ଭାଇରାଲ ହେଲା ସମାଜସେବୀ ଦେବବ୍ରତ ସାରଙ୍ଗୀଙ୍କ କଲ୍ ରେକର୍ଡ଼, “ରାଜବୀର ମରିଗଲେ ଢୋ।” ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗର୍ଭରେ ଧରି କେତେ କଷ୍ଟ ଯନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ। ଯାହା କି ରାଜବୀର ମାଆଙ୍କ ସହ ଘଟୁଛି। ନିଜ ପୁଅର ଖରାପ ଅବସ୍ଥା ଦେଖି ପାରୁ ନାହାଁନ୍ତି। ପୁଅର ଚିକିତ୍ସା ପାଇଁ ଲୋକମାନଙ୍କ ପାଖରେ ଭିକ୍ଷା ମାଗୁଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରାଜବୀର ନାମକ ଏକ ପୁତ୍ର ସନ୍ତାନ ବିଶ୍ୱର ବିରଳ ରୋଗ ସ୍ପାଇନାଲ ମସକ୍ୟୁଲାର ଆଣ୍ଟ୍ରୋ ଫ୍ରିରୋ ନାମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ରୋଗରୁ ଆରୋଗ୍ୟ ହେବା ପାଇଁ କେବଳ ଏକମାତ୍ର ଇଂଜେକସନ ହିଁ ଆବଶ୍ୟକ। ହେଲେ ଏହି ଇଂଜେକସନ ର ମୂଲ୍ୟ ୧୬ କୋଟି ଟଙ୍କା ଯାହାକି ରାଜବୀର ର ବାପା ଓ ମାଆ ଏଥିପାଇଁ ଅସମର୍ଥ ଅଟନ୍ତି।

ରାଜବୀର ର ମାଆ ଓ ବାପା ହାତ ଯୋଡି ସାରା ଓଡିଶା ବାସୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି କରୁଥିବା ବେଳେ ଏତିକି ବେଳେ ଏକ ସମାଜସେବୀଙ୍କ ଅଡିଓ କଲ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ସେହି କଲ୍ ରେକର୍ଡ଼ ଜଣେ ସମାଜସେବୀ ଆଉ ଜଣେ ଯୁବତୀଙ୍କ ସହ କଥା ହେଉଥିବାର ଆପଣ ଶୁଣିବାକୁ ପାଇବେ। ସୋସିଆଲ ମିଡ଼ିଆରେ ଏହି କଲ୍ ରେକର୍ଡ଼ ଭାଇରାଲ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେଉ ଯାଉଛନ୍ତି।

ତେବେ ଭାଇରାଲ ହେଉଥିବା କଲ୍ ରେକର୍ଡ଼ରେ ଆପଣ ଶୁଣିବାକୁ ପାଇବେ ଯେ ଦେବବ୍ରତ ଷଡଙ୍ଗୀ ନାମକ ଏକ ସମାଜସେବୀ ରାଜବୀର ମରି ଯିବା କଥା କହୁଛନ୍ତି। ତାଙ୍କ କହିବାନୁଯାୟୀ କେତେ ଭେଣ୍ଡା ଭେଣ୍ଡା ଛୁଆ ମରି ଯାଉଛନ୍ତି ଆଉ ରାଜବୀର ମରି ଗଲେ ଢୋ। କେବଳ ସେତିକି ନୁହେଁ ରାଜବୀରଙ୍କ ମାଆ ଦେବବ୍ରତ ଷଡଙ୍ଗୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା କଥା ମଧ୍ୟ କହିଛନ୍ତି।

ତେବେ କଲ୍ ରେକର୍ଡ଼ ସାମ୍ନାକୁ ଆସିବା ପରେ ରାଜବୀର ର ବାପା ଓ ମାଆ ସାମ୍ନାକୁ ଆସି ଭୁଲ୍ ମାଗିବା ସହ ରାଜବୀରକୁ ମାରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଖୁଲାସା କରିଛନ୍ତି। କେବଳ ସେତିକି ନୁହେଁ ଦେବବ୍ରତ ଗଣମାଧ୍ୟମକୁ ଆସି ରାଜବୀର ର ପିତା ମାତା ଙ୍କ ନାମରେ ଅନେକ କଥା କହିଛନ୍ତି। ରାଜବୀର ଙ୍କ ଫଣ୍ଡ ଦେବା ବନ୍ଦ କରିବା ପାଇଁ ମଧ୍ୟ କହିଥିଲେ। ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। କିଏ ସତ କହୁଛି କିଏ ମିଛ କହୁଛି ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *