ସ୍ୱାମୀ କନେଷ୍ଟବଳ ହୋଇ ଦେଉଥିଲେ ଅଫିସରଙ୍କୁ ସମ୍ମାନ,ଏହା ଦେଖି ସ୍ତ୍ରୀ ନିଜେ ବନିଗଲେ IPS ଅଫିସର।

ସ୍ୱାମୀ ବଡ଼ ବଡ଼ ଅଫିସରଙ୍କୁ ଦେଉଥିଲେ ସମ୍ମାନ, ଏହା ଦେଖି ବଦଳିଗଲା ସ୍ତ୍ରୀର ମନ। ୨ ଟି ସନ୍ତାନର ମା ହୋଇବି ଦେଖିଥିବା ସ୍ୱପ୍ନକୁ କରିଲେ ସାକାର। ସ୍ୱାମୀ କନେଷ୍ଟବଳ ହୋଇଥିବା ବେଳେ ସ୍ତ୍ରୀ ବନିଗଲେ IPS ଅଫିସର।ବନ୍ଧୁଗଣ ଏ ହେଉଛନ୍ତି ତାମିଲନାଡୁର ବାସିନ୍ଦା ଅମ୍ବିକା। ମାତ୍ର ୧୪ ବର୍ଷ ବୟସରେ ଜଣେ ପୋଲିସ କନେଷ୍ଟବଳଙ୍କ ସହ ତାଙ୍କର ବିବାହ ହୋଇଥିଲା। ୧୮ ବର୍ଷ ବୟସ ହେବା ବେଳକୁ ସେ ୨ ଟି ସନ୍ତାନର ମା’ ବନିଯାଇଥିଲେ।

ସେ କେବେବି ଭାବିନଥିଲେ ସେ ଦିନେ IPS ଅଫିସର ହୋଇପାରିବେ ବୋଲି।କିନ୍ତୁ ସମୟ ସବୁକିଛି ବଦଳାଇ ଦିଏ। ଦିନେ ଅମ୍ବିକା ତାଙ୍କ ସ୍ବାମୀଙ୍କ ସହ ଗଣତନ୍ତ୍ର ଦିବସରେ ପୋଲିସ ପ୍ୟାରେଟ ଦେଖିବା ପାଇଁ ଆସିଥିଲେ। ସେଠାରେ ଦେଖିଲେ ତାଙ୍କର ସ୍ୱାମୀ ଅନ୍ୟ ବଡ଼ ବଡ଼ ଅଫିସର ମାନଙ୍କୁ ସାଲ୍ୟୁଟ ମାରୁଛନ୍ତି ସେହି ମୁହୂର୍ତ୍ତକୁ ଦେଖି ଅମ୍ବିକା ସ୍ଥିର କରିନେଲେ ସେ ମଧ୍ୟ ଦିନେ IPS ଅଫିସର ବନିବେ। ଆଉ ଏହି ସମ୍ମାନର ଅଧିକାରୀ ହେବେ।

ପ୍ୟାରେଟରୁ ଫେରିବା ପରେ ଅମ୍ବିକା IPS ହେବା କଥା ତାଙ୍କ ସ୍ୱାମୀଙ୍କୁ କହିଥିଲେ। ହେଲେ ତାଙ୍କ ସ୍ବାମୀ ତାଙ୍କୁ ପ୍ରତି ଉତ୍ତରରେ କହିଥିଲେ ଯେ IPS ବନିବା ଏତେ ସହଜ କଥା ନୁହେଁ। ଏଥିପାଇଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ଆବଶ୍ୟକ। ଅମ୍ବିକାଙ୍କ କଥାକୁ ଏମିତି କହି ହସ ମଜାକରେ ଉଡାଇଦେଇଥିଲେ ସ୍ୱାମୀ। କିନ୍ତୁ ଅମ୍ବିକା ହାର ମାନିନଥିଲେ ତଥାପି ଏହାର କିଛି ଦିନ ପରେ ସେ ତାଙ୍କ ସ୍ବାମୀଙ୍କ ସପଟ ପାଇଥିଲେ।

ଏହାପରେ ସ୍ବାମୀଙ୍କ ଠାରୁ UPS ର ସମସ୍ତ ତଥ୍ୟ ନେବା ପରେ IPS ହେବା ପାଇଁ ନିଷ୍ପତ୍ତି ନେଲେ ଅମ୍ବିକା। ଆଉ ଅଧାରେ ଛାଡିଥିବା ପାଠକୁ ପୁଣିଥରେ ଆରମ୍ଭ କରିଦେଲେ।ସର୍ବପ୍ରଥମେ ସେ ଦଶମ ପରୀକ୍ଷା ପାସ କଲେ ପରେ ଦ୍ଵାଦଶ ଏବଂ ଡିଷ୍ଟନସରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ +୩ ପାସ କଲା ପରେ UPS ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ।

ଅମ୍ବିକା ତାଙ୍କ ପରିବାର ସହିତ ଏକ ଛୋଟିଆ ଘରେ ରହୁଥିଲେ। ପରିବାର ସମ୍ଭାଳିବା ସହ ପାଠ ପଢିବା ସମ୍ଭବ ହେଉନଥିଲା ଯାହାକୁ ନେଇ ତାଙ୍କ ସ୍ୱାମୀ ଅମ୍ବିକାକୁ ଚେନ୍ନାଇ ପଠାଇଦେଲେ ଆଉ ନିଜେ ଚାକିରୀ କରିବା ସହ ପିଲାଙ୍କ ଦେଖାଶୁଣା ମଧ୍ୟ କଲେ। ସ୍ବାମୀଙ୍କ ସପଟ ପାଇ ଅମ୍ବିକା ଚେନ୍ନାଇରେ ରହି UPS ପରୀକ୍ଷା ପାଇଁ କଠିନ ପରିଶ୍ରମ କରି ଚାଲିଲେ। କିନ୍ତୁ ତାଙ୍କୁ ୩ ଥର ଲଗାତାର ବିଫଳ ହେବାକୁ ପଡିଥିଲା।

UPS ରେ ୩ ଥର ବିଫଳ ହେବା ପରେ ତାଙ୍କୁ ତାଙ୍କ ସ୍ବାମୀ ଘରକୁ ଫେରି ଆସିବା ପାଇଁ କହିଥିଲେ। କିନ୍ତୁ ଅମ୍ବିକା ତାଙ୍କ ସ୍ୱାମୀଙ୍କୁ ଶେଷ ସୁଯୋଗ ମାଗିଥିଲେ।ଏହାପରେ ଶେଷ ସୁଯୋଗ ନେଇ ଅମ୍ବିକା କଠିନ ପରିଶ୍ରମ କରିବାକୁ ଲାଗିଲେ। ଦିନରାତି ଏକ କରିଦେଲେ ଶେଷରେ ୨୦୦୮ ରେ UPS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ସହିତ ତାଙ୍କର IPS ହେବାର ସ୍ୱପ୍ନ ପୂରଣ ହୋଇଥିଲା।ତେବେ ବନ୍ଧୁଗଣ ଯାହାର ଇଛାଶକ୍ତି ରହିବ ସେ ସବୁକିଛି କରିପାରିବ।

Leave a Reply

Your email address will not be published. Required fields are marked *