“ତା ନାଁ ଧରିଲେ ପାଟି ଅପବିତ୍ର ହୋଇଯିବ । ଜଟାଧାରୀ ମାନେ ପ୍ରଭୁ ଶିବ । ତାଙ୍କୁ ଅପମାନିତ କରିଛି ସେ” ।

ବନ୍ଧୁଗଣ ଆଜିର ସମୟରେ ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ । ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ ।ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି । ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ, ହୋଲି ପର୍ବ ଦିନ କଂଗ୍ରେସ ଭବନକୁ ହୋଲି ମନେଇବା ପାଇଁ ଯାଇଥିଲେ ନିଶା ମହାରଣା ଏବଂ ସେଠାରେ ହୋଲି ଖେଳିଥିଲେ କିନ୍ତୁ ତାପରେ ତାଙ୍କ ସହ କିଛି ଏମିତି ହୋଇଥିଲା ଯେ, ସେ ନିଜର କ୍ରୋଧ କୁ ଶାନ୍ତ କରିପାରି ନଥିଲେ । ନିଶା ମହାରଣାଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ ।

କଂଗ୍ରେସ ନେତ୍ରୀ କହିଥିଲେ ଯେ “ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା ଏବଂ ସେ କଂଗ୍ରେସ ଭବନ କେବଳ ଭାଷା ଅଭାଷା କହି ଭାଇରାଲ୍ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା । ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି ବୋଲି କଂଗ୍ରେସ୍ ମହିଳା କର୍ମୀ କହିଥିଲେ ।

ତେବେ ଏ ନେଇ ନିଶା ମଧ୍ୟ ଖୁବ ରାଗିଯାଇ ଦୁଇ କଂଗ୍ରେସ ନେତ୍ରୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ତାଙ୍କ ମଧ୍ୟରୁ ଜଣେ ନାରୀ ନେତ୍ରୀଙ୍କୁ ବାରମ୍ବାର ଜଟାଧାରୀ ମାଇକିନା କହି ମଧ୍ୟ ଗାଳି କରିଥିଲେ ନିଶା ମହାରଣା । ତେବେ ସେହି ନାରୀ ନେତ୍ରୀ ବର୍ତମାନ ଗଣମାଧ୍ୟମ ନିକଟରେ କହିଛନ୍ତି ଯେ, ସେ ଜଟା କେବଳ ମହାକାଳଙ୍କ ପାଇଁ ଛାଡିଛନ୍ତି । ଆଉ ଜଟାଧାରୀର ଅର୍ଥ ହେଉଛି ଶିବ ବୋଲି ସେ କହିଛନ୍ତି । ଏବଂ ସେ କହିଛନ୍ତି “ହଁ ମୁଁ ହେଉଛି ଜଟାଧାରୀ କର୍ମୀ ନେତ୍ରୀ ନୁହେଁ ।

ଜଟାଧାରୀ ମାନେ ପ୍ରଭୁ ଶିବ । ସେ ହିଁ ସୃଷ୍ଟି କାରୀ ଆଉ ସେ ହିଁ ବିନାଶକାରୀ । ଏମିତି ସମୟ ଆସିଗଲାଣି ସେହି ଜଟାଧାରୀ ଦ୍ଵାରା ହିଁ ନିଶା ମହାରଣାର ଅନ୍ତ ହେବ । ବିନାଶ କାଳେ ବିପରୀତ ବୁଦ୍ଧି । ଏଇ ଜଟାଧାରୀ ମାଇକିନା ମାନେ ମା ଦୁର୍ଗା ମା କାଳୀ ସେ ହିଁ ତାର ବିନାଶ କରିବେ । ତେଣୁ ତାଙ୍କୁ ଅପମାନିତ କରିଛି ସେ ବୋଲି କହିଛନ୍ତି କଂଗ୍ରେସ ମହିଳା କର୍ମୀ ଜଣକ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *