ବିଜେଡି ମଞ୍ଚରେ ଗର୍ଜିଲେ ସୁର… ଶଙ୍ଖ ଚିହ୍ନ ପାଇଁ କରିଲେ ପ୍ରଚାର…କହିଲେ ଡବଲ ଶଙ୍ଖରେ ମହର ମାର…।

ଆଉ ଭୟ ନାହିଁ ଖୋଲାଖୋଲି ପ୍ରଚାର କଲେ, ପୁଅ ପାଇଁ ହାତ ଛାଡି ଶଙ୍ଖକୁ ଚାଲିଆସିଲେ। ଦିନେ କଂଗ୍ରେସ ପାଇଁ ଜୀବନ ଦେଇଦେବେ ବୋଲି କହୁଥିଲେ। ଶଙ୍ଖରେ ମୋହର ପାଇଁ ଲୋକଙ୍କୁ ଶପଥ କରାଇଲେ।ଆଜ୍ଞା ହଁ ବନ୍ଧୁଗଣ ଯାହା ହେଇଯାଉ ପଛେ ପୁଅ ତାଙ୍କର ଜିତିବା ଦରକାର। ସେଥିପାଇଁ ବାପା ସୁର ରାଉତରାୟ ଭୁଲିଗଲେ କଂଗ୍ରେସକୁ।

ଯେଉଁ ଦଳ ତାଙ୍କୁ ରାଜନୀତି କରିବା ପାଇଁ ସୁଯୋଗ ଦେଲା ଯେଉଁ ଦଳ ତାଙ୍କୁ ପରିଚୟ ଦେଇଥିଲା ଯେଉଁ ଦଳରୁ ସେ ବିଧାୟକ ହେଲେ ଆଉ ମନ୍ତ୍ରୀ ମଧ୍ୟ ହୋଇଥିଲେ ସେହି ଦଳକୁ ଆଜି ସେ ପଛ କରି ଦେଇଛନ୍ତି। ପୁଅ ପାଇଁ ନିଜ ପ୍ରିୟ ଦଳକୁ ବି ସୁର ଭୁଲି ଯାଇଛନ୍ତି। ସତ କଥା ହେଉଛି ଯେ କଂଗ୍ରେସକୁ ଛାଡିବା ପାଇଁ ସୁର ଏକ ପ୍ରକାରର ବାଧ୍ୟ ହୋଇଛନ୍ତି।।କାରଣ ସେ ତାଙ୍କର ନିଜ ଆଡୁ ଦଳ ଛାଡିନଥିଲେ ବରଂ ଦଳ ତାଙ୍କୁ ଛାଡିଥିଲା।

ହଁ ଆଜ୍ଞା ବହିସ୍କୃତ କଂଗ୍ରେସ ନେତା ସୁର ରାଉତରାୟଙ୍କ ଉପରେ ଏବେ ଆଉ କୌଣସି ଅଙ୍କୁଶ ନାହିଁ। ତେଣୁ ସେ ଏବେ ଶଙ୍ଖ ଚିହ୍ନ ବା ବିଜେଡି ପାଇଁ ଖୋଲାଖୋଲି ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ମୋହର ମାରି ହାତରେ ଭୋଟ ଦେଇ କଂଗ୍ରେସକୁ ଜିତାଇବା କଥା କହୁଥିଲେ ଏବେ ସେହି ମୁହଁରେ କହୁଛନ୍ତି ଯୋଡି ଶଙ୍ଖରେ ମହର ମାରି ବିଜେଡି ପ୍ରାର୍ଥୀଙ୍କୁ ଜିତାଇଦିଅ।

ଯେଉଁ ଲୋକମାନେ ସୁର ରାଉତରାୟଙ୍କୁ ଅତି ପାଖରୁ ଜାଣିଥିବେ ସେମାନଙ୍କୁ ସୁରଙ୍କ ପାଟିରୁ ଏଭଳି କଥା ଶୁଣି ଜୋରରେ ଝଟକା ଲାଗିଥିବ ନିଶ୍ଚିତ। କାରଣ ଯେଉଁ ସୁର ରାଉତରାୟଙ୍କ ପାଇଁ ଜଟଣୀ ମାଟି କଂଗ୍ରେସର ଗଡ଼ ଭାବେ ପରିଚିତ ହୋଇଥିଲା ସେହି ଜଟଣୀ ମାଟିରେ ଏବେ ସୁର ବିଜେଡିର ନିର୍ବାଚନି ଚିହ୍ନ ଶଙ୍ଖ ପାଇଁ ପ୍ରଚାର କରୁଛନ୍ତି।

ଯେଉଁ ସୁର ଦିନେ ମୁହଁ ଖୋଲିଲେ ବାହାରୁଥିଲା କଂଗ୍ରେସ କଂଗ୍ରେସ ସିଏ ଆଜି କହୁଛନ୍ତି ଯୋଡି ଶଙ୍ଖରେ ଭୋଟ ଦିଅ। ଆଉ ଏସବୁ ଦେଖିବା ପରେ ଅନେକ ଲୋକ ନିଜ ଆଖି ଆଉ କାନକୁ ବିଶ୍ୱାସ କରି ପାରୁନାହାନ୍ତି। କାରଣ ସୁର ରାଉତରାୟଙ୍କୁ କଂଗ୍ରେସର ଜଣେ ଗୁରୁଖା ଆଉ ଟାଣୁଆ ନେତା ବୋଲି କୁହାଯାଏ। ଏପରିକି ତାଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ବହିଷ୍କାର କରିବା ପରେ ମଧ୍ୟ ସେ କଂଗ୍ରେସର ହାତ କେବେବି ଛାଡିବେନି ଜୀବନ ସାରା ସେ କଂଗ୍ରେସରେ ରହିବେ ବୋଲି କହିଥିଲେ।

ଯଦିଓ ସେ ଏବେ ସୁଧା ଅନ୍ୟ କୌଣସି ଦଳରେ ମିଶି ନାହାଁନ୍ତି ହେଲେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ କହୁଛନ୍ତି। ଆଉ ଏ ହେଉଛି ସେହି ଦୃଶ୍ୟ ଯେଉଁଠି ବିଜେଡି ମଞ୍ଚ ଉପରେ ଛିଡା ହୋଇ ଶଙ୍ଖ ଚିହ୍ନରେ ଭୋଟ ଦେବା କଥା କହୁଛନ୍ତି ଏବଂ ଲୋକଙ୍କୁ ଶପଥ ମଧ୍ୟ କରାଉଛନ୍ତି।ସୁର କହୁଛନ୍ତି ମନ୍ମଥ ରାଉତରାୟ ଶଙ୍ଖ ବିଭୁତି ରାୟ ଶଙ୍ଖ ୨୫ ତାରିଖ ଡବଲ ଶଙ୍ଖ।

ଆଜ୍ଞା ହଁ ବନ୍ଧୁଗଣ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଟିକେଟରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି ସୁରଙ୍କ ପୁଅ ମନ୍ମଥ ରାଉତରାୟ। ଯଦିଓ ମନ୍ମଥ ବିଜେଡିରେ ମିଶିବା ପରେ ଏହା ତାଙ୍କ ଆତ୍ମ ସମ୍ମାନକୁ ଆଘାତ ଦେଇଛି ବୋଲି ସୁର କହିଥିଲେ ହେଲେ ଶେଷରେ ଦଳରେ ପ୍ରେମନଏବଂ ପୁତ୍ର ମୋହ ମଧ୍ୟରୁ ଗୋଟିଏକୁ ବାଛିଥିଲେ ସୁର। ଆଉ ପୁଅ ମନ୍ମଥଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ ମାଗିଥିଲେ। ଯାହାକୁ କଂଗ୍ରେସର ଶୀର୍ଷ ନେତୃତ୍ୱ ହଜମ କରିପାରିନଥିଲା। ଆଉ ଶେଷରେ ବର୍ଷିୟାନ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ତାଙ୍କ ନିଜ ଦଳ ୬ ବର୍ଷ ପାଇଁ ବହିସ୍କୃତ କରିଥିଲା। ହେଲେ କଂଗ୍ରେସର ଏହି ବହିଷ୍କାର ଆଦେଶକୁ ଖାତିର ନକରି ଫୁ କରି ଉଡାଇ ଦେଇଥିଲେ ସୁର।

ଆଉ କଂଗ୍ରେସ ଏଭଳି କରି ତାଙ୍କ ପାଇଁ ଆହୁରି ସୁବିଧା କରିଦେଇଛି ବୋଲି କହିଛନ୍ତୁ ସୁର। କାରଣ ସେ ଏବେ ପୁରା ସ୍ୱାଧୀନ ଏବଂ ମୁକ୍ତ। ତେଣୁ ପୁଅ ପାଇଁ ଖୋଲାଖୋଲି ପ୍ରଚାର କରିପାରିବେ। ଆଉ ସତକୁ ସତ ଏବେ ମନ୍ମଥ ରାଉତରାୟଙ୍କ ପାଇଁ ଆଜି ଖୋଲାଖୋଲି ପ୍ରଚାର କରୁଛନ୍ତି ସୁର ରାଉତରାୟ। ହେଲେ ଖାଲି ପୁଅ ନାହିଁ ବରଂ ସେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଭୋଟ ମାଗୁଛନ୍ତି ତେଣୁ କହୁଛନ୍ତି ଯେ ଡବଲ ଶଙ୍ଖରେମୋହର ମାର ଆଉ ସୁରଙ୍କର ଏଭଳି ଢାଞ୍ଚା ଦେଖି ଲୋକେ କହୁଛନ୍ତି ସୁର ଏବେ ଫୁଲ ବିଜେଡି।

Leave a Reply

Your email address will not be published. Required fields are marked *