ମୃତଦେହ ନେବାକୁ କାନ୍ଦି କାନ୍ଦି ଆସିଥିଲେ ଓଡ଼ିଶା , କିନ୍ତୁ ଠକେଇର ଶିକାର ହୋଇ ହସିବାକୁ ଲାଗିଲେ ଯୁବକ…

ସେଦିନର ସେହି କାଳ ରାତି କଥା ଆଜି ବି ଭାବିଲେ ଦେହ ଶୀତେଇ ଯାଉଛି । କାହାର ଘର ଛାରଖାର ହୋଇ ଯାଇଛି ତ ଆଉ କାହାର ବଂଶ ଯାଇଛି ଉଜୁଡି । ବାସ୍ ମଣିଷ ଆଉ କିଛି କହି ପାରୁ ନାହିଁ । ଆଜି ବି ନିସ୍ତବ୍ଧ ହୋଇ ରହିଛନ୍ତି ଅନେକ ମଣିଷ , ଯେଉଁ ମାନେ ନିଜ ପ୍ରିୟଜନଙ୍କୁ ସେଦିନର କାଳ ରାତିରେ ହରାଇ ଦେଇଛନ୍ତି । ଆଜି ବି ରାଜ୍ୟ ବାହାରୁ ଅନେକ ଲୋକ ଧାଇଁ ଆସୁଛନ୍ତି କେବଳ ନିଜ ଲୋକଙ୍କ ମୃତ ଶରୀର ନେବାକୁ । ଆଉ ଏମିତି ବି ହୋଇଛି ଦୁଇ ଦିନରୁ ଅଧିକ ସମୟ ଧରି ଲୋକେ ହସ୍ପିଟାଲରେ ପଡ଼ି ରହିଛନ୍ତି ।

କେବେ ତାଙ୍କୁ ମୃତ ଦେହ ମିଳିବ ଆଉ ସେମାନେ ତାହାକୁ ନେଇ ଘରକୁ ଫେରି ଯିବେ ବୋଲି ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ଏପରି ବି ଲୋକ ଅଛନ୍ତି , ଯେଉଁ ମାନେ ନିଜ ପରିବାର ଲୋକଙ୍କୁ ପାଇ ନାହାଁନ୍ତି ଆଉ ଖୋଜିବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜି ବି ଦୁନିଆଁରେ ଏମିତି ଲୋକ ଅଛନ୍ତି , ଯିଏକି ଏମିତି କାମ କରି ପାରନ୍ତି । ଅନ୍ୟକୁ ଠକି ନିଜେ ଖୁସି ପାଇଲେ ମଣିଷ କେମିତି ବା ଖୁସି ହୋଇପାରେ । ତେବେ ଏହାର ଏକ ସ୍ପଷ୍ଟ ଉଦାହରଣ ବର୍ତ୍ତମାନ ସମୟରେ ରାଜଧାନିରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ନିଜ ପ୍ରିୟଜନଙ୍କ ମୃତଦେହ ନେଁବା ପାଇଁ ଓଡ଼ିଶା ଆସିଥିଲେ । ଆଉ ଏ ହସ୍ପିଟାଲରୁ ସେ ହସ୍ପିଟାଲ ସେ ମୃତଦେହ ଖୋଜି ବୁଲୁଥିଲେ । ଆଉ ଏହାରି ମଧ୍ୟରେ ହଠାତ୍ ତାଙ୍କ ମୋବାଇଲରେ ଚାର୍ଜ ରହୁ ନଥାଏ । ତେଣୁ ସେ ବ୍ୟସ୍ତ ହୋଇ ଯାଇଥିଲେ ଆଉ କଣ କରିବେ ବୋଲି ଭାବି ପାରି ନଥିଲେ । ଶେଷରେ ସେ ଏପରି କାମ କରିବାକୁ ନିଷ୍ପତ୍ତି ନେଇ ଥିଲେ ।

ଏତିକି ସମୟରେ ତାଙ୍କ ନଜର ରାସ୍ତା କଡ଼ରେ ରହିଥିବା ପାୱାର ବ୍ୟାଙ୍କ ଉପରେ ପଡିଥିଲା । ବ୍ୟକ୍ତି ଜଣକ ଭାବି ନେଇଥିଲେ କି , ପାୱାର ବ୍ୟାଙ୍କ କିଣି ନେଲେ ତାଙ୍କର ଆଉ ଅଧିକ ସମୟ ଚାର୍ଜ ରହିବ ଆଉ ସେ ଆରାମରେ ନିଜ ପରିବାର ଲୋକଙ୍କ ମୃତଦେହ ଖୋଜି ପାରିବେ ।

ଆଉ ଏହାରି ମଧ୍ୟରେ ସେ ଜଣଙ୍କୁ ଯାଇ ପଚାରିଥିଲେ ପାୱାର ବ୍ୟାଙ୍କ କେତେ ଟଙ୍କା । ତେବେ ଏହାରି ମଧ୍ୟରେ ବ୍ୟକ୍ତି ଜଣକ କହିଥିଲେ କି , ୩୨୦୦୦ ଏମଏଚ ବ୍ୟାଟେରୀର ଦାମ୍ ମାତ୍ର ୪୦୦ ଟଙ୍କା । ଆଉ ବ୍ୟକ୍ତି ଜଣକ ଖୁସି ହୋଇ ତାହା କିଣି ନେଇଥିଲେ । ତେବେ କିଛି ସମୟ ପରେ ଚାର୍ଜ ଦେବାରୁ ସେ ଦେଖିବାକୁ ପାଇଥିଲେ କି ଚାର୍ଜ ହେଉ ନାହିଁ । ତେଣୁ ସେ ବାଧ୍ୟ ହୋଇ ପାୱାର ବ୍ୟାଙ୍କ ଖୋଲି ଦେଇଥିଲେ । ଆଉ ତା ଭିତରେ ଦେଖି ଥିଲେ ଖାଲି ମାଟି ହିଁ ଭର୍ତି ହୋଇଛି । ତେବେ ବର୍ତ୍ତମାନ ସମୟରେ ବ୍ୟକ୍ତି ଜଣକ ବାସ୍ ହସିବାରେ ଲାଗିଛନ୍ତି । ଆଉ ତାଙ୍କ ପାଖରେ କିଛି ଉପାୟ ନାହିଁ ।

Leave a Reply

Your email address will not be published. Required fields are marked *