ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟଦ୍ୱାରରେ ଏହି ଗୋଟିର କାମ କରୁଥିବା ମହିଳାର ବଦଳିଯାଏ ଭାଗ୍ୟ….

ଘର ଏକ ଏଭଳି ଜିନିଷ ଯାହା ନହେଲେ ମନୁଷ୍ୟ ସୁରକ୍ଷିତ ଭାବରେ ବଞ୍ଚି ପାରିବ ନାହିଁ । କାରଣ ଏହା ବାହ୍ୟ ଶତ୍ରୁ ଠାରୁ ମଣିଷକୁ ରକ୍ଷା କରିଥାଏ । ଘରର ଶାନ୍ତି ଏକ ସୁଖଦ ପରିବାର ଏବଂ ପରିବାରର ଉଚିତ ପରିଚାଳନା ଉପରେ ନିର୍ଭର କରିଥାଏ । କିନ୍ତୁ ଅନେକ ସମୟରେ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ତେଣୁ ଯଦି ଆପଣଙ୍କ ଜୀବନରେ ତମାମ ସମସ୍ୟା ଦେଖା ଯାଉଛି ତେବେ ଘରର ମୁଖ୍ୟଦ୍ୱାର ପାଖରେ ଏହି କିଛି ଉପାୟ କରି ନିଅନ୍ତୁ । ଘରର ମୁଖ୍ୟଦ୍ୱାର ପୋଜିଟିଭ କିମ୍ବା ନେଗେଟିଭ ଶକ୍ତିକୁ ଆକର୍ଷିତ କରିଥାଏ । ତାହା ଘରର ପରିବେଶ ଉପରେ ନିର୍ଭର କରେ ।

ସକାଳୁ ଉଠିବା ମାତ୍ରେ କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ ମନ୍ତ୍ରର ଜପ କରି ଘରର ମୁଖ୍ୟଦ୍ୱାରରେ ଗଙ୍ଗା ଜଳ ଏବଂ ହଳଦୀ ମିଶା ପାଣି ସିଞ୍ଚି ଦିଅନ୍ତୁ । ବାସ୍ତୁ ଶାସ୍ତ୍ରରେ ପ୍ରବେଶ ଦ୍ୱାରର ଅନେକ ମହତ୍ତ୍ୱ ରହିଛି । ତେଣୁ ସକାଳୁ ଉଠିବା ମାତ୍ରେ ହଳଦୀ ମିଶା ଗଙ୍ଗା ଜଳ ସିଞ୍ଚି ପ୍ରଣାମ କରି ପୁନର୍ବାର ଘର ଭିତରକୁ ଚାଲି ଯାଆନ୍ତୁ । ସେହିଭଳି ଘରର ମୁଖ୍ୟଦ୍ୱାରର ରଙ୍ଗ ମଧ୍ୟ ସଠିକ ହେବା ଆବଶ୍ୟକ ।

ଯେମିତି ପଶ୍ଚିମ ଦିଗରେ ଥିଲେ ଧଳା ରଙ୍ଗ , ଦକ୍ଷିଣ ପୂର୍ବ ଦିଗରେ ଥିଲେ ନାରଙ୍ଗୀ କିମ୍ବା ଗୋଲାପୀ , ଦକ୍ଷିଣ ପଶ୍ଚିମରେ ଥିଲେ ନୀଳ ରଙ୍ଗ , ଉତ୍ତର ଦିଗରେ ଥିଲେ ସବୁଜ ରଙ୍ଗ , ଉତ୍ତର ପୂର୍ବରେ କ୍ରିମ କିମ୍ବା ହଳଦିଆ , ଉତ୍ତର ପଶ୍ଚିମରେ ଥିଲେ ଧଳା କିମ୍ବା ହାଲୁକା ହଳଦିଆ , ପୂର୍ବରେ ଥିଲେ ଧଳା କିମ୍ବା କାଠ ରଙ୍ଗର ଲଗାନ୍ତୁ ।

କଳା ରଙ୍ଗ ଲଗାଇବା ବର୍ଜିତ ଅଟେ । ଘରର ମୁଖ୍ୟଦ୍ୱାରରେ ଦ୍ୱାରବନ୍ଧ ରହିବା ଦ୍ୱାରା ତାହା ନକରାତ୍ମକ ଶକ୍ତିକୁ ବାହାର କରିବା ସହିତ ସକାରାତ୍ମକ ଶକ୍ତିକୁ ଘର ଭିତରକୁ ଆସିବାକୁ ଦେଇଥାଏ । ମୁଖ୍ୟଦ୍ୱାରରେ କୂଳଦେବତାଙ୍କ ଫୋଟ , ଓଁ , ସ୍ୱସ୍ତିକ , ରଙ୍ଗୋଲି ବନାଇବା ଶୁଭ ହୋଇଥାଏ । କିନ୍ତୁ ସ୍ୱସ୍ତିକ ଚିହ୍ନ ସବୁବେଳେ ଠିକ ଭାବରେ ଏବଂ ଉତ୍ତର ଦିଗକୁ ତିଆରି କରନ୍ତୁ । ଏହାଦ୍ବାରା ଘରକୁ ଶୁଭତା ଆସିଥାଏ । ଘରର ମୁଖ୍ୟଦ୍ୱାର ନିକଟରେ ଡୋର ମେଟ ଅନେକ କ୍ଷେତ୍ରରେ ଘର ମଧ୍ୟକୁ ନକରାତ୍ମକତା ଆସିବାକୁ ଦିଏନାହିଁ । ଏହାବ୍ୟତୀତ ଘର ସାମ୍ନାରେ ତ୍ୱରଣ କିମ୍ବା ବନ୍ଧନବାର ଲଗାଇବା ଶୁଭ ହୋଇଥାଏ ।

ତ୍ୱରଣ ସର୍ବଦା ହଳଦିଆ , ନାଲି ଭଳି ଶୁଭ ରଙ୍ଗର ଆଣି ଲଗାନ୍ତୁ । ୧୦୮ ରୁଦ୍ରାକ୍ଷ ଥିବା ତ୍ୱରଣ ଘରର ମୁଖ୍ୟଦ୍ୱାରରେ ଲଗାଇଲେ ଘରକୁ ସୌଭଗ୍ୟ ସୁଖ ସମୃଦ୍ଧି ଆସିଥାଏ । ଘରେ ତ୍ୱରଣ ଲଗାଇଲେ ମାତା ଲକ୍ଷ୍ମୀ ଘରକୁ ଆକର୍ଷିତ ହୁଅନ୍ତି । ଆମ୍ବ , ଗୋଲାପ ଫୁଲ , ଅଶ୍ୱତ୍ଥ ପତ୍ରର ତ୍ୱରଣ ନକରାତ୍ମକ ଶକ୍ତିକୁ ଅବଶୋଷିତ କରି ଘର ମଧ୍ୟକୁ ଶୁଭ ଶକ୍ତିର ପ୍ରବେଶ କରାଇଥାଏ ।

ଘରର ମୁଖ୍ୟଦ୍ୱାର ନିକଟରେ କିଛି ଶୁଭ ଗଛ , ଯେମିତିକି ତୁଳସୀ ଗଛ , ଶମୀ ଗଛ , ମନୀ ପ୍ଲାଣ୍ଟ ଏହିସବୁ ଗଛ ନିହାତି ଲଗାଇବା ଉଚିତ । ଘରେ ହଳଦୀ ଗଛ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଶୁଭ ହେବା ସହିତ ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *