ଅଯୋଧ୍ୟାରେ ଏକାଠି ହେଲେ ରାମ ସୀତା, ଦୁହିଁଙ୍କୁ ଦେଖିବାକୁ ଦୌଡ଼ି ଆସିଲେ ଲୋକେ…..

ଅଯୋଧ୍ୟାରେ ରାମ ସୀତାଙ୍କୁ ଦେଖି ଲୋକେ ପୁଣିଥରେ ଭାବ ବିହ୍ଵଳ ହୋଇଗଲେ । ନେକ ଦିନ ପରେ ରାମ ସୀତା ଏକାଠି ଅଯୋଧ୍ୟାରେ ପହଞ୍ଚିଲେ । ଯେଉଁ ରାମ ସୀତାଙ୍କୁ ଟିଭିରେ ଦେଖି ଦର୍ଶକଙ୍କ ମନ ପ୍ରଫୁଲ୍ଲ ହୋଇ ପଡ଼ୁଥିଲା । ଦୀର୍ଘ ବର୍ଷ ହେବ ଲୋକେ ଦୁହିଁଙ୍କ ସାକ୍ଷାତ ପାଇ ନଥିଲେ । କିନ୍ତୁ ସେହି ରାମ ସୀତା ଆଜି ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି । ରାମାୟଣ ସିରିଏଲରେ ଛାଇ ଯାଇଥିବା ଦୀପିକା ଏବଂ ଅରୁଣ ଦୁଇଜଣ ଅଯୋଧ୍ୟାକୁ ଦୌଡ଼ି ଆସିଛନ୍ତି । ଯାହାଙ୍କୁ ଦେଖିବାକୁ ଶହ ଶହ ଲୋକଙ୍କର ଭିଡ଼ ଜମିଛି । ସେଦିନ ସୀତା କାନ୍ଦୁଥିଲେ ଏବଂ ଆଜି ରାମଙ୍କୁ ଦେଖି ଖୁବ ଖୁସି ହୋଇ ଯାଇଛନ୍ତି ।

ରାମାୟଣ ସିରିଏଲ ଶୁଟିଂ ବେଳର ସବୁ କଥା ଆଜି ପୁଣିଥରେ ସେମାନଙ୍କ ମାନସ ପଟରେ ଉଙ୍କି ମାରୁଛି । ହୁଏତ ବହୁତ ଦିନ ବିତି ଯାଇଛି କିନ୍ତୁ ସେହିସବୁ ସ୍ମୃତି ଆଜିବି ଜୀବିତ ରହିଛି । ରାମାୟଣ ସିରିଏଲରେ ଦୀପିକା ଚିକଳିଆ ଏବଂ ଅରୁଣ ଗଭିଲ ଯେଉଁଭଳି ଭାବରେ ଭଗବାନ ରାମ ଏବଂ ସୀତାଙ୍କ ଅଭିନୟ କରିଥିଲେ ।

ସେହି ସ୍ମୃତିକୁ ଦର୍ଶକ ଭୁଲି ପାରି ନାହାଁନ୍ତି କି ସେମାନେ ମଧ୍ୟ ଭୁଲି ପାରି ନାହାଁନ୍ତି । ପୁଣି ରାମ ସୀତା ଅଯୋଧ୍ୟାରେ ଏକାଠି ହେବା ପରେ ଲୋକେ ଦେଖି ଖୁସି ହୋଇ ଯାଇଛନ୍ତି । କାରଣ ଲୋକଙ୍କ ସାମ୍ନାରେ ସେତେବେଳେ ରାମ ସୀତା ଜୀବନ୍ତ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ସ୍ୱୟଂ ରାମ ସୀତା ବୋଲି କହନ୍ତି ।

ରାମ ସୀତା ନାମ ଆସିଲେ ସମସ୍ତଙ୍କ ଆଖିରେ ଏହି ଦୁହିଁଙ୍କ ମୁହଁ ନାଚି ଉଠେ । ଆଉ ଯେତେ କଳାକାର ଅଭିନୟ କଲେ ମଧ୍ୟ କେହିବି ସେମାନଙ୍କ ସ୍ଥାନରେ ଆଉ କାହାକୁ ଗ୍ରହଣ କରି ପାରନ୍ତି ନାହିଁ । ଚଳିତ ମାସ ୨୨ ତାରିଖରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହି ମୁହୂର୍ତ୍ତରେ ସ୍ୱତନ୍ତ୍ର ଭାବରେ ରାମାୟଣର ରାମ ସୀତାଙ୍କୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ।

ରାମ ଏବଂ ସୀତାଙ୍କୁ ଅଯୋଧ୍ୟାରେ ଏଭଳି ଭାବରେ ହଠାତ ଦେଖି ଲୋକେ ଭାବ ବିହ୍ଵଳ ହୋଇ ପଡ଼ିଛନ୍ତି । ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅନେକ ରାଜନେତା ଏବଂ ସେଲିବ୍ରିଟି ଏବଂ ଖେଳାଳିଙ୍କ ସମେତ ଅନେକ ବଡ଼ ବଡ଼ ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାମ ସୀତା ମଧ୍ୟ ସେଠାରେ ଆସି ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *