କିଏ ଏହି ବାବା ? ଯିଏ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ ଏହି ବାବା….

ଜଣେ ପଣ୍ଡିତଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ବେଶ ଜୋର ଧରିଛି । ଆଉ ଏହି ପଣ୍ଡିତ ଜଣକ ହେଉଛନ୍ତି ଲକ୍ଷ୍ମୀକାନ୍ତ ଦୀକ୍ଷିତ । ଏଇ ଲକ୍ଷ୍ମୀକାନ୍ତ ପଣ୍ଡିତ ରାମ ଲାଳାଙ୍କ ପ୍ରାଣ ପ୍ରତିଷ୍ଠା କରିବେ ବୋଲି କୁହାଯାଉଛି । ପଥର ମୂର୍ତ୍ତିରେ ଜୀବନ ଭରିବେ ଏହି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ । ଜାନୁଆରୀ ୨୨ ରେ ଅଯଧ୍ୟା ରାମ ଲାଳାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ଦିନ କେବଳ ଉତ୍ତର ପ୍ରଦେଶ ନୁହଁ ସମଗ୍ର ଭାରତ ବାସୀଙ୍କ ପାଇଁ ସବୁଠୁ ବଡ ଦିନ ହେବାକୁ ଯାଉଛି । ଯାହାକୁ ସାରା ଦେଶର ନୁହେଁ ବରଂ ଦେଶ ବାହାରର ଲୋକ ମଧ୍ୟ ଅପେକ୍ଷା କରି ରହିଛନ୍ତି । ରାମ ଲାଳାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭା ଗୃହରେ ଉପସ୍ଥିତ ରହୁଥିବା ୫ ଜଣ ବାବାଙ୍କ ମଧ୍ୟରୁ ମଧ୍ୟରୁ ଏହେଉଛନ୍ତି ଜଣେ ।

ଯାହାଙ୍କ ନାମ ହେଉଛି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ । ରାମ ମନ୍ଦିର ମୁଖ୍ୟ ପୂଜାରୀ ଭାବେ ତାଙ୍କର ଚୟନ ହେଇଛି । ଆୟୋଜନ ମନ୍ତ୍ର ପୂଜା ସମୟରେମୋଟୀ ୧୨୧ ପୂଜାରୀ ଉପସ୍ଥିତ ରହିବେ । ମାତ୍ର ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇବାର ସୋଭାଗ୍ୟ ଏହି ୫ ଜଣ ପଣ୍ଡିତଙ୍କୁ ଦିଆଯାଇଛି । ଆଜ୍ଞା ହଁ , ଏହି ଶୁଭ କାର୍ଯ୍ୟ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ମିଳିଛି । ଲକ୍ଷ୍ମୀକାନ୍ତ ଦୀକ୍ଷିତ ପ୍ରସିଦ୍ଧ ପଣ୍ଡିତ ଜାଯାଭୋଟ ଯିଏ ୧୭ ତମ ଶତାଦ୍ଦୀରେ ଛତ୍ରପତି ଶିବାଜୀ ମୋହାରାଜଙ୍କର ରାଜ୍ୟବିଷକ କରାଇଥିଲେ । ତାଙ୍କ ବଂଶଜ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ରାମ ଲଲାଙ୍କୁ ପ୍ରାଣ ପ୍ରତିଷ୍ଠା କରିବାର ଦାୟିତ୍ୱ ମିଳିଛି ।

ଏଠାରେ କହିରଖିବାକୁ ଚାହିଁବୁ ରାମମନ୍ଦିର ପ୍ରଧାନ ଚର୍ଚ୍ଚକ ଭାବରେ ସୌଭାଗ୍ୟ ପଣ୍ଡିତ ଲକ୍ଷ୍ମୀକାନ୍ତ ତାଙ୍କ ବଂଶ ଅନେକ ପିଢ଼ି ଧରି କାଶୀରେ ବସବାସ କରୁଛନ୍ତି । ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯଧ୍ୟା ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଭଗବାନଙ୍କର ପ୍ରଥମ ପୂଜାରୀ ଅଟନ୍ତି । ସେ ଜାନୁଆରୀ ୧୬ ରୁ ୨୨ ପଯ୍ୟନ୍ତସମଗ୍ର ଦେଶରୁ ଆସିଥିବା ବେଦର ସମସ୍ତ ଶାଖାର ୧୨୧ ପଣ୍ଡିତ ଦଳର ନେତୃତ୍ୱ ନେବେ । ପଣ୍ଡିତଙ୍କ ଏଭଳି ଦଳରେ କାଶୀର ୪୦ ରୁ ଅଧିକ ପଣ୍ଡିତ ସାମିଲ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଯେ ଏହି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ରାମଲାଳାଙ୍କ ପ୍ରାଣ ପ୍ରତିଷ୍ଠାର ସୌଭାଗ୍ୟ ମିଳିଛି । ଆଉ ଏବେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *