ପିରିୟଡ଼ସ ସମୟରେ ସ୍ତ୍ରୀ ମାନଙ୍କୁ ନିଜ ସ୍ୱାମୀ ଠାରୁ କାହିଁକି ରହିବାକୁ ଦୂରରେ ପଡ଼ିଥାଏ ?

ସାଧରଣତଃ ଆମ ହିନ୍ଦୁ ଧର୍ମ ଅନୁଯାୟୀ ମହିଳାଙ୍କ ମାସିକ ଧର୍ମ ସମୟରେ ସେମାନେ ଅପବିତ୍ର ହୋଇ ଯାଆନ୍ତି ବୋଲି କୁହାଯାଇଛି । ତେବେ ଏହାର କାରଣ ବିଷୟରେ ଅନେକ ଲୋକ ଜାଣି ନାହାଁନ୍ତି । ପୁଣି ଏହି ମାସିକ ଧର୍ମ ସମୟରେ ଆମ ହିନ୍ଦୁ ଧର୍ମ ଅନୁଯାୟୀ ମହିଳାଙ୍କୁ ପୂଜାପାଠ କରିବା କିମ୍ବା ମନ୍ଦିର ଯିବାରୁ ମଧ୍ୟ ବର୍ଜିତ କରାଯାଇଛି । ତେବେ ଆଜିକାର ଲେଖାରେ ଆମେ ଏହାର କାରଣ ବିଷୟରେ କହିବୁ ।

ଭଗବତ ପୁରାଣ ଅନୁସାରେ ମାସିକ ଧର୍ମ ସମୟରେ ମହିଳା ମାନେ ବ୍ରହ୍ମ ହତ୍ୟା ଭଳି ପାପ ଭୋଗିଥାନ୍ତି । ଇନ୍ଦ୍ର ଦେବ କୌଣସି କଥାରେ ପୂର୍ବ ବୃହଷ୍ପତିଙ୍କ ଉପରେ କ୍ରୋଧିତ ହୋଇ ସ୍ୱର୍ଗଲୋକ ଛାଡ଼ି ଚାଲିଯାଇଥିଲେ । ଯାହାର ଅବସର ପାଇଁ ରାକ୍ଷସ ମାନେ ଦେବଲୋକ ଉପରେ ଆକ୍ରମଣ କରି ଦେବଲୋକକୁ ପରାସ୍ତ କରିଥିଲେ । ଯେଉଁ କାରଣରୁ ବ୍ରହ୍ମାଙ୍କ ପରାମର୍ଶରେ ଇନ୍ଦ୍ର ଜଣେ ବ୍ରହ୍ମଜ୍ଞାନୀଙ୍କୁ ପୂଜା କରୁଥିଲେ ଯାହାଙ୍କ ମାତା ଜଣେ ରାକ୍ଷସୀ ଥିଲେ । ଏହା ଜାଣିବା ପରେ ଇନ୍ଦ୍ର ସେହି ବ୍ରହ୍ମଜ୍ଞାନୀର ହତ୍ୟା କରିଥିଲେ ।

ଯାହାର ପାପରୁ ମୁକ୍ତି ପାଇଁ ସେ ବିଷ୍ଣୁଙ୍କ ଆରାଧନା କରିଥିଲେ । ଏହାପରେ ବିଷ୍ଣୁ ତାଙ୍କୁ ତାଙ୍କ ପାପକୁ ଜଳ , ଗଛ , ମାଟି ଏବଂ ସ୍ତ୍ରୀ ମଧ୍ୟରେ ବାଣ୍ଟିବାକୁ କହିଥିଲେ । ସେହି ଦିନ ଠାରୁ ହିଁ ମହିଳା ମାନେ ମାସିକ ଧର୍ମ ଭଳି ପାପରେ ପୀଡ଼ିତ ହୁଅନ୍ତି । ଯେହେତୁ ନିଜ ପାପର ପରିଣାମ ପାଇଁ ଇନ୍ଦ୍ର ବିଷ୍ଣୁଙ୍କୁ ଆରାଧନା କରୁଥିଲେ ସେତେବେଳେ ତାଙ୍କ ଆଗରେ ସ୍ୱୟଂ ବିଷ୍ଣୁ ନଥିଲେ କିମ୍ବା ତାଙ୍କ ପ୍ରତିମା ମଧ୍ୟ ନଥିଲେ । ତେଣୁ ଠିକ ସେହିପରି ମହିଳା ମାନେ ମଧ୍ୟ ମାସିକ ଧର୍ମ ସମୟରେ ବ୍ରତ କରି ପାରିବେ । କାରଣ ବ୍ରତ କରିବା ପାଇଁ ସେମାନଙ୍କୁ କୌଣସି ପୂଜାପାଠ କିମ୍ବା ମନ୍ଦିର ଯିବାର ପ୍ରୟୋଜନ ନାହିଁ ।

ତେଣୁ ଏପରି ସମୟରେ ମହିଳା ମାନସିକ ଭାବରେ ଏବଂ ଶାରୀରିକ ଭାବରେ ଦୁର୍ବଳ ହୋଇଥାନ୍ତି । ଯେଉଁ କାରଣରୁ ସେମାନଙ୍କ ମନବୋଳ ବଢ଼ାଇବାର ଆବଶ୍ୟକତା ରହିଛି । ଏହି ସମୟରେ ମହିଳା ମାନେ ଖୁବ ଚିଡ଼ିଚିଡ଼ା ସ୍ୱଭାବର ହୋଇ ଯାଆନ୍ତି । ଯେଉଁ କାରଣରୁ ସ୍ୱାମୀମାନେ ଖୁବ ଖରାପ ବ୍ୟବହାର ମଧ୍ୟ ଦେଖାଇ ପାରନ୍ତି । ମାସିକ ଧର୍ମ ସମୟରେ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ତେଣୁ ଏହି ସମୟରେ ସ୍ୱାମୀ ସ୍ତ୍ରୀ ଅଲଗା ରହିବା ଉଚିତ । ଏହି ସମୟରେ ମହିଳା ମାନେ ଶାରୀରିକ ପରିଶ୍ରମ ମଧ୍ୟ କରିବା ଉଚିତ ନୁହେଁ ।

ମାସିକ ଧର୍ମ ସମୟରେ କୌଣସି ମହିଳାଙ୍କୁ ରୋଷେଇ ଘରକୁ ଯାଇ ଖାଦ୍ୟ ବନାଇବା ଉଚିତ ନୁହେଁ । ଏହାଦ୍ୱାରା ସେହି ଖାଦ୍ୟ ବିଷାକ୍ତ ହୋଇଯାଏ । ଘରର ପିଲା ମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଘରର ମୁରବି ବର୍ବାଦ ମଧ୍ୟ ହୋଇ ପାରନ୍ତି । ପୁଣି ଏହି ସମୟରେ ମହିଳା ବିରକ୍ତ ହୋଇ ଖାଦ୍ୟ ବନାଇଲେ ତାହା ଦୂଷିତ ହୋଇଯାଏ ଯାହାକୁ ଗ୍ରହଣ କରିବା ଆଦୋୖ ଶୁଭ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *