ନିଜ ବୟଫ୍ରେଣ୍ଡ ଅଶ୍ୱିନୀଙ୍କୁ ନେଇ ଏମିତି କହିଲେ ବର୍ଷା । କହିଲେ ସେ କଲେଜକୁ ବାଇକ ନେଇ ଆସିଲେ ସବୁ ଝିଅ ……..

ଓଡ଼ିଶାରେ ବର୍ତ୍ତମାନ ସମୟରେ ଅନେକ ବ୍ଲଗର ଅଛନ୍ତି ଯେଉଁମାନେ ନିଜର ଡେଲି ଲାଇଫକୁ ଲୋକଙ୍କ ସହିତ ସେୟାର କରି ନିଜଟ ଏଣ୍ଟରଟେନମେଣ୍ଟ କରିବା ସହିତ ଲୋକଙ୍କର ମଧ୍ୟ ଏଣ୍ଟରଟେନମେଣ୍ଟ କରନ୍ତି । ଆଉ ସେଥିମଧ୍ୟରୁ ବର୍ଷାସାହୁ ଲାଇଫଷ୍ଟାଇଲ ଚ୍ୟାନେଲ ମଧ୍ୟ ବେଶ ପରିଚିତ । ତେବେ ବର୍ଷାଙ୍କର ସବସକ୍ରାଇବର ମଧ୍ୟ ବେଶ ଅଧିକ । କିନ୍ତୁ ସେ ନିଜ ବୟଫ୍ରେଣ୍ଡ ଅଶ୍ୱିନୀଙ୍କୁ ନେଇ ଗଣମାଧ୍ୟମରେ କିଛି କହିଛନ୍ତି ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣି ପାରିବେ । ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ ଯେ ଅନେକ ବ୍ଲଗରେ ବର୍ଷା ନିଜ ବୟଫ୍ରେଣ୍ଡ ଅଶ୍ୱିନୀଙ୍କ ସହିତ ନଜର ଆସନ୍ତି ।

ଉଭୟଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରନ୍ତି । ବର୍ଷା କହିଛନ୍ତି ଯେ ଯେତେବେଳେ ଦୁହେଁ ଗୋଟିଏ କଲେଜରେ ପଢୁଥିଲେ ସେତେବେଳେ ଅଶ୍ୱିନୀଙ୍କର ଅନ୍ୟ ଜଣେ ଗାର୍ଲଫ୍ରେଣ୍ଡ ଥିଲେ ଏବଂ ସେତେବେଳେ ଅଶ୍ୱିନୀ ଆରୱାନ5 ବାଇକ ନେଇ ଆସୁଥିଲେ । ସେହିଠାରୁ ହିଁ ତାଙ୍କ ସାଙ୍ଗ ଅଶ୍ୱିନୀଙ୍କ ସହିତ ତାଙ୍କର ଚିହ୍ନା ପରିଚୟ କରାଇଥିଲେ ।

କେବେ ଦୁହେଁ ଭାବି ନଥିଲେ ଯେ କେବେ ସେମାନେ ଏକାଠି ହେବେ ବୋଲି । କିନ୍ତୁ କଲେଜ ପରେ ମଧ୍ୟ ଦୁହେଁ ଦୀର୍ଘ ବର୍ଷ ହେବ ସାକ୍ଷାତ କରି ନଥିଲେ କିମ୍ବା ସାମ୍ନା ସାମ୍ନି କେବେ ପରସ୍ପର ସହିତ ପରିଚୟ କରାଇ ନଥିଲେ । କିନ୍ତୁ କିଛି ବର୍ଷ ପୂର୍ବେ ନିଜର ନିଜର ସାଙ୍ଗ ଜରିଆରେ ଉଭୟଙ୍କ ମଧ୍ୟରେ ଫୋନ ନମ୍ବରରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଦୁହେଁ ରିଲଶନଶିପରେ ଆସିଥିଲେ ।

ଆଉ ସେବେଠାରୁ ହିଁ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଅଛନ୍ତି । ଆଉ ନିଜ କଲେଜ ସମୟକୁ ନେଇ ବର୍ଷା କହିଛନ୍ତି ଯେ ଯେତେବେଳେ ଅଶ୍ୱିନୀ ନିଜର ବାଇକ ନେଇ କଲେଜକୁ ଆସୁଥିଲେ ସେତେବେଳେ କଲେଜର ସବୁ ଝିଅ ତାଙ୍କ ବାଇକ ପାଖରେ ପହଞ୍ଚି ଯାଉଥିଲେ । ଉଭୟଙ୍କୁ ଯେତେବେଳେ ସେମାନଙ୍କ ବିବାହ ବିଷୟରେ ପଚରା ଯାଇଛି ସେମାନେ କହିଛନ୍ତି ଯେ ବିବାହ କରିବାକୁ ଆହୁରି ଏକ ବର୍ଷ ଲାଗିପାରେ । ଆଉ ସେଥିପାଇଁ ଦୁହେଁ କ୍ୟାରିଅରରେ ସଫଳ ହେବାକୁ ପୁରା ଚେଷ୍ଟା ଜାରି ରଖିଛନ୍ତି ଏବଂ କହିଛନ୍ତି ଯେ କ୍ୟାରିଅରରେ ସଫଳତା ସହିତ ବହୁତ ଜଲଦି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

Leave a Reply

Your email address will not be published. Required fields are marked *