କାହ୍ନା ଓ ଟିକି କେଉଁ ଭୁଲ ବୁଝାମଣା ପାଇଁ ଶିବାନୀ ପାର୍ଟି ଛାଡି ସିଂହବାହିନୀକୁ ଯାଉଛନ୍ତି?

ଯାତ୍ରାରେ ହଲଚଲ୍ ହେଉଛି ଖଣ୍ଡଗିରି ଆଉ ସବୁଠାରୁ ରୋଚକ କଥା ହେଉଛି ଅଜସ୍ର ଲୋକ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ତେବେ ଏହାରି ମଧ୍ୟରେ ଯାତ୍ରାର ଜଣେ ସୁନାମଧନ୍ୟ ଆକ୍ଟର କାହ୍ନା ଭାଇଙ୍କ ସହିତ ସାକ୍ଷାତକାର କରାଯାଇଥିଲା । ଯାତ୍ରା ଦୁନିଆରେ ଏତେ ନାଁ କମେଇ ସାରିଲେଣି ଆଉ କଣ ଦରକାର ବୋଲି ପ୍ରଶ୍ନରେ କାହ୍ନା ଉତ୍ତର ଦେଇଥିଲେ ଯେ ତାଙ୍କ ଗୁରୁ ଅନନ୍ତ ଓଝା ଏବେ ମରି ସ୍ଵର୍ଗରେ ରହିଲେଣି ସେ ଗୋଟେ ଭଲ କଥା କହିଥିଲେ ଯେ, କଳା ଯଦି ଗୋଟେ ସମୁଦ୍ର ହୁଏ ତା କୂଳରେ ପଡ଼ିଥିବା ଯେଉଁ ବାଲି ରଗଡ଼ା ସେଇ ବାଲି ରଗଡାକୁ ଭି ସେ ଏପର୍ଯ୍ୟନ୍ତ ଛୁଇଁ ନାହାଁନ୍ତି ।

ସମୁଦ୍ର ତ ବହୁତ୍ ଦୂରରେ ଅଛି ତେଣୁ ସେଇଠୁ ଅନୁମାନ ଲଗାଯାଇ ପାରେ ସେ କେତେ ସାଉଁଟିଛନ୍ତି । ଯାତ୍ରାରେ କାହ୍ନା ବିନା ଡାଇଲଗ୍ ରେ ଦର୍ଶକଙ୍କ ସହିତ କଥାବାର୍ତ୍ତା କରନ୍ତି । ଗୋଟେ ଗୋଟେ ଜଣା ପଡେନା ଡ଼ାଇଲଗ୍ ଲେଖା ଯାଇଥାଏ କି ସେ ମନରୁ କୁହନ୍ତି ଏହା ପଛର ସତ କଣ ବୋଲି ପ୍ରଶ୍ନର ଉତ୍ତର ଦେଇଥିଲେ କାହ୍ନା ।

ସେ କହିଥିଲେ ଯେ, ନାଇଁ ଯାତ୍ରା କରୁ କରୁ ଚରିତ୍ରରେ ଟିକେ ହଜିଗଲେ ଯେତେ କଳାକାର ନିଜକୁ ଫୁଲ ଭଳି କରି ଚରିତ୍ର ଭିତରେ ପଶିଯିବ ଆରାମରେ, ଯେତେ ନରମି ଯିବ କଳାକାର ଟା ଦର୍ଶକ ହେଉଛନ୍ତି ଭଗବାନ୍ ତେଣୁ ଦର୍ଶକ କଣ ଚାହୁଁଛନ୍ତି ସେ ହିସାବରେ ସବୁ ପ୍ରକାର ଜିନିଷ ଦେବା ପାଇଁ ଚେଷ୍ଠା କରିବା ହେଉଛି ଗୋଟେ କଳାକାରର କର୍ତ୍ତବ୍ୟ ଓ ଧର୍ମ । ତେଣୁ ଭଗବାନଙ୍କ କୃପାରୁ ଚାଲିଛି ବୋଲି କହିଥିଲେ କାହ୍ନା । ଯାତ୍ରାରେ କାହ୍ନାଙ୍କୁ ୧୮ ବର୍ଷ ହେଇଗଲାଣି ।

ତେବେ ନିକଟରେ ଶୁଣାଯାଉଛି ଶିବାନୀ ଛାଡୁଛନ୍ତି କାହ୍ନା । କାହିଁକି ଛାଡୁଛନ୍ତି ବୋଲି ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ ଯେ କେବଳ ଭୁଲ୍ ବୁଝାମଣା ଆଉ କିଛି ନୁହେଁ । ସେ କଥା ହେଉଥିଲେ ବାବୁଙ୍କ ସହିତ ଏଇ ବାବଦରେ ।

ସେପଟେ ମନା କଲେ ତାଙ୍କ ସଂସ୍ଥା ଭାସିଯିବ ଯେଉଁ କମିଟି ମାନେ ପଇସା ଦେଇଛନ୍ତି ମନା କଲେ ତାଙ୍କୁ କଥା ଖରାପ୍ ହେବ । ତେଣୁ ଏପଟେ ଯେତେ ଦୁଃଖ ହେଲେ ଭି କାହିଁକି ନା ସେ ଜନ୍ମ ହୋଇଛନ୍ତି ଏଇଠି ତାଙ୍କ ଭିଟା ମାଟି ଏଇଟା । ତେବେ ଯିବା ଆସିବା ସବୁ ଭଗବାନଙ୍କ ଖେଳ ଏସବୁ ଚାଲେ ।

Leave a Reply

Your email address will not be published. Required fields are marked *