ବାହା ହେବା ପାଇଁ ବେଦୀରେ ବସିଥିଲି ମୋ ପାଇଁ ଫିଲ୍ମର ଅଫର ଆସିଲା….

ବେଦୀରେ ବସିଛି ମୋତେ ଫିଲ୍ମ ର ଅଫର୍ ଆସିଲା, ମୋର ଯେତିକି କାମ ବହୁତ୍ ଲିମିଟେଡ଼୍ କାମ ସେଇ ଲିମିଟେଡ଼୍ କାମକୁ ଲୋକମାନେ ମନେ ରଖିଛନ୍ତି ସେଇଟା ମୋ ପାଇଁ ଗୋଟେ ଆଶୀର୍ବାଦ ବୋଲି ମୁଁ ଭାବେ। ଯେଉଁମାନେ ବହୁତ୍ ସକ୍ସେସଫୁଲ୍ ଯେଉଁମାନେ ବହୁତ୍ ସୁପରଷ୍ଟାର ରେ ଅଛନ୍ତି ସେମାନଙ୍କୁ ଦେଖିଲେ ଆପଣଙ୍କୁ କ’ଣ ଈର୍ଷା ମନୋଭାବ ଆସେ କି? ସେମିତି ମୋଟେ ଆସେନି ବରଂ ମୋତେ ବହୁତ୍ ଖୁସି ଲାଗେ।

ମୋର ଅନୁଭବଙ୍କ ସହ ଯେତେବେଳେ ଦେଖାହୁଏ ସିଏ ବି ଭାରି ଆପ୍ରିସିଏଟ୍ କରନ୍ତି। ଆମେ ଏକାଠି ଦୁଇ ତିନିଟା ୟୁନିଟ୍ ରେ କାମ କରିଛୁ, ଆମେ ନ ବୁଝି ପାରିଲେ କଣ୍ଟ୍ରୋଭର୍ସି ଟେ ହେଇଯିବ, ସବୁ ଜିନିଷ ଟା ହେଉଛି ବୁଝିବା ଆଉ ନ ବୁଝିବା ଭିତରର ଫରକ୍।

ଯଦି ସୁପରଷ୍ଟାର ମୁଁ ହେଇଯାଇ ଥାଆନ୍ତି ସେଇ ଯେଉଁ ୧୦,୫୦ ହଜାର କି ଲକ୍ଷେ ପାଞ୍ଚ ଲକ୍ଷ ଲୋକ କହି ଥାଆନ୍ତେ ରାଜଦୀପ ସୁପରଷ୍ଟାର ମୁଁ ସେଇଥିରେ ନିଜକୁ ନିଜେ ଚିହ୍ନି ଥାଆନ୍ତି ସେଇଟା ଆକ୍ଚୁଆଲ୍ ଫ୍ୟାକ୍ଟ ନୁହଁ ନା।

୨୦୦୫ ମସିହାରେ ଏକ ଫିଲ୍ମ ଆସିଥିଲା ଯାହାର ନାମ ଥିଲା “ଓ ମାଇଁ ଲଭ୍” ଯେଉଁଥିରେ ହିରୋଇନ୍ ଥିଲେ ଅର୍ଚ୍ଚିତା ଏବଂ ହିରୋ ଥିଲେ ରାଜଦୀପ ଯିଏ କି ଆଗରୁ ଏକ ବହୁତ ହିଁ ଲୋକପ୍ରିୟ ସିରିଏଲ୍ ଆସୁଥିଲା “ତୁଳସୀ” ଯେଉଁଥିରେ ସିଏ ରାଜେନ୍ଦ୍ର ଭାବେ ନଜର ଆସିଥିଲେ, ତାଙ୍କର ସେହି ଫିଲ୍ମ ଟି ବହୁତ ହି ସୁପରହିଟ ମଧ୍ୟ ହୋଇଥିଲା।

ତେବେ ଏହାପରେ ଆଉ ରାଜଦୀପ ଙ୍କୁ ଦେଖିବାକୁ ମିଳିନାହିଁ, ଏବେ କିନ୍ତୁ ବହୁତ ବର୍ଷ ପରେ ତାଙ୍କୁ ଦେଖିବାକୁ ମିଳୁଛି ଭ୍ଲୋଗ୍ ମାଧ୍ୟମରେ। ଆମ ଇଣ୍ଡଷ୍ଟ୍ରି ରେ ସୁପରଷ୍ଟାର ମାନଙ୍କୁ ଲୋକମାନେ ବାଇନେମ୍ ମନେ ରଖିଛନ୍ତି କିନ୍ତୁ ମୋତେ ବହୁତ୍ ହିଁ କମ୍ ଲୋକ ବାଇନେମ୍ ମନେ ରଖିଛନ୍ତି ଅଧିକ ଲୋକମାନେ ମୋର ଯେଉଁ ଚରିତ୍ର ଥିଲା ସେଇ ସବୁ ନାଁ ରେ ମନେ ରଖିଛନ୍ତି।

ଆଜିବି ମୁଁ ଦୂରଦର୍ଶନରେ ଯେଉଁ କରିଥିଲି “ସକାଳର ସୂର୍ଯ୍ୟ” ସେଇ ନାଁ ରେ ଡାକନ୍ତି, କିଛି ଲୋକ ତୁଳସୀର ରାଜେନ୍ଦ୍ର ବୋଲି ଡାକନ୍ତି, କିଛି ଲୋକ ଓ ମାଇଁ ଲଭ୍ ର ଚନ୍ଦନ ବୋଲି ଡାକନ୍ତି ମୋ ଭ୍ଲୋଗିଙ୍ଗ୍ ଚ୍ୟାନେଲ୍ ପରେ ପରେ ଲୋକ ଟିକେ ଟିକେ ଜାଣିଲେଣି ଯେ ହଁ ଏଇ ଲୋକଟାର ନାଁ ରାଜଦୀପ ବୋଲି।

ଗୋଟେ କୋ ଇନ୍ସିଡେଣ୍ଟ୍ ରୁ ଇନ୍ସାୟାର୍ ହେଇକି ମୁଁ ଫିଲ୍ମ ଲାଇନ୍ କୁ ଚାଲି ଆସିଥିଲି ତ ସେଇ ଘଟଣା ଗୁଡ଼ିକ ମୋତେ ଏତେ ବି ଇନ୍ସାୟାର୍ କରିଲାନି ଯେ କି ମୁଁ ଏକଦମ୍ ଷ୍ଟ୍ରଗଲ୍ କରି ସମସ୍ତଙ୍କୁ ଆପ୍ରୋଜ୍ କରି ମାନେ ଯାହାକୁ କହନ୍ତି ଏଡି ଚୋଟି କା ଜୋର୍ ଲଗାନା ତ ସେମିତି ମୁଁ କେବେ କରିନି ଆଜି ପର୍ଯ୍ୟନ୍ତ ମାନେ ସୌଭାଗ୍ୟ ର କଥା ମୁଁ ଅଫର୍ ପାଇକରି ସବୁ କାମ କରିଛି ଟିଲ୍ ଡେଟ୍, ତ ମୋର କେବେବି ବହୁତ୍ ବଡ଼ ଇଚ୍ଛା କି ଆଶା ନଥିଲା କି ଗୋଟେ ବଡ଼ ସୁପରଷ୍ଟାର ହେବା ପାଇଁ ଆଉ ମୋତେ କେବେ ସେଇ ଜିନିଷ ଟା ଦୁଃଖ ବି ଦେଇନି।

ମୁଁ ଗୁଡ଼ାଏ ଦିନ ଆଉଟ୍ ଅଫ୍ ସାଇଡ୍ ଆଉଟ୍ ଅଫ୍ ମାଇଣ୍ଡ୍ ହେଇକରି ଥିଲି ଲୋକମାନେ ଭୁଲି ଯାଇଥିଲେ ପୁଣି ଯେତେବେଳେ ମୁଁ ନିଜକୁ ଟିକେ ମାନେ ବୁଝିବା ଶକ୍ତି ଆସିଲା ମାନେ ଟିକେ ଡେଭ୍ଲପ୍ ହେଇକରି ଆସିଲି ମୁଁ ମୋ ସାଇଡ୍ ରୁ ଲୋକଙ୍କ ସହ କନେକ୍ଟ କରିଲି ତ ପୁଣିଥରେ ଲୋକମାନେ ମୋତେ କନେକ୍ଟ କରିଲେ।

Leave a Reply

Your email address will not be published. Required fields are marked *