ପାରିବାରିକ କଳହକୁ ନେଇ ସ୍ୱାମୀ ନାଁରେ ସ୍ତ୍ରୀ ଆଣିଲା ସଙ୍ଗିନ ଅଭିଯୋଗ । ଆଉ ସ୍ୱାମୀ କହିଲା ……..

ବିବାହ ହେଉଛି ଏକ ସ୍ୱୀକୃତି ଯେଉଁଥିରେ ସମାଜ ସାମ୍ନାରେ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ରହିବେ ବୋଲି ସ୍ୱୀକାର କରନ୍ତି । କିନ୍ତୁ ବିବାହର ୮ ବର୍ଷ ପରେବି ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କ ମାମଲା ଥାନାରେ ଯାଇ ପଡ଼େ ତେବେ ତାହା କିଭଳି ବୈବାହିକ ସମ୍ପର୍କ ହୋଇଥିବ ତାହା ଆପଣ ମାନେ ଅନୁମାନ କରି ପାରୁଥିବେ । ଆଜ୍ଞା ହଁ ! ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ରୂପକ ମହାନ୍ତି ଏବଂ ସ୍ତ୍ରୀ ରାଜନନ୍ଦିନୀଙ୍କ ବିଷୟରେ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାହାରଣାର ସଗୋଲ ଅଞ୍ଚଳରେ ଘଟି ଯାଇଛି । ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀ ନାମରେ ଅଭିଯୋଗ କରିଛି ।

ଖାଲି ସେତିକି ନୁହେଁ ସ୍ତ୍ରୀ ଜଣକ ମଧ୍ୟ ନିଜ ସ୍ୱାମୀ ନାମରେ ସଙ୍ଗିନ ଅଭିଯୋଗ ଆଣିଛି । ବିବାହର ଦୀର୍ଘ ୮ ବର୍ଷ ପରେ ଏମିତି କଣ ହେଲା ଯେ ଉଭୟେ ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି ଏବଂ ଉଭୟେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ତେବେ କହିରଖିବୁ ଯେ ଗତ ଆଠ ବର୍ଷ ତଳେ ରାଜନନ୍ଦିନୀଙ୍କର ତାଙ୍କ ସ୍ୱାମୀଙ୍କ ସହିତ କଳି ଝଗଡ଼ା ହେଉଥିଲେ ।

ଆଉ ସେତେବେଳେ ରୂପକ ଯାଇ ଉଭୟଙ୍କ ମଧ୍ୟରେ ସମାଧାନ କରାଉଥିଲେ । କହିବାକୁ ଗଲେ ଉଭୟଙ୍କ ମଧ୍ୟରେ ରୂପକ ମିଡ଼ିଏଟର ସାଜିଥିଲେ । କିନ୍ତୁ ଯେତେବେଳେ ହଠାତ ରାଜନନ୍ଦିନୀଙ୍କ ସ୍ୱାମୀଙ୍କର ହାର୍ଟଆଟାକ କାରଣରୁ ମୃତ୍ୟୁ ହୋଇଗଲା ସେତେବେଳେ ରୂପକ ଏବଂ ରାଜନନ୍ଦିନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।

ଉଭୟେ ସ୍ଥାନୀୟ ଏକ ମନ୍ଦିରରେ ବିବାହ କରିଥିଲେ । ରୂପକଙ୍କ ପରିବାର ଲୋକେ ମଧ୍ୟ ବିବାହକୁ ଗ୍ରହଣ କରିଥିଲେ । କିନ୍ତୁ ବିବାହର ଦୀର୍ଘ ୮ ବର୍ଷ ପରେ ବର୍ତ୍ତମାନ ରାଜନନ୍ଦିନୀ ନିଜ ସ୍ୱାମୀ ରୂପକଙ୍କ ଉପରେ ଗଭୀର ଅଭିଯୋଗ ଆଣିଛନ୍ତି ଯେ ରୂପକଙ୍କର କୁଆଡ଼େ ପର ସ୍ତ୍ରୀ ସହିତ ଦୀର୍ଘ ୫ ବର୍ଷ ହେବ ଶାରୀରିକ ସମ୍ପର୍କ ରହି ଆସିଛି । ଆଉ ସେ ଜାଣି ଦେବାରୁ ତାଙ୍କ ଉପରେ ରୂପକ ଶାରୀରିକ ଏବଂ ମାନସିକ ଅତ୍ୟାଚାର କରୁଛନ୍ତି । ଏପଟେ ରୂପକ ମଧ୍ୟ ରାଜନନ୍ଦିନୀଙ୍କର ପର ପୁରୁଷ ସହିତ ଖରାପ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି । ତେବେ ଏହି ମାମଲା ବର୍ତ୍ତମାନ ଥାନାକୁ ଯିବାପରେ ଥାନା ଅଧିକାରୀ ମାମଲାର କିଭଳି ସମାଧାନ କରୁଛନ୍ତି ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *