ସକାଳ ୮ଟା ପରେ ସ୍ନାନ କରିବା ହୋଇଥିବା ଅଶୁଭ , ଜାଣନ୍ତୁ ମହତ୍ତ୍ଵ

ସ୍ନାନ କରିବା ମଧ୍ୟ ଆମ ନୀତିଦିନିଆ ଜୀବନରେ ଅତି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଆମେ ଯାହା କିଛି ବି କାମ କରୁ , ତାହା ସ୍ନାନ କରି ସାରିବା ପରେ କରିଥାଉ । ତେବେ ଶାସ୍ତ୍ରରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି , ଯାହାକୁ ମହିଳା ମାନଙ୍କର ଜାଣିବା ନିହାତି ଜରୁରୀ , ନଚେତ୍ ଘରକୁ ସମସ୍ୟା ମାଡ଼ି ଆସିବ ।

ତେବେ କୁହାଯାଏ କି , ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ଵାରା ଅନେକ ଶୁଭ ହୋଇଥାଏ । କାରଣ ଏହି ସମୟରେ ଦେବାଦେବୀ ମାନେ ମଧ୍ୟ ସ୍ନାନ କରିଥାନ୍ତି । ଏହାବ୍ୟତୀତ ଯଦି ଘରେ ସମସ୍ୟା ଆଉ କଳହ ଦେଖା ଯାଉଛି , ତେବେ ଘରର ମହିଳା ମାନଙ୍କୁ ସ୍ନାନ କରିବା ପାଣିରେ ଟିକିଏ ଲୁଣ ମିଶାଇ ଦେବା ଉଚିତ୍ । କାରଣ ବାସ୍ତୁରେ ଲୁଣର ଅନେକ ଗୁରୁତ୍ୱ ରହିଛି ।

ତେବେ ଏପରି କିଛି କାମ ରହିଛି , ଯାହାକୁ ସକାଳେ ଉଠୁ ଉଠୁ କରିବା ଉଚିତ୍ ନୁହେଁ । ତେବେ ପ୍ରଥମରେ ସକାଳୁ ଉଠୁ ଉଠୁ କାମ କରିବା ଉଚିତ୍ ନୁହେଁ । ଏହି ସମୟ ଭଗବାନଙ୍କୁ ପ୍ରାର୍ଥନା କରିବାର ହୋଇଥାଏ । ତେଣୁ କାମ ନ କରି ପ୍ରାର୍ଥନା କରନ୍ତୁ , ନଚେତ୍ ଆପଣଙ୍କ ନର୍କର ଦ୍ଵାର ଖୋଲିଯିବ ।

ଏହାବ୍ୟତୀତ କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ କି , ସକାଳେ ଉଠୁ ଉଠୁ ସେମାନେ ନିଜ ପ୍ରିୟ ମଣିଷଙ୍କ ମୁହଁ ଦେଖିବେ କିମ୍ବା ଆଇନା ଦେଖିବେ , ତେବେ ଏପରି କରିବା ଉଚିତ ନୁହେଁ । ସକାଳେ ଉଠୁ ଉଠୁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ୍ ଏବଂ ନିଜ ହାତ ପାପୁଲି ଦେଖିବା ଉଚିତ୍ । ଏପରି କରିବା ଦ୍ବାରା ଦିନ ସାରା ସକାରାତ୍ମକ ଶକ୍ତି ଭରି ହୋଇଯିବ ।

ସକାଳୁ ଉଠିବା ମାତ୍ରେ ଖବକାଗଜ ପଢ଼ିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ସକାଳ ସମୟରେ ଦାନ୍ତ ନ ଘଷି ଚା ପିଇବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ରାହୁ କେତୁର ପ୍ରଭାବ ପଡିଥାଏ ।

ଏହାବ୍ୟତୀତ ପଦ୍ମ ପୁରଣାରେ ଏହା ଉଲ୍ଲେଖ କରାଯାଇଛି କି , ପୁରାପୁରି ଉଲଗ୍ନ ହୋଇ ଗାଧୋଇବା ଅନୁଚିତ୍ । କାରଣ କୁହାଯାଏ କି , ଆମେ ଗାଧୋଉ ଥିବା ସମୟରେ ଆମର ପୁର୍ବଜ ଆମ ଆଖପାଖରେ ରହିଥାନ୍ତି ଆଉ ଆମ ବସ୍ତ୍ରରୁ ଝରୁଥିବା ପାଣି ଗ୍ରହଣ କରିଥାନ୍ତି। ତେଣୁ ଏପରି ପରିସ୍ଥିତିରେ ଯଦି ଆମେ ଉଲଗ୍ନ ହୋଇ ଗାଧୋଇ ଥାଆନ୍ତି , ତେବେ ସେମାନେ ପାଣି ଗ୍ରହଣ କରିପାରନ୍ତି ନାହିଁ ଏବଂ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ତାଙ୍କ ଆତ୍ମା ଅତୃପ୍ତ ହୋଇ ବୁଲିଥାଏ।

Leave a Reply

Your email address will not be published. Required fields are marked *