ମାଷ୍ଟର ଷ୍ଟ୍ରୋକ ଖେଳିଲେ ନବୀନ । ବିଜେପି ପାର୍ଥୀ ବିରୋଧରେ ଆଣିଲେ ଦଳର ଏକ ନୂଆ ଚେହେରା ।

ନିର୍ବାଚନ ଯେତେ ପାଖେଇ ଆସୁଛି , ରାଜନୀତି ମାହୋଲ ସେତେ ଗରମ ହୋଇ ଉଠୁଛି । ଏମିତିକି ଏବେ ସୁଦ୍ଧା ୧୫ ଲୋକସଭା ଆସନରେ ପାର୍ଥୀ ଫାଇନାଲ ହୋଇ ସାରିଛନ୍ତି । ବିଜେପି ଦୁଇ ଦିନ ପୂର୍ବରୁ ଓଡ଼ିଶାର ୧୮ ଟି ଆସନରେ ଲୋକସଭା ପାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଜି ଦୁଇଟି ତାଲିକାରେ ବିଜେଡି ପାର୍ଥୀ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୯ ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନକୁ ମିଶାଇ ମୋଟ ୧୫ ଟି ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କରି ସାରିଛି । ପୂର୍ବରୁ ପଶ୍ଚିମ ଓଡ଼ିଶାର ପ୍ରମୁଖ କେନ୍ଦ୍ରସ୍ଥଳୀ କୁହାଯାଉଥିବା ସମ୍ବଲପୁର ଲୋକସଭା ଆସନରୁ ବିଜେଡ଼ିର ଛାମୁଆ ନେତା ପ୍ରଣବ ପ୍ରକାଶ ଦାସ ପାର୍ଥୀ ହୋଇଛନ୍ତି ।

ଯିଏକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବେ । ୨୦୧୯ ନିର୍ବାଚନରେ ଏହି ପଦବୀରେ ବିଜେପି ପାର୍ଥୀ ବିଜୟ ହୋଇଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଥିବାରୁ ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ । ତେଣୁ ସମ୍ବଲପୁର ଆସନରୁ ଏଥର ଲଢ଼େଇ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି । ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡ଼ି ପୁଣିଥରେ ଦିଲ୍ଲୀପ ତିର୍କୀଙ୍କୁ ପାର୍ଥୀ କରିଛି ଏବଂ ତାଙ୍କ ବିପକ୍ଷରେ ବିଜେପି ତରଫରୁ ଜୁଏଲ ଅରାମ ଛିଡ଼ା ହୋଇଛନ୍ତି । ୨୦୧୯ ରେ ଦିଲ୍ଲୀପ ଜୁଏଲଙ୍କ ଠାରୁ ୧୮,୮୦୦ ଭୋଟରେ ହାରି ଯାଇଥିଲେ । ମୟୁରଭଞ୍ଜ ଲୋକସଭା ଆସନରୁ ଅର୍ଥାତ ପୂର୍ବତନ ସାଂସଦ ସୁଦାମ ମାରାଣ୍ଡିଙ୍କୁ ବିଜେଡ଼ି ପାର୍ଥୀ କରିଛି ଯିଏକି ବିଜେପି ତରଫରୁ ଛିଡ଼ା ହୋଇଥିବା ନବଚରଣ ମାଝୀଙ୍କୁ ସେ ଟକ୍କର ଦେବେ ।

ସେହିଭଳି ଦକ୍ଷିଣ ଓଡ଼ିଶା କୋରାପୁଟ ଲୋକସଭା ଆସନରୁ ବିଜେଡ଼ି କୌଶଲ୍ୟା ହିପକାଙ୍କୁ ରିପିଟ କରିଛି । ଯିଏକି କାଲେରାମ ମାଝୀଙ୍କୁ ଟକ୍କର ଦେବେ । ବିଜେଡ଼ି ତରଫରରୁ ନବରଙ୍ଗପୁର ଆସନରୁ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କୁ ପାର୍ଥୀ କରିବା ସହିତ ତାଙ୍କୁ ଟକ୍କର ଦେବେ ବିଜେପି ପାର୍ଥୀ ବଳଭଦ୍ର ମାଝୀ । ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନରୁ ବିଜେଡ଼ି ରଞ୍ଜିତା ସାହୁଙ୍କୁ ପାର୍ଥୀ କରିଛି ଏବଂ ସେ ବିଜେପି ପାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ଟକ୍କର ଦେବେ । ଏଥର ଯୁବପାର୍ଥି ଭାବରେ ରଞ୍ଜିତା ସାହୁଙ୍କୁ ପାର୍ଥୀ କରି ବିଜେଡ଼ି ଏକ ବଡ଼ ମାଷ୍ଟର ଷ୍ଟ୍ରୋକ ଖେଳିଛି । କେନ୍ଦ୍ରାପଡା ଆସନରେ ଅଂଶୁମାନ ମହାନ୍ତି ବିଜେଡ଼ି ପାର୍ଥୀ ହୋଇଥିବା ବେଳେ ସେ ବିଜେପି ପାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ।

ପୁରୀ ଲୋକସଭା ଆସନରେ ଏଥର ବିଜେଡ଼ି ଅରୂପ ପଟ୍ଟନାୟକଙ୍କୁ ପାର୍ଥୀ କରିଥିବା ବେଳେ ସେ ବିଜେପି ପାର୍ଥୀ ସମ୍ବିତ ପାତ୍ରଙ୍କୁ ଟକ୍କର ଦେବେ । ଜଗତସିଂହପୁର ଆସନରୁ ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ରିପିଟ କରିଛି । ଯିଏକି ବିଜେପି ପାର୍ଥୀ ବିଭୁପ୍ରସାଦ ତରାଇଙ୍କ ସହିତ ଲଢ଼େଇ କରିବେ । ଏଥିସହିତ ଢେଙ୍କାନାଳ ଆସନରୁ ଏଥର ନୂଆ ମୁହଁ ଭାବରେ ଅଭିନାଶ ସାମଲଙ୍କୁ ବିଜେପି ପାର୍ଥୀ କରାଯାଇଛି । ତେବେ ଉଭୟ ଦଳ ପାଇଁ ଭୁବନେଶ୍ୱର ଲୋକସଭା ଆସନ ବେଶ ଗୁରୁତ୍ୱପୂର୍ଣ୍ଣ ଭାବରେ ବିଜେଡି ନୂଆ ମୁହଁ ଭାବରେ କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ପାର୍ଥୀ କରିଛି । ଯିଏକି ବିଜେପିରେ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେବେ । ମନ୍ମଥ ଆଜି ହିଁ ବିଜେଡ଼ିରେ ମିଶିଥିବା ବେଳେ ପ୍ରଥମ ପର୍ଯ୍ୟାୟ ତାଲିକାରେ ହିଁ ସାଂସଦ ଟିକେଟ ପାଇଛନ୍ତି ।

Leave a Reply

Your email address will not be published. Required fields are marked *