙ୍କର ସମ୍ପର୍କ କଣ ତାହା ତ ଗଣମାଧ୍ୟମ ରେ ଅଳ୍ପ ବହୁତ ଚର୍ଚ୍ଚା ହେଇଛି। ହେଲେ ଏବେ ଲୋକେ କହୁଛନ୍ତି କି ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଘଟଣାରେ ଏହି ନୂଆ ନାଁ ଶ୍ରଦ୍ଧାଞ୍ଜଳିଙ୍କ ଭୂମିକା ଘଟଣାକୁ ଆଉ ଏକ ନୂଆ ମୋଡ଼ ଦେବ। ଆଉ ଶ୍ରଦ୍ଧାଞ୍ଜଳି ହିଁ କୁଆଡେ ସବୁ ସତ ସାମ୍ନାକୁ ଆଣି ପାରନ୍ତି।

ଯେଉଁ ଶ୍ରଦ୍ଧାଞ୍ଜଳି ନିଜେ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ଆଣିଥିଲେ।ଆଉ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିଲେ ଆଉ ଯାହାକୁ ନେଇ ସାରା ଓଡ଼ିଶାରେ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଆଲୋଚନା ଚାଲିଛି। ସେହି ଅର୍ଚ୍ଚନା ଜଗବନ୍ଧୁ ଆଉ ଖଗେଶ୍ବର ମାନେ ଖଗା ଏହି ଚାରି ଜଣଙ୍କ ନାମରେ ଇଡି ମାମଲା ରୁଜ୍ଜୁ କରିଥିବା ବେଳେ ଏବେ ସାରା ଓଡ଼ିଶାରେ ଗୋଟିଏ କଥା କି ଅର୍ଚ୍ଚନା ନାଗ ଗୁମ୍ଫାରେ ଆଉ ଏକ ନାଗୁଣୀ ଥିବା ବେଳେ ଏଥର ଇଡି ଗଦ ସୁଂଘାଇ ସତ ସାମ୍ନାକୁ ଆଣିବ। ଅର୍ଚ୍ଚନାର କଳା ସାମ୍ରାଜ୍ୟର ଗୁମର ଖୋଲିବା ସହିତ ନାଗୁଣୀ ମଧ୍ୟ ସାମ୍ନାକୁ ଆସିବେ।

Leave a Reply

Your email address will not be published. Required fields are marked *