ଭାଙ୍ଗିଯିବ ମୁମ୍ବାଇ ଇଣ୍ଡିଆନ୍ସ । ପାଣ୍ଡ୍ୟାଙ୍କ ଅଧିନାୟକ ହେବା ପରେ ଦଳ ଛାଡ଼ିବେ ବୁମରା ।

ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ ଆଇପିଏଲକୁ ନେଇ ନାନା ପ୍ରକାରର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । କାରଣ ଆଉ ମାତ୍ର କେଇଟା ମାସ ପରେ ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଆଉ ଏଥିପାଇଁ ସବୁ ଦଳ ନିଜର ନିଜର ରିଟେନ ରିଲିଜ ସହିତ ମିନି ଅକ୍ସନ ଅପେକ୍ଷାରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏକ ଘଟଣା ଯାହାକି ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟ ଭାଙ୍ଗିଛି ତାହା ହେଉଛି ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟା ଯିବା ।

ଆଉ ଖାଲି ସେତିକି ନୁହେଁ ତାଙ୍କ ସ୍ଥାନ ନେଇଛନ୍ତି ପାଣ୍ଡ୍ୟା । କହିରଖିବୁ ଯେ ପାଣ୍ଡ୍ୟା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଖେଳାଳି ଥିଲେ କିନ୍ତୁ ୨୦୨୨ ରେ ସେ ଗୁଜୁରାଟ ଟାଇଟନ୍ସର ଅଂଶ ହୋଇଥିଲେ ଏବଂ ଗୋଟିଏରେ ଚାମ୍ପିୟନ କରାଇବା ସହିତ ଆଉ ଗୋଟିଏ ସିଜନରେ ରନର ଅପ କରାଇଥିଲେ ।

କିନ୍ତୁ ବର୍ତ୍ତମାନ ସେ ଦଳ ୧୫ କୋଟିରେ ଦଳ ପରିବର୍ତ୍ତନ କରିବା ସହିତ MI ର ଅଧିନାୟକ ପଦ ରୋହିତଙ୍କ ଠାରୁ ଛଡ଼ାଇ ନେଇଛନ୍ତି । ଯେଉଁ କାରଣରୁ ଲକ୍ଷ ଲକ୍ଷ ପ୍ରଶଂସକ ରାଗିଛନ୍ତି । MI ହେଉଛି ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଦଳ । ତାହା ପୁଣି ଜଣେ ଅଧିନାୟକଙ୍କ ଦ୍ଵାରା , ସେ ହେଉଛନ୍ତି ରୋହିତ ଶର୍ମା ।

ଆଉ ଆଜି ସେହି ସଫଳତମ ଅଧିନାୟକଙ୍କୁ ଦଳ ଅଧିନାୟକ ପଦରୁ ବିଚ୍ୟୁତ କରିବା କାରଣରୁ ଲକ୍ଷ ଲକ୍ଷ ପ୍ରଶଂସକ କ୍ରୋଧିତ ହୋଇଛନ୍ତି । ରୋହିତ ଶର୍ମା କେବଳ ଯେ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତାଇ ଥିଲେ ତାହା ନୁହେଁ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତାଇ ଥିଲେ । କିନ୍ତୁ ବର୍ତ୍ତମାନ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ପାଣ୍ଡ୍ୟା ଅଧିନାୟକ ହେବା ପରେ ପରେ କୁଆଡ଼େ ବୁମରା MI ଛାଡ଼ିଦେବେ ।

ନଭେମ୍ବର ୨୬ ରେ ପାଣ୍ଡ୍ୟା ଟଙ୍କା ସହିତ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ପରେ ଲୋକେ କହିଥିଲେ ଯେ ଏସବୁ ବର୍ତ୍ତମାନ ନୁହେଁ ବରଂ ଆଗରୁ ହିଁ ଠିକ କରାଯାଇଥିଲା ଏବଂ ପାଣ୍ଡ୍ୟା ମଧ୍ୟ ଅଧିନାୟକ ପଦ ପାଇଲେ ହିଁ ମୁମ୍ବାଇକୁ ଆସିବେ ବୋଲି ସର୍ତ୍ତ ରଖିଥିଲେ । ଆଉ ଏସବୁ ହେବା ପରେ ବର୍ତ୍ତମାନ କ୍ରିକେଟ ପ୍ରେମୀ କହୁଛନ୍ତି ଯେ କୁଆଡ଼େ ମୁମ୍ବାଇ ଇଣ୍ଡିଆନ୍ସ ଭାଙ୍ଗିଯିବ । ଏହାବ୍ୟତୀତ କିଛିଦିନ ପୂର୍ବରୁ ଷ୍ଟାର ବୋଲର ଯଶପ୍ରୀତ ବୁମରା ମଧ୍ୟ MI ର ଅଫସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫୋଲ କରିଥିଲେ

ଏହାସହିତ ଷ୍ଟୋରି ଦେଇଥିଲେ ଯେ ବେଳେବେଳେ ଲୋଭୀ ହେବା ଭଲ ଏବଂ ବିଶ୍ୱସ୍ତ ହେବା ନୁହେଁ । ଏମିତି ବୋଧହୁଏ ସେ ହାର୍ଦିକ ପାଣ୍ଡ୍ୟାଙ୍କୁ କହିଥିଲେ । କାରଣ ହାର୍ଦିକ ୧୫ କୋଟିରେ ନିଜର ଦଳ ପରିବର୍ତ୍ତନ କରିଛନ୍ତି । ତେଣୁ ଲୋକେ କହୁଛନ୍ତି ଯେ ହାର୍ଦିକ ଅଧିନାୟକ ହେବା ବୁମରାଙ୍କ ପାଇଁ କାଳ ହୋଇଛି କାରଣ ରୋହିତ ଅଧିନାୟକ ନହୋଇ ଥିଲେ ବୁମରା ଅଧିନାୟକ ହୋଇଥାନ୍ତେ ।

Leave a Reply

Your email address will not be published. Required fields are marked *