ବାଗେଶ୍ୱର ବାବା ଖୋଲିଲେ ନିଜ ପୁଟୁଳି । ଯାହା ବାହାରିଲ ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହେବେ ।

ବାଗେଶ୍ୱର ବାବା ଅର୍ଥାତ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ସମଗ୍ର ଭାରତରେ ବା କିଏ ନଜାଣେ ? ପୁରା ଦେଶରୁ ଲୋକେ ବାବାଙ୍କୁ ଭେଟିବା ପାଇଁ ଏବଂ ତାଙ୍କ ମତାମତ ନେବା ପାଇଁ ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ବାଗେଶ୍ୱର ବାବା ଓଡ଼ିଶାର ପୁରୀ ଜଗନ୍ନାଥ ଧାମରେ ଆସି ପହଞ୍ଚିଛନ୍ତି । ଆଉ ସେଠାରେ ନିଜ ପୁଟୁଳି ମଧ୍ୟ ଖୋଲିଛନ୍ତି । ଆଉ ସେଥିରୁ ଯାହା ବାହାରିଛି ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଧୀରେନ୍ଦ୍ର ଶାସ୍ତ୍ରୀ ଭୁବନେଶ୍ୱର ଆସିବା ପରେ ଭକ୍ତଙ୍କର ଜନ ସମାଗମ ଲାଗି ଯାଇଛି । ଜାତୀୟ ଗଣମାଧ୍ୟମରେ ସେ ଯେତିକି ଚର୍ଚ୍ଚାରେ , ଓଡ଼ିଶାରେ ମଧ୍ୟ ସେତିକି ଚର୍ଚ୍ଚାରେ ।

ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଯେତେବେଳେ ନିଜ ପୁଟୁଳି ଖୋଲିଥିଲେ ସେଥିରୁ ବାହାରିଥିଲା କିଛି ରୁଦ୍ରାକ୍ଷ , ଶାଳଗ୍ରାମ ଏବଂ କିଛି ସୁଗନ୍ଧିତ ଦ୍ରବ୍ୟ , ଯେଉଁଥିରୁ କିଛି ସେ ନିଜ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଯାହାକୁ ପାଇବା ପରେ ଭକ୍ତ ମାନେ ମଧ୍ୟ ବହୁତ ଖୁସି ହୋଇଥିଲେ । ବାବାଙ୍କୁ ଯେତେବେଳେ ଆସିବାର କାରଣ ବିଷୟରେ ପଚରା ଯାଇଥିଲା , ସେ କହିଥିଲେ ଯେ ଗତ ୬ – ୭ ବର୍ଷ ତଳେ ସେ ପୁରୀକୁ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ବର୍ତ୍ତମାନ ପୁଣିଥରେ ଜଗନ୍ନାଥଙ୍କ ଡୋରି ଲାଗିବାରୁ ସେ ପୁଣିଥରେ ଓଡ଼ିଶା ଆସିଛନ୍ତି । ଏହାବ୍ୟତୀତ ସେ ଏହା ପ୍ରାର୍ଥନା କରିଛନ୍ତି ଯେ ଓଡ଼ିଶାର ସବୁ ଜନତା ଭଲରେ ରୁହନ୍ତୁ ।

ସେ କହିଛନ୍ତି ଯେ ଓଡ଼ିଶାର ସବୁ ଲୋକ ଧାର୍ମିକ ଏବଂ ଯେତେବେଳେ ଭଗବାନ ଜଗନ୍ନାଥ ଅଛନ୍ତି , ଓଡ଼ିଶାର ଲୋକଙ୍କର କୌଣସି କ୍ଷତି ହେବ ନାହିଁ । ବାଗେଶ୍ୱର ବାବାଙ୍କ ସାନିଧ୍ୟ ପାଇଁ ଭକ୍ତ ମାନେ ବହୁତ ଖୁସିରେ ଅଛନ୍ତି ଏବଂ ଅନେକ ଭକ୍ତ ନିଜର ଅନୁଭୂତି ମଧ୍ୟ ମିଡ଼ିଆ ସାମ୍ନାରେ କହିଛନ୍ତି । ଯେତେବେଳେ ପୁରୀରେ ରଥକୁ ଭକ୍ତ ମାନେ ଟାଣିବା କଥା ଆସେ ସେତେବେଳେ ବଗେଶ୍ୱର ବାବା କହନ୍ତି ଯେ ଏଠାରେ ଭକ୍ତ ମାନେ ନୁହେଁ ବରଂ ସବୁ ଭକ୍ତଙ୍କୁ ଏକ ଏକ ସ୍ନେହ ଏବଂ ଆଶୀର୍ବାଦର ଦଉଡ଼ି ଦ୍ୱାରା ଭଗବାନ ଜଗନ୍ନାଥ ଟାଣୁଛନ୍ତି । ସବୁ ଭକ୍ତଙ୍କର ଭିଡ଼ ଲାଗିଛି ସମସ୍ତେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ପାଇବାକୁ ମଧ୍ୟ ଇଚ୍ଛା କରିଛନ୍ତି ।

Leave a Reply

Your email address will not be published. Required fields are marked *