କାହିଁକି ଶ୍ରୀମୟୀଙ୍କୁ ହଟେଇ ସୁରା ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ମିଳିଲା ଟିକେଟ । ଅପରାଜିତାଙ୍କ ସହିତ ହେବ ହେବି ଟକ୍କର ।

ବର୍ତ୍ତମାନ ସାରା ଭାରତରେ ରାଜନୀତି ସରଗରମ । ଆଉ ଭୋଟ ତାରିଖ ମଧ୍ୟ ଘୋଷଣା ସରିଛି ଯାହାକି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାରିଖରେ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ବିଜେଡ଼ିର ଭୁବନେଶ୍ୱର ଲୋକସଭା ଆସନରୁ ମନ୍ମଥ ରାଉତରାୟ ନାମକ ନୂଆ ଚେହରା ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ପୂର୍ବରୁ ଥିବା ଶ୍ରୀମୟୀଙ୍କୁ ହଟାଇ ଦେଇଛି ବିଜେଡ଼ି । ଏବଂ ତାଙ୍କ ବଦଳରେ ଏଥର ବିଜେଡ଼ି ପାର୍ଥୀ ହୋଇଛନ୍ତି ମନ୍ମଥ ରାଉତରାୟ ଯିଏକି ପୂର୍ବରୁ କଂଗ୍ରେସରେ ଥିଲେ । ଆଉ ବର୍ତ୍ତମାନ ସେ ବିଜେପି ପାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଲଢ଼ିବେ । ତେବେ ବିଜେଡ଼ିର ଏଭଳି ହଠାତ ନିଷ୍ପତ୍ତିକୁ କିଛି ଲୋକ ହଠାତ ବୁଝି ପାରି ନାହାଁନ୍ତି । ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଆସନ ଘୋଷଣା ।

କହିରଖିବୁ ଯେ ରାଜନୀତି କେତେବେଳେ ଯେ ମୋଡ଼ ବଦଳାଇବ ତାହା କେହି କହି ପାରିବେ ନାହିଁ । କାରଣ ପୂର୍ବରୁ ବିଜେଡ଼ି ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା ଆସନରେ ପାର୍ଥୀ ଘୋଷଣା କରିବ ବୋଲି କହିଥିଲା । ଏବେ କିନ୍ତୁ ବଡ଼ ପରିବର୍ତ୍ତନ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଲୋକସଭା ଆସନ ପାଇଁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ନାମ ନେଇଛନ୍ତି ।

ଯେଉଁ କାରଣରୁ ଶ୍ରୀମୟୀଙ୍କ ନାମ , ତାଲିକାରୁ ବାହାର ହୋଇ ଯାଇଛି । ଦଳକୁ ଆସୁ ଆସୁ ମନ୍ମଥ ଶ୍ରୀମୟୀଙ୍କୁ ହଟେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଏବଂ ଲୋକସଭାର ନାମ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନରେ ବିଜେଡ଼ି ୯ ଜଣ ପାର୍ଥିଙ୍କ ତାଲିକା ଦେଇଛି ।

ଲୋକସଭାର କେଉଁ ଆସନରୁ ଯେଉଁମାନେ ଛିଡ଼ା ହେଉଛନ୍ତି ସେମାନେ ହେଲେ , କଳାହାଣ୍ଡି ଆସନରୁ ଲମ୍ବୋଦର ନିଆର , ସମ୍ବଲପୁର ଆସନରୁ ପ୍ରଣବ ପ୍ରକାଶ ଦାସ , ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ , ମୟୁରଭଞ୍ଜରୁ ସୁଦାମ ମାରାଣ୍ଡି , କେନ୍ଦ୍ରାପଡ଼ାରୁ ଅଂଶୁମାନ ମାରାଣ୍ଡି , ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ , ଭୁବନେଶ୍ୱରରୁ ମନ୍ମଥ ରାଉତରାୟ , କୋରାପୁଟରୁ କୌଶଲ୍ୟା ଏକାକା ଏବଂ ଆସ୍କାରୁ ରଞ୍ଜିତା ସାହୁଙ୍କ ନାମ ଲୋକସଭା ଆସନ ପାଇଁ ଘୋଷଣା ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଜଣଙ୍କ ନାମ ଘୋଷଣା କରିଛନ୍ତି । ସେପଟେ ଶଙ୍ଖ ଭବନରେ ମନ୍ମଥ ରାଉତରାୟ ମିଶିବା ପରେ ଏପଟେ ବିଜେପି ମଧ୍ୟ ନିଜ ପାର୍ଥିଙ୍କ ନାମ ଘୋଷଣା କରିଛି । ତେଣୁ ଭୁବନେଶ୍ୱର ଆସନରେ ଯିଏ ଛିଡ଼ା ହେବ ତାଙ୍କ ସହିତ ହେବି ଟକ୍କର ହେବ ବୋଲି ବିଜେପି ପାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Leave a Reply

Your email address will not be published. Required fields are marked *