ଯୁଦ୍ଧ ଆଡକୁ ଗତି କରୁଛି ସାରା ବିଶ୍ୱ , ସବୁ ଦେଶ ଗୋଟିଏ ପଟେ ଥିବା ବେଳେ ଋଷ ଗୋଟିଏ ପଟେ

ସାରା ବିଶ୍ୱ ଯୁଦ୍ଧ ମୁହାଁ ହେବାରେ ଲାଗିଲାଣି । ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ସାରା ବିଶ୍ୱରେ ଯୁଦ୍ଧ ଆଶଙ୍କା ଦେଖାଗଲାଣି । ଆଉ ଏହି ଯୁଦ୍ଧରେ ବିଶ୍ୱରେ ବଡ଼ ବଡ଼ ଦେଶ ଏକାଠି ହୋଇଛନ୍ତି । ତେବେ ଆମେରିକା , ଫ୍ରାନ୍ସ , ବ୍ରିଟେନ , ଜର୍ମାନୀ ଭଳି ଦେଶ ଗୋଟିଏ ପଟେ ରହିଥିବା ବେଳେ ଆଉ ଗୋଟିଏ ପଟେ ଋଷ ଏବଂ ଚୀନ ରହିଛନ୍ତି । ତେବେ ଏହି ବିବାଦ ସେତେବେଳେ ଆଗକୁ ବଢିଥିଲା , ଯେତେବେଳେ ଋଷର ରାଷ୍ଟ୍ରପତି ପୁଟିନ ଘୋଷଣା କରିଥିଲେ କି , ୟୁକ୍ରେନରୁ ବିଚ୍ଛିନ୍ନ ହୋଇଥିବା ଦୁଇଟି ଅଞ୍ଚଳକୁ ଋଷ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେଉଅଛି । ତେବେ ଆମେରିକା , ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶ ଏହାର ବିରୋଧ କରିଥିଲେ ଆଉ ଏହାର ପ୍ରତ୍ୟୁତ୍ତର ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ଅନ୍ୟପକ୍ଷରେ ଏହି ଦୁଇ ସ୍ୱାଧୀନ ଅଞ୍ଚଳକୁ ଋଷ ସେନା ପଠାଇବା ପରେ ପରିସ୍ଥିତି ଆହୁରି ଜଟିଳ ରୂପ ଧାରଣ କରିଛି ।

ବ୍ରିଟେନ , ଫ୍ରାନ୍ସ , ଆମେରିକା ଭଳି ଦେଶ ଗୋଟିଏ ପକ୍ଷରେ ରହିଥିବା ବେଳେ ଋଷ ଅନ୍ୟପକ୍ଷରେ ଏକୁଟିଆ ରହିଯାଇଛି । ଆଉ ଯୁଦ୍ଧ ମୁହାଁ ହେଉଛି ସାରା ବିଶ୍ୱ । ପୁଟିନ ଛୋଟ ବେଳେ ଲେନନ ଗାର୍ଡେନ ସଡ଼କରୁ ଗୋଟେ ଶିକ୍ଷା ପାଇଥିଲେ କି , ଯୁଦ୍ଧ ହେଲେ ସେ ଆଗ ମୁଥ ମାରିବେ । ତେବେ ଏହି କଥା ସେ ଥରେ ସମସ୍ତଙ୍କ ଆଗରେ ଆଲୋଚନା କରିଥିଲେ । ତେବେ ଏହାବ୍ୟତୀତ ସେ କହିଥିଲେ କି , ଶତ୍ରୁ ବଡ ହେଉ କି ଛୋଟ ହେଉ , ଜିତିବାର ଏହା ହିଁ ସବୁଠାରୁ ବଡ଼ କୌଶଳ ଅଟେ । ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ୱକୁ ପୁଟିନ ଯୁଦ୍ଧ ଆଡକୁ ଟାଣି ନେଉଛନ୍ତି ।

ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବରେ ଘୋଷଣା କରିଦେଇଛନ୍ତି ଆଉ ସେଠାରେ ଋଷର ସେନାଙ୍କୁ ନିୟୋଜିତ କରିଦେଇଛନ୍ତି । ଯାହାଫଳରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଗମ୍ଭୀର ରୂପ ଧାରଣ କରିଛି । ତେବେ ଋଷ ୟୁକ୍ରେନ ଉପରେ ଯେକୌଣସି ପରିସ୍ଥିତିରେ ଆକ୍ରମଣ କରିପାରେ ବୋଲି ଆମେରିକା ଆଗୁଆ ଚେତେଇ ଦେଇଛି । ଆଉ ଯଦି ଯୁଦ୍ଧ ହୁଏ , ତେବେ ଖାଲି ୟୁକ୍ରେନ ଏବଂ ଋଷ ମଧ୍ୟରେ ନୁହେଁ ବରଂ ଆମେରିକା , ଫ୍ରାନ୍ସ , ବ୍ରିଟେନ ଭଳି ଦେଶ ଏହି ଯୁଦ୍ଧରେ ସାମିଲ ହେବେ । ତେବେ ଏଥର ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା କରାଯାଉଛି ।

ତେବେ ଏଭଳି ପରିସ୍ଥିତି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଖାଯାଇଛି । ଗୋଟିଏ ପକ୍ଷରେ ଋଷ ଥିବା ବେଳେ ତାକୁ ଚୀନ ସମର୍ଥନ କରିବ ବୋଲି କୁହାଯାଉଛି । ଆଉ ଅନ୍ୟପକ୍ଷରେ ୟୁକ୍ରେନର ସମର୍ଥକ ଦେଶ ଭାବରେ ଆମେରିକା , ବ୍ରିଟେନ , ଫ୍ରାନ୍ସ ଭଳି ଦେଶ ଏଥିରେ ସାମିଲ ହୋଇପାରନ୍ତି । ତେବେ ଋଷ ସହ ନିଜ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛି ୟୁକ୍ରେନ । ୟୁକ୍ରେନର ସ୍ୱାଧୀନ ଘୋଷିତ ଦୁଇଟି ଅଞ୍ଚଳରେ କଟକଣା ଲଗାଇଛି ଆମେରିକା । ଏପଟେ ଋଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଠାରୁ ଅଲଗା ହୋଇଥିବା ଦୁଇଟି ଅଞ୍ଚଳ ‘ଲୁହାନସ୍କ’ ଏବଂ ‘ଡୋନସ୍କ’ କୁ ଦୁଇଟି ସ୍ୱାଧୀନ ଦେଶ ଭାବରେ ଘୋଷଣା କରିଦେଇଛନ୍ତି ।

ଏଭଳି ଘୋଷଣା ଏବଂ ବିଚାର ସଠିକ ନୁହେଁ ବୋଲି ବିଶ୍ୱର ଅନେକ ଦେଶ ମୁହଁ ଖୋଲିଛନ୍ତି । ଏହାର ଅନେକ ମୂଲ୍ୟ ଦେବାକୁ ପଡିବ ବୋଲି ଋଷକୁ ଚେତାବନୀ ଦିଆଯାଇଛି । କିନ୍ତୁ ଋଷ କିଛି ମାନିବାକୁ ନାରାଜ । ସେ ଏହି ଦୁଇ ଅଞ୍ଚଳକୁ ସେନା ପଠାଇବ ବୋଲି ନିଷ୍ପତ୍ତି ନେଇଛି । ଯଦି ଏହି ଅଞ୍ଚଳକୁ ସେନା ପଠାଯାଏ , ତେବେ ଯୁଦ୍ଧର ଆଶଙ୍କା ଆହୁରି ବଢିଯିବ ବୋଲି କୁହାଯାଉଛି । ଆଉ ଗୋଟେ ପଟେ ଯଦି ଚୀନ ଋଷ ସପକ୍ଷରେ ବାହାରିବ , ତେବେ ଯୁଦ୍ଧର ଆଶଙ୍କା ଆହୁରି ଦୁଇ ଗୁଣ ବଢି ଯାଇପାରେ । ଉଭୟ ପକ୍ଷକୁ ସଂଯମତା ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଭାରତ କହିଛି । ଭାରତ ଆଶା ପ୍ରକାଶ କରିଛି କି , କୂଟନୀତି ମାଧ୍ୟମରେ ସମାଧାନର ବାଟ ବାହାରିବ । ତେବେ ଯୁଦ୍ଧ ହେଲେ ଭାରତ ଦୋଛକିରେ ପଡିବ ବୋଲି କୁହାଯାଉଛି କାରଣ ଭାରତର ଉଭୟ ଦେଶ ସହ ଭଲ ସମ୍ପର୍କ ରହିଛି ।

Leave a Reply

Your email address will not be published. Required fields are marked *