ଆଶ୍ଚର୍ଯ୍ୟ ହୋଇଗଲେ ପରିବାର, ବାହା ହେଉନଥିଲା ଝିଅ…ପହଁଚିଗଲେ ୨୦-୩୦ ଯବାନ ଆଉ ତାପରେ…।

ବାପା ବାପା ହୋଇ ଝୁରି ହେଉଥିଲା ଝିଅ। ବାପା ନାହାନ୍ତି କିଏ ମୋର ବାହାଘର କରିବ କହି କାନ୍ଦୁଥିଲା ଝିଅ। ବେଦୀକୁ ବି ଯାଉନଥିଲା ଝିଅ। ହଠାତ ପହଁଚିଗଲେ ୨୦-୩୦ ଯବାନ। ଆଉ ବଦଳିଗଲା ଝିଅର ମନ।ଆଜ୍ଞା ହଁ ବନ୍ଧୁଗଣ ଏଇ ଯବାନ ମାନଙ୍କ ଆଗରେ ଆଜି ସମସ୍ତଙ୍କ ମୁଣ୍ଡ ନଇଁ ଯାଇଛି। କେବଳ ଯେ ସୀମାରେ ରହି ଶତ୍ରୁ ମାନଙ୍କ କବଳରୁ ଲୋକଙ୍କୁ ରକ୍ଷା କରନ୍ତି ନାହିଁ ବରଂ ବିପଦ ଆପଦରୁ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଏମାନେ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଆଉ ଆଜି ଏମିତି କିଛି କାମ କରିଛନ୍ତି ଯେଉଁଥିପାଇଁ ପୁରା ଗାଁ ଆଜି ଚର୍ଚ୍ଚାର ବିନ୍ଦୁ ପାଲଟି ଯାଇଛି। ଝିଅର ବାପା ନାହାଁନ୍ତି ଗୋଟିଏ ବୋଲି ଝିଅର ବିବାହ କରିବେ ବୋଲି ବାପା କେତେ ସ୍ୱପ୍ନ ଦେଖିଥିଲେ ହେଲେ ଶହୀଦ ବାପାଙ୍କୁ ସମସ୍ତେ ଆଜି ଖୋଜୁଛନ୍ତି।

କନିଆ ଘରେ ବାଜୁଥିଲା ସାହାନାଇ। ବରଯାତ୍ରୀ ବି ଆସିଯାଇଥିଲା ହେଲେ ବେଦୀକୁ ଯାଉନଥିଲା ଝିଅ। ଆଜି ତା’ର ବାହାଘର ଥିଲା ହେଲେ ସେ ଖୁସି ନଥିଲା। ତା ବାପାଙ୍କୁ ଆଜି ସେ ବହୁତ ଖୋଜୁଥିଲା। ଆଉ ଠିକ ସମୟରେ ପହଂଚିଯାଇଥିଲେ ଆମ ବୀର ଯବାନ। ଝିଅର ସାହସ ବଢ଼ାଇଥିଲେ। ବାପା ଭାଇ ହୋଇ ଝିଅର କନ୍ୟାଦାନ କରିଥିଲେ। ଆଉ ହାତରେ ଧରାଇ ଦେଇଥିଲେ ଦେଢ଼ ଲକ୍ଷ ଟଙ୍କା।

ହଁ ଆଜ୍ଞା ରାଜସ୍ଥାନର ଅଲୁଆରରେ ଘଟିଛି ଏମିତି କିଛି ଘଟଣା। ଯାହା ସମସ୍ତଙ୍କ ହୃଦୟ ଜିତିନେଇଛି। ରାଜଗଡ଼ ଅଞ୍ଚଳର ଡ଼ବି ଗ୍ରାମ ବାସିନ୍ଦା ହେଉଛନ୍ତି ସହିଦ ରାକେଶ ମିନା। ୨୦୧୦ରେ ସେ ଶହୀଦ ହୋଇଯାଇଥିଲେ ହେଲେ ଆଜି ତାଙ୍କ ଝିଅ ସାଗରିକାଙ୍କର ବାହାଘର ଥିଲା। କାଥମାର ନିବାସୀ ନରେନ୍ଦ୍ରଙ୍କୁ ବିବାହ କରିବାକୁ ଯାଉଥିଲେ ସାଗରିକା। ହେଲେ କାହାରି ମୁହଁରେ ନଥିଲା ହସ। ସେ ବାପାଙ୍କୁ ଆଜି ସମସ୍ତେ ଝୁରୁଛନ୍ତି। ସେହି ସମୟରେ ଶହୀଦ ଯବାନଙ୍କ ସାଥି ଯବାନ ମାନେ ଆସି ଘରେ ପହଁଚିଥିଲେ। ସିଆରପିଏଫ ଯବାନ ମାନେ ଝିଅକୁ ବେଦୀ ପାଖକୁ ଆଣି କନ୍ୟାଦାନ କରିଥିଲେ। ବାପା ଭାଇଙ୍କ ଭଳି ସବୁ କଥା ବୁଝିଥିଲେ। ଏସି ଖଟ ଆଲମୀର ଠାରୁ ଆରମ୍ଭ କରି ସବୁ ଜିନିଷ ଉପହାରରେ ଦେଇଥିଲେ। ତା ସହ ଦେଢ଼ ଲକ୍ଷ ଟଙ୍କା ଆଉ ୧୧ ହଜାର ଟଙ୍କା ନଗଦ ଦେଇ କନ୍ୟାକୁ ଆଶୀର୍ବାଦ ଦେଇଥିଲେ।

ଆଉ ଯବାନ ମାନେ ଏହା ମଧ୍ୟ କହିଥିଲେ ଆମେ ତୁମ ପରିବାରର ସବୁ ସୁଖ ଦୁଃଖର ସାଥି ହୋଇ ରହିବୁ। ବିପଦ ଆପଦରେ ଛିଡା ହେବୁ। ଝିଅର ଖୁସିରେ ଆମର ଖୁସି। ଆଉ ଏ ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସମସ୍ତେ ଯବାନ ମାନଙ୍କର ଏଭଳି କାମ ଦେଖି ପ୍ରଶଂସା କରିଥିଲେ। ବାପା ଭାଇର କର୍ତ୍ତବ୍ୟ କରି ଆଜି ସବୁଠି ଏହି ବୀର ଯବାନ ମାନେ ଚର୍ଚ୍ଚାରେ ଅଛନ୍ତି।

Leave a Reply

Your email address will not be published. Required fields are marked *