ନବରାତ୍ରୀରେ ଏହି ତିନୋଟି ମୂର୍ତ୍ତି କରନ୍ତୁ ନାହିଁ ପୂଜା , ନଚେତ୍ ମାଆ ହୋଇଯିବେ କ୍ରୋଧିତ

ସମସ୍ତେ ଘରେ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି ରଖି ପୂଜା ପାଠ କରିଥାନ୍ତି । କାରଣ ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ରହିଛନ୍ତି । ତେଣୁ ସମସ୍ତେ ଅନେକ ପ୍ରକାରର ଦେବାଦେବୀଙ୍କ ମୂର୍ତ୍ତିକୁ ପୂଜା କରିଥାନ୍ତି। ତେବେ ଆଜି ଆମେ ଏପରି କିଛି ମୂର୍ତ୍ତି ବିଷୟରେ କହିବାକୁ ଯାଉଛୁ , ଯାହାକୁ ଘରେ ରଖି ପୂଜା କରନ୍ତୁ ନାହିଁ ।

ତେବେ ଆପଣ ସମସ୍ତେ ଜାଣିଥିବେ କି , ଘରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖି ପୂଜା କରାଯାଏ । ତେଣୁ ଏକୁଟିଆ ତାଙ୍କ ମୂର୍ତ୍ତି ନ ରଖି ରାଧାଙ୍କର ବି ରଖନ୍ତୁ । କାରଣ ସେମାନଙ୍କୁ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ । ଏମାନଙ୍କ ମୂର୍ତ୍ତି ଏକାଠି ରଖିବା ଦ୍ଵାରା ଘରୁ କ୍ଳେଶ ଦୂର ହୋଇ ଯାଇଥାଏ। ଏହାବ୍ୟତୀତ ଏମାନଙ୍କ ମୂର୍ତ୍ତି ଏକାଠି ରଖି ପୂଜା କରିବା ଦ୍ୱାରା ଘରେ ଧନ ସମୃଦ୍ଧି ବଢ଼ି ଯାଇଥାଏ ।

ମାଆ ଲକ୍ଷ୍ମୀ ଧନର ଦେବୀ ଏବଂ ପ୍ରଭୁ ଗଣେଶ ବିଦ୍ୟାଦାତା ହୋଇଥାନ୍ତି । ତେଣୁ ଏମାନଙ୍କ ମୂର୍ତ୍ତିକୁ ଏକାଠି ରଖି ପୂଜା କରିବା ଦ୍ୱାରା ଅନେକ ଲାଭ ପ୍ରାପ୍ତି ହୋଇଥାଏ । ଏହାବ୍ୟତୀତ ପ୍ରଭୁ ହନୁମାନଙ୍କର ମୂର୍ତ୍ତୀ ଘରେ ରଖି ପୂଜା କରିବା ଉଚିତ୍ କୁ ନୁହେଁ ଆପଣ ସମସ୍ତେ ଜାଣିବାକୁ ଚାହୁଁ ଥିବେ। ତେବେ ଏଥିରେ କିଛି ଅସୁବିଧା ନାହିଁ ଆପଣ ରଖିପାରିବେ। ଘରେ ବହ୍ମା , ବିଷ୍ଣୁ ଏବଂ ମହେଶ୍ଵରଙ୍କର ମୂର୍ତ୍ତି ଏକାଠି ରଖିବା ଦ୍ଵାରା ଘରକୁ ଧନ ପ୍ରାପ୍ତି ହୋଇଥାଏ ।

ଏହା ବ୍ୟତୀତ ଅଯୁଗ୍ମ ସଂଖ୍ୟାରେ ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଏହା ବ୍ୟତୀତ ଘରେ ଆଙ୍ଗୁଠି ଆକାରରୁ ବଡ ଶିବ ଲିଙ୍ଗ ରଖିବା ଉଚିତ୍ ନୁହେଁ । ଘରେ ବସିଥିବା ହନୁମାନଙ୍କ ମୂର୍ତ୍ତି ରଖନ୍ତୁ । ରାଧା ଆଉ କ୍ରିଷ୍ଣଙ୍କ ମୂର୍ତ୍ତି ଏପରି ଜାଗାରେ ରଖନ୍ତୁ କି ଉଠିବା ମାତ୍ରେ ତାଙ୍କର ଆଗ ଦର୍ଶନ ହେବ । ଏହାଦ୍ବାରା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଏହା ବ୍ୟତୀତ ମାତା ଦୁର୍ଗାଙ୍କର କ୍ରୋଧିତ ଫୋଟ ବି ଘରେ ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *