ହୋଲିରେ ଗଡ଼ିଲା ଜଣଙ୍କ ପରେ ଜଣଙ୍କ ମୁଣ୍ଡ, ହୋଲି ପାଲଟିଲା ୮ ପରିବାରଙ୍କ ପାଇଁ କାଳ।

ହୋଲିରେ ଗଡ଼ିଲା ଜଣଙ୍କ ପରେ ଜଣଙ୍କ ମୁଣ୍ଡ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮ ଜଣଙ୍କ ମୁଣ୍ଡ ନେଇଛି ହୋଲି। ଘରୁ ହୋଲି ଖେଳିବାକୁ ବାହାରି ଆଉ ଘରକୁ ଫେରି ନାହାଁନ୍ତି। ହୋଲି ଖେଳ ଅଧା ରହିଯାଇଛି। କିଛି ଲୋକଙ୍କ ପାଇଁ ହୋଲି ହସ ଖୁସିରେ କଟିଥିବା ବେଳେ କିଛି ଜଣଙ୍କ ପାଇଁ କାନ୍ଦ ବୋବାଳିରେ କଟିଛି ହୋଲି। କାରଣ ହୋଲିରେ ହୋଲି ଖେଳିବାକୁ ଆସିଆଉ ଘରକୁ ଫେରି ନାହାଁନ୍ତି କେହି। ଗାଧୋଇବା ବେଳେ ପାଣିରେ ବୁଡି ସମସ୍ତଙ୍କର ମୃତ୍ୟୁ ହୋଇଛି। ହୋଲି ଆଜି ତାଙ୍କ ପାଇଁ କାଳ ପାଲଟି ଯାଇଛି। ହୋଲି ନେଇଛି ୮ ଜଣଙ୍କର ମୁଣ୍ଡ।

ପାରାଦ୍ୱୀପ ଉଅକଣ୍ଠ କୋଟପୁଲା ଗାଁର ଜୟନ୍ତ ସରକାରଙ୍କ ପୁଅ ରାଜକିଶୋର ରାଉତ ଆଜି ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀର ଗଭୀର ପାଣି ଭିତରେ ବୁଡି ଯାଇଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ସାଙ୍ଗସାଥି ମାନେ ଉଦ୍ଧାର କରି ପାରିନଥିଲେ ଆଉ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟ ଏକ ଘଟଣା ସୌର ପୋୖରାଞ୍ଚଳ ମଧୁସୂଦନ ପୁର ଗାଁରେ ଘଟିଛି। ସ୍ୱର ଥାନା ଦହିସୋଡା ଗାଁର ମାନସ ପାତ୍ରଙ୍କ ଏକ ମାତ୍ର ପୁଅ ଆୟୁଷ ସାଙ୍ଗ ମାନଙ୍କ ସହିତ ହୋଲି ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା ପହଁରା ଶିଖି ନଥିବାରୁ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ସେହି ପରି ବାଲେଶ୍ଵରର ପୋଲିସ କଲନିରେ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି।ସମ୍ବଲପୁରରେ ମଧ୍ୟ ହୋଇଛି ଯୁବକଙ୍କର ମୃତ୍ୟୁ। ଚାୱାରା ପୁରା ପାୱାର କେନାଲରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ପାରଙ୍ଗରେ ମଧ୍ୟ ସମାନ ଅବସ୍ଥା। ପୁରୀ ମେନ କେନାଲ ପଞ୍ଚୁପାଳ ଗାଁ ନିକଟସ୍ଥ ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି।ଅନ୍ୟ ପଟେ ଗଞ୍ଜାମର ଜଣେ ବ୍ୟକ୍ତିଙ୍କ ପାଇଁ ଖାଲ ସାଜିଥିଲା ମରଣ ଜନ୍ତା। ଚାମଖଣ୍ଡି ବାସ୍ନା ଖୁଣ୍ଟି ଗାଁ ନିକଟରେ ଏକ ଗାତରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସେହିପରି ସାଲେପୁର କଲେଜରେ +୨ରେ ଅଧ୍ୟୟନ କରୁଥିବା ଛାତ୍ର ଆଶିଷ କୁମାର ଦାସ ପୋଖରୀରେ ଗୋଡ଼ ଖସି ଯାଇଥିବାରୁ ବୁଡି ଯାଇଥିଲେ। ସାଲେପୁର ଥାନା ଅଧିନସ୍ଥ ଛାଣିପୁର ଗାଁର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ ସାଙ୍ଗ ମାନଙ୍କ ସହିତ ହୋଲି ଖେଳି ସାରି ଗାଁ କରମୁହାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଗୋଡ଼ ଖସି ଯାଇଥିଲା ଯାହା ପରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି।ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡ ପଦସ୍ଥିତ ଉଇବନ୍ଧା ମେଡରେ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହାନି ପହଁଚି ପାଣିରେ ବୁଡିଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରଖିଛି। କିନ୍ତୁ ଏପର୍ଯ୍ୟନ୍ତ ଯୁବକ ଜଣଙ୍କ ମିଳିନାହାଁନ୍ତି।

Leave a Reply

Your email address will not be published. Required fields are marked *