ଶ୍ରାବଣରେ ଶିବଲିଙ୍ଗରେ ଚଢା ହୋଇଥିବା ବେଲପତ୍ରର ସେବନ ଦ୍ୱାରା ହୋଇଥାଏ ଏହି ଲାଭ, ବହୁ ସମସ୍ୟା ଦୂର ହୁଏ…

ଶ୍ରାବଣର ଆଗମନ ସହିତ ସବୁ ମହାଦେବ ଭକ୍ତ ନିଶ୍ଚୟ କିଛି ନିୟମ ମାନ୍ୟ କରିବା ଉଚିତ । ଯାହାଦ୍ୱାରା ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଯିବେ । ଏମିତିରେ ମହାଦେବଙ୍କର ପ୍ରିୟ ବସ୍ତୁ ହେଉଛି ବେଲପତ୍ର ଯାହା ଅର୍ପିତ କରିବା ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ବେଲପତ୍ର ଭଗବାନ ବ୍ରହ୍ମା , ବିଷ୍ଣୁ ଏବଂ ମହାଦେବଙ୍କ ପ୍ରତୀକ ମାନା ଯାଇଥାଏ ।

କହିରଖିବୁ ଯେ ବେଲପତ୍ରରେ ଅନେକ ଆୟୁର୍ବେଦିକ ଲାଭ ମଧ୍ୟ ରହିଛି । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କର ଏକାଧିକ ରୋଗ ଦୂର ହୋଇଯିବ । ମାନ୍ୟତା ରହିଛି ଯେ ଆପଣ ଶିବଲିଙ୍ଗରେ ଅର୍ପିତ ହୋଇଥିବା କୌଣସିବି ଜିନିଷକୁ ସେବନ କରି ପାରିବେ ନାହିଁ । କିନ୍ତୁ ଅର୍ପିତ ହୋଇଥିବା ବେଲପତ୍ରକୁ ନିଶ୍ଚୟ ସେବନ କରି ପାରିବେ ।

ବେଲପତ୍ର ଭିଟାମିନ A , ଭିଟାମିନ C , କ୍ୟାଲସିୟମ , ଫାଇବର , ଭିଟାମିନ B6 ଏହିଭଳି ଅନେକ ପୋଷକତତ୍ତ୍ୱରେ ପରିପୂର୍ଣ୍ଣ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ମଧୁମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପେଟ ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହାଦ୍ବାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ ।

ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ୧୧ ବର୍ଷ ପର୍ଯ୍ୟନ୍ତ ଯଦି କୌଣସି ବ୍ୟକ୍ତି ଶିବଲିଙ୍ଗରେ ଅର୍ପିତ ବେଲପତ୍ରକୁ ସେବନ କରନ୍ତି ତେବେ ତାଙ୍କ ମୁଖରୁ ନିସୃତ ବାଣୀ କେବେ ମିଥ୍ୟା ହୁଏନାହିଁ । କିନ୍ତୁ ପ୍ରତ୍ୟେକ ଦିନ ଗୋଟିଏ ସମୟରେ ନିୟମିତ ଭାବରେ ହିଁ ଗୋଟିଏ ଲେଖାଏଁ ଅର୍ପିତ ହୋଇଥିବା ବେଲପତ୍ର ସେବନ କରିବା ଉଚିତ । ବେଲପତ୍ରର ତିନୋଟି ପତ୍ରରେ ବ୍ରହ୍ମା , ବିଷ୍ଣୁ , ମହେଶ୍ବର ଏବଂ ତିନୋଟି ପତ୍ର ଯେଉଁଠି ଯୋଡ଼ି ହୋଇ ରହିଥାଏ ସେଠାରେ ମାତା ସରସ୍ୱତୀ , ଲକ୍ଷ୍ମୀ ଏବଂ ପାର୍ବତୀ ବିରାଜମାନ କରିଥାନ୍ତି ।

ଆମେ ଆପଣଙ୍କୁ ଶ୍ରାବଣ ମାସରେ ମହାଦେବଙ୍କୁ ପୂଜା କରିବାର ସମ୍ପୂର୍ଣ୍ଣ ବିଧି ବିଷୟରେ କହିବୁ । ଏହି ଉପାୟ ଅନୁଯାୟୀ କିଛି ବେଲପତ୍ର ନେଇ ଏକ ପାତ୍ରରେ କ୍ଷୀର ରଖି ସେଥିରେ ବୁଡ଼ାଇ ରଖନ୍ତୁ ଏବଂ ସେହି କ୍ଷୀରରେ ଶିବଲିଙ୍ଗ ଅଭିଷେକ କରନ୍ତୁ । ସେହି ବେଲପତ୍ରକୁ ନେଇ ଗଙ୍ଗା ଜଳରେ ପୁଣିଥରେ ଶୁଦ୍ଧ କରି ଚନ୍ଦନରେ ଓଁ ଲେଖି ମନ୍ତ୍ର ଜପ କରି ଶିବଲିଙ୍ଗରେ ଅର୍ପିତ କରି ଦିଅନ୍ତୁ ।

ଲଗାତାର ଏହି ଉପାୟ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତିରେ ବୃଦ୍ଧି ହେବ । ତୁଳସୀ ପତ୍ର ନିତ୍ୟ ସେବନ କଲେ ଶରୀର ସହିତ ମୁହଁ , ଦାନ୍ତ ସୁରକ୍ଷିତ ରହିଥାଏ । ଏହାଦ୍ବାରା ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯାଏ । ସକାଳୁ ତାହା ଖାଲି ପେଟରେ ସେବନ କରିବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ । ଏଥିରେ ଥିବା ଆଡପଟୋଜେନ ରକ୍ତ ପ୍ରବାହକୁ ଠିକ ରଖିଥାଏ ।

ତୁଳସୀ ପତ୍ର ସେବନ ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ ଏବଂ ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଗଙ୍ଗା ଜଳ ଅମୃତ ତୁଲ୍ୟ ହୋଇଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ଜଳ ନେଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ ଏବଂ ସକାଳୁ ଉଠି ସେଥିରୁ କିଛି ପୋଷାକରେ ସିଞ୍ଚି ସେବନ କରନ୍ତୁ । ଗଙ୍ଗା ମାତାଙ୍କ ନାମ ସ୍ମରଣ କରିବା ମାତ୍ରେ ହିଁ ସବୁ ପାପ ଦୂର ହୋଇଥାଏ । ଗଙ୍ଗା ଜଳ କେବେବି ଖରାପ ହୁଏନାହିଁ କିମ୍ବା ଏଥିରୁ କେବେବି ଦୁର୍ଗନ୍ଧ ଆସେନାହିଁ ।

ହିନ୍ଦୁ ଧର୍ମ ଅନୁଯାୟୀ ଯଦି କୌଣସି ବ୍ୟକ୍ତିକୁ ମୃତ୍ୟୁ ସମୟରେ ଗଙ୍ଗା ଜଳ ଦିଆଯାଏ ତେବେ ସେହି ବ୍ୟକ୍ତିକୁ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଲବଙ୍ଗ ମଧ୍ୟ ଅତ୍ୟନ୍ତ ଗୁଣକାରୀ ଅଟେ । କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ଦୁଇଟି ଲବନ୍ତ ମୁହଁରେ ରଖି ଯାଆନ୍ତୁ ଏବଂ କାର୍ଯ୍ୟ ସ୍ଥଳରେ ପହଞ୍ଚି ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ଦେଖିବେ ଆପଣ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ ।

Leave a Reply

Your email address will not be published. Required fields are marked *