ବଦଳିଲା କି ସୁମିତ ଙ୍କ ମନ ! ମିଡ଼ିଆ ଆଗରେ କିଛି ଏପରି କହିଲେ ତପସ୍ୱିନୀ , ଭାଇରଲ ହେଲା ଭିଡ଼ିଓ :-

ଓଡ଼ିଶାରେ ଦୀର୍ଘ ଦିନ ଧରି ଚାଲିଥିବା ସବୁଠାରୁ ବଡ଼ ପାରିବାରିକ ମାମଲା ମଧ୍ୟରେ ସୁମିତ ଏବଂ ତପସ୍ୱିନୀ ମାମଲା ପ୍ରାୟ ସମସ୍ତଙ୍କୁ ଜଣା । ତେବେ ଅନେକ ଦିନ ହେବ ଜିଲ୍ଲାକୋର୍ଟ ଏବଂ ହାଇକୋର୍ଟ ରେ କେତେକ ମାମଲାରେ ବିଚାର ହେବା ପରେ ତପସ୍ୱିନୀଙ୍କୁ ନିଜ ଶ୍ୱଶୁର ଘରେ ରହିବାକୁ ଜିଲ୍ଲାକୋର୍ଟ ନିର୍ଦେଶ ଦେଲା । ଯାହାଦ୍ୱାରା ସେ ବର୍ତ୍ତମାନ ନିଜ ଶ୍ୱଶୁର ଘରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଆଉ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଆଉ କିଛି ଘଟଣା ସାମ୍ନାକୁ ଆସିଛି । ତାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ସୃଷ୍ଟି ହେଉଛି ।

ଏହି ପାରିବାରିକ ମାମଲାରେ ବର୍ତ୍ତମାନ ସମୟରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ତପସ୍ୱିନୀ କହିଛନ୍ତି ଯେ ସୁମିତ ତାଙ୍କୁ ନେଇ ଆସ୍କା ରେ ଏକ ଭଡ଼ା ଘରେ ରହିବାକୁ ହାଇକୋର୍ଟ ନିର୍ଦେଶ ଦେଇଛି । ଏହା ସମସ୍ତଙ୍କୁ ଜଣା ଯେ ପୂର୍ବରୁ ଜିଲ୍ଲାକୋର୍ଟ ଦ୍ୱାରା ମାମଲାର ସମାଧାନ କରାଯାଇ ତପସ୍ୱିନୀ ଙ୍କୁ ନିଜ ଶ୍ୱଶୁର ଘରେ ରହିବାକୁ ଅନୁମତି ମିଳିବା ସହିତ ତାଙ୍କ ଭରଣା ପାଇଁ ସୁମିତ ତାଙ୍କୁ ୧୭ ହଜାର ଟଙ୍କା ଦେବାକୁ ନିର୍ଦେଶ ହୋଇଥିଲା । ଯାହାକୁ ସୁମିତ ବି ମାନିଥିଲେ ।

ତେବେ ବର୍ତ୍ତମାନ ସୁମିତ କୋର୍ଟ ରେ ତପସ୍ୱିନୀ ଙ୍କ ପାଇଁ ୧୭ ହଜାର ଟଙ୍କା ଦେବା ପରେ ଆଉ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ତପସ୍ୱିନୀ କହିଛନ୍ତି ଯେ ପୂର୍ବ ଭଳି ହିଁ ତପସ୍ୱିନୀ ଙ୍କ ପାଇଁ ଟଙ୍କା ଆଦୋୖ ଜରୁରୀ ନୁହେଁ । କେବଳ ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେ ଏହାବି କହିଛନ୍ତି ଯେ ହାଇକୋର୍ଟ ତରଫରୁ ଦୁହିଁଙ୍କୁ ସାଥିରେ ରହିବାକୁ ପୁଣିଥରେ ନିର୍ଦେଶ ଦିଆଯାଇଛି । ଏବଂ ସେ କାର୍ଯ୍ୟସ୍ଥଳୀ ଆସ୍କା ରେ ତପସ୍ୱିନୀ ଙ୍କୁ ନେଇ ରହିବେ ।

କିନ୍ତୁ ତପସ୍ୱିନୀ ଏହା ସନ୍ଦେହ କରିଛନ୍ତି ଯେ ପୂର୍ବରୁ ବି କୋର୍ଟ ର ଆଦେଶ ଅନୁଯାୟୀ ସୁମିତ ସାଥିରେ ରହିବାକୁ ନିଷ୍ପତ୍ତି ନେବା ସତ୍ତ୍ୱେ ବି କୁଆଡ଼େ ପଳାଇ ଯାଇଥିଲେ । ତେବେ ବର୍ତ୍ତମାନ ସେ ଏପରି କରିବେ ନାହିଁ ବୋଲି କଣ ସତ୍ୟାସତ୍ୟ ରହିଛି । କିନ୍ତୁ ତପସ୍ୱିନୀ ନିଜ ମତରେ କହିଛନ୍ତି ଯେ ବର୍ତ୍ତମାନ ହାଇକୋର୍ଟ ର ନିର୍ଦେଶ କୁ ହୁଏତ ସୁମିତ ଠିକ ଭାବରେ ପାଳନ କରିବେ ଏବଂ ତାଙ୍କୁ ନେଇ ଆସ୍କା ରେ ରହିବେ । ଏପଟେ ସୁମିତ ଏସଡିଜେଏମ କୋର୍ଟରେ ୧୭ ହଜାର ଟଙ୍କା କୁ ୧୦ ହଜାର କରିବାକୁ ମାମଲା ରୁଜ୍ଜୁ କରିବା ପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଛି ଏବଂ ଏଥିପାଇଁ ତପସ୍ୱିନୀଙ୍କର କୌଣସି ସମସ୍ୟା ନାହିଁ ବୋଲି ମଧ୍ୟ ତପସ୍ୱିନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *