ଆମ ଓଡ଼ିଶାରେ ଯଦି କେହି ଇମ୍ରାନ ହାସମୀ ଅଛି ସେ ହେଉଛି ଉଦିତ”

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏପରି ଏକ ଜରିଆ ଯାହା ମାଧ୍ୟମରେ ଅନେକ ଲୋକ ପ୍ରତ୍ୟେକ ମୁହୂର୍ତ୍ତରେ ଭାଇରାଲ ହୋଇ ଯାଉଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବରେ ଯିଏ ନାହିଁ ସିଏ ଭିଡିଓ ପୋଷ୍ଟ କରି ଦେଉଛନ୍ତି ଆଉ ନିଜକୁ ଜଣେ ଜଣେ ଷ୍ଟାର ବୋଲି ଭାବି ଦେଉଛନ୍ତି । ତେବେ ଏପରି ଜଣେ ଷ୍ଟାର ହେଉଛନ୍ତି ଅନ ଟ୍ୟାଲେଣ୍ଟେଡ ଗାୟ । ଯିଏ ୟୁଟ୍ୟୁବରେ ଖରାପ ଭାଷାରେ ଗାଳି ଗୁଲଜ କରି ବେଶ୍ ପ୍ରସିଦ୍ଧ । ଆଉ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକଙ୍କ ଭଲ ପାଇବା ମଧ୍ୟ ମିଳିଥାଏ । କିଛି ଲୋକେ ତାଙ୍କୁ ବହୁତ ଭଲ ପାଉଥିବା ବେଳେ ଆଉ କିଛି ଲୋକ ତାଙ୍କ ଖରାପ ଭାଷା ଶୁଣି ତାଙ୍କୁ ନାପସନ୍ଦ କରିଥାନ୍ତି ।

ତେବେ ସୋସିଆଲ ମିଡ଼ିଆର ସେହି ଷ୍ଟାର ଉଦିତ ନିକଟରେ ଏକ ମ୍ୟୁଜିକ ଆଲବମ୍ ସୁଟିଂ କରିଛନ୍ତି । ଯେଉଁଥିରେ ବହୁତ୍ ହଟ୍ ହଟ୍ ସିନ ସବୁ ଅଛି । ଆଉ ଯାହାକି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି । ତେବେ ଉଦିତଙ୍କ ଉକ୍ତ ମ୍ୟୁଜିକ୍ ଭିଡ଼ିଓ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ଗଜପତି । ଗଜପତି କହିଛନ୍ତି ଯେ ମ୍ୟୁଜିକ୍ ଭିଡ଼ିଓଟି ଭାରି ବଢ଼ିଆ ହେଇଛି ।

ଗଜପତି ଆହୁରି କହିଛନ୍ତି ସେ ଗୀତ କିଛି ଶୁଣି ନାହାଁନ୍ତି । ଖାଲି ସିନ ଦେଖିକି ସେ ପାଗଳ ହୋଇଯାଇଛନ୍ତି । ଏମିତି ସିନ ମା’ ରାଣ ହିନ୍ଦୀରେ ମଧ୍ୟ ହେବନି ବୋଲି ଗଜପତି କହିଛନ୍ତି । ବହୁତ୍ ବଢିଆ ବଢିଆ ଲୋକେସନ୍ ଆହୁରି ବହୁତ୍ ଟଙ୍କା ଖର୍ଚ୍ଚ କରାଯାଇଛି । ଅନ୍ ଟାଲେଣ୍ଟେଡ ଗାଏ ଉଦିତ ସେ ଜେଲ୍ ରୁ ଆସିବା ପରେ ଗଜପତି ଭାବିଥିଲେ ଯେ ସେ କଣ ଗୋଟେ ବଢିଆ କାମ କରିବ । ଆଉ ଉଦିତ ମଧ୍ୟ ବଢିଆ କାମ କଲା ।

ଲୋକ ଏଇଠି ଆସିକି ବହୁତ୍ ଅପୋଜ କରୁଛନ୍ତି ଏମିତିଆ ସିନ କାହିଁକି କଲ ବୋଲି । ଏସବୁ ତୋ ହିନ୍ଦୀ ଇଣ୍ଡଷ୍ଟ୍ରିରେ ମଧ୍ୟ ହେଉଛି । ଏସବୁ କଳାକାର ଲାଇନ୍ ର କଥା ଅଭିନୟ ପାଇଁ ସବୁ କରିବା କଥା । କିନ୍ତୁ ଏଇ ମ୍ୟୁଜିକ୍ ଭିଡ଼ିଓ ରେ ଷ୍ଟୋରି ବୋଲି କିଛିନାହିଁ ଖାଲି ଚୁମାଚାଟି ।

ଉଦିତ ଆଗରୁ କଣ ଗୋଟେ ଭୁଲ୍ କରିଦେଇଥିଲା ଆଉ ଏଥର ମଧ୍ୟ କଣ କହୁଥିଲା ଭୁଲ୍ ରେ ହେଉ ହେଉ ହେଇଗଲା । କିନ୍ତୁ ଗଜପତି କହିଛନ୍ତି ମଣିଷ ମାତ୍ରକେ ତୋ ଭୁଲ୍ । ଆଉ ଉଦିତକୁ ଏବେ ନିଜ କରିଥିବା କ୍ରିମିନାଲ କାର୍ଯ୍ୟ ପାଇଁ ପଶ୍ଚାତାପ ଅଛି । ଆଉ ସେହି ମ୍ୟୁଜିକ୍ ଭିଡ଼ିଓଟି ଦେଖିଲା ପରେ ତାଙ୍କୁ ଲାଗିଲା ଯେ ଓଡ଼ିଶାରେ ଯଦି କେହି ଇମ୍ରାନ ହାସମୀ କେହି ହେବ ତାହେଲେ ଉଦିତ ହେବ ବୋଲି ଶେଷରେ କହିଥିଲେ ଗଜପତି ।

Leave a Reply

Your email address will not be published. Required fields are marked *