ଯାତ୍ରା ଗାୟିକା ଉର୍ବଶୀ କହିଲେ ନିଜ ଜୀବନର କିଛି ଅଭୁଲା ସ୍ମୃତି । କହିଲେ ” ଯେଉଁ ଦୁଇ ଭଉଣୀ ମେସେଜ କରିଛ ସେ ଫୋଟ ପଠେଇଲେ ……. “

ଯାତ୍ରା ଗାୟିକା ଉର୍ବଶୀଙ୍କୁ ବା କିଏ ନଜାଣେ । ଗୋଟିଏ ସମୟରୁ ସେ ନିଜର ଗୀତ ପାଇଁ ଏବଂ ଏକ ବିଶେଷ ଗୀତ ପାଇଁ ଖୁବ ଲୋକପ୍ରିୟ ହୋଇ ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ବି ସମ୍ବଲପୁର ଏବଂ ବରଗଡ଼ରେ ତାଙ୍କୁ ଚାନ୍ଦିନୀ ଅପା ଏବଂ ଉର୍ବଶୀ ଦିଦି ଭାବରେ ଜାଣିଛନ୍ତି । ତେବେ ବର୍ତ୍ତମାନ ଉର୍ବଶୀ ନିଜର ଜୀବନର ସଂଘର୍ଷ କାହାଣୀ ଏବଂ ଅନେକ ଅଭୁଲା ସ୍ମୃତି ବିଷୟରେ କହିଛନ୍ତି । ଯାହା ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ । ଉର୍ବଶୀ ଏକ ଗରିବ ପରିବାରରୁ ଆସିଛନ୍ତି ଯାହାଙ୍କ ଘରେ ପିଲାବେଳେ ପିନ୍ଧିବାକୁ ଭଲ ଡ୍ରେସ ମଧ୍ୟ ନଥାଏ । ତେଣୁ ସେ ଅନେକ ସମୟରେ ଡ୍ରେସ ମାଗି ପିନ୍ଧୁଥାନ୍ତି ବୋଲି କହନ୍ତି ।

ଉର୍ବଶୀ ନିଜ ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ନିଜ ଯାତ୍ରା କ୍ୟାରିଅରରେ ମଧ୍ୟ ଅନେକ ସଂଘର୍ଷ କରିଛନ୍ତି । ଯେତେବେଳେ ସେ ଥରେ ସେ ବରଗଡ଼ ପାର୍ଟିରେ ଯାଇଥିଲେ ଏବଂ ତାଙ୍କୁ ଦେଖିବା ପାଇଁ ଏବଂ ଗୀତ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇ ଯାଇଥିଲା ।

ସେ ଯେତେ ଚେଷ୍ଟା କଲେ ବି ସେଦିନ ଆଉ ଗୀତ ବୋଲି ପାରି ନଥିଲେ ଏବଂ ତାଙ୍କୁ ହଠାତ ତାଙ୍କୁ ହଠାତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚେକଅପ ପରେ ଜଣା ପଡ଼ିଥିଲା ଯେ ତାଙ୍କର ଆପେଣ୍ଡିସାଇଟ କାରଣରୁ ବହୁତ ଶୀଘ୍ର ତାଙ୍କର ଅପରେସନ କରିବାକୁ ପଡ଼ିବ ।

ଆଉ ସେହାହିଁ ହେଲା ଏବଂ ତାଙ୍କର ଅପରେସନ ଥିଲା । ୧୭ ବର୍ଷରୁ ବିବାହ ହୋଇଥିବା ଉର୍ବଶୀଙ୍କର କୋଳରେ ସେତେବେଳେ ୮ ମାସର ସନ୍ତାନ ଥାଏ ଯାହାକୁ ଯାତ୍ରା ମାଲିକ ଧରି ତାଙ୍କ ଘରକୁ ଯାଆନ୍ତି ଏବଂ ତାଙ୍କୁ ଅନେକ କିଛି ଶୁଣିବାକୁ ପଡ଼େ । ତେବେ ହସ୍ପିଟାଲରୁ ଘରକୁ ଆସିବା ପରେ ସେ କିଛି ଦିନ ରେଷ୍ଟ ନେଇଥିଲେ । ଏପଟେ ତାଙ୍କ ଗୀତ ନଶୁଣିବା ପର୍ଯ୍ୟନ୍ତ ବରଗଡ଼ରୁ ଯାତ୍ରା ପାର୍ଟିକୁ ଛାଡ଼ି ନଥିଲେ ।

ଯେଉଁ କାରଣରୁ ଅନେକ ଅନୁରୋଧ ପରେ ସେ ଯାଇ ସେମିତି ଅବସ୍ଥାରେ ଗୀତ ବୋଲି ଥିଲେ ଏବଂ ସେଦିନ ମଧ୍ୟ ତାଙ୍କ ଗୀତ ଶୁଣିବା ପାଇଁ ହାଉସ ଫୁଲ ଥିଲା । ନିଜର ଏହି ଅଭୁଲା ସ୍ମୃତି ପରେ ଉର୍ବଶୀ ମାନସମଧୁ ବ୍ଲଗ ବିଷୟରେ କହିଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଦୁଇ ଭଉଣୀ ମେସେଜ କରିଥିଲେ ସେ ଫୋଟ ପଠେଇଲେ ନିଜର ଦୁଇ ପୁଅକୁ ବିବାହ କରି ଘରକୁ ନେଇ ଆସିବେ । “

Leave a Reply

Your email address will not be published. Required fields are marked *