ଭଉଣୀଙ୍କର ଗଞ୍ଜେଇ ମାଡ଼ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ : ଦେଖନ୍ତୁ ଭିଡିଓ

ହିନ୍ଦୁ ଧର୍ମ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ । ଏହାକୁ ସବୁଠାରୁ ଶ୍ରେଷ୍ଠ ଧର୍ମ ଭାବରେ ବିବେଚନା କରାଯାଏ । ଏହି ଧର୍ମରେ ଅନେକ ଦେବାଦେବୀ ରହିଛନ୍ତି । ଆଉ ସେମାନଙ୍କୁ ପୂଜା କରିବାର ଭିନ୍ନ ଭିନ୍ନ ଦିନ ମଧ୍ୟ ରହିଛି । କେବଳ ଭିନ୍ନ ଦିନ ନୁହେଁ ବରଂ ପୂଜା କରିବାର ଶୈଳୀ , ଭୋଗ ଆଦିରେ ଅନେକ ଭିନ୍ନତା ରହିଛି । ତେବେ ଲୋକ ମାନେ ନିଜ ମନୋସ୍କାମନା ପୂର୍ଣ୍ଣ କରିବାପାଇଁ ଭଗବାନଙ୍କୁ ପୂଜା କରିଥାନ୍ତି।

ବର୍ତ୍ତମାନ ସମୟରେ ଶ୍ରାବଣ ମାସ ଚାଲୁଛି । ଆଉ ଏହାକୁ ଶିବଙ୍କର ମାସ ଭାବରେ ବିବେଚନା କରାଯାଏ । କାରଣ ସୋମବାର ଦିନ ସମସ୍ତେ କାଉଡ଼ିଆ ସାଜି ବାବାଙ୍କ ଉପରେ ପାଣି ଢାଳିବା ପାଇଁ ବାହାରି ଯାଇଥାନ୍ତି । ଆଉ ପାଣି ଢାଳି ନିଜ ମନୋସ୍କାମନା ପୂରଣ କରିଦେବା ପାଇଁ ପ୍ରାର୍ଥନା କରିଥାନ୍ତି । ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଏବଂ ମହିଳା ମାନେ ମଧ୍ୟ ପାଣି ନେଇ ବାବାଙ୍କ ପାଖକୁ ଯାଇଥାନ୍ତି ।

ତେବେ ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିବ । ଭିଡ଼ିଓରେ ଆପଣ ଦେଖିପାରିବେ ମହିଳା କାଉଡ଼ିଆ ଜଣକ ପାଣି ନେଇ ବାବାଙ୍କ ପାଖକୁ ଯାଇଛନ୍ତି । ଆଉ ବାଟରେ ଗୋଟିଏ ଜାଗାରେ ବସି ବାବାଙ୍କର ସବୁଠାରୁ ପ୍ରିୟ ଭୋଗ ସେବନ କରୁଛନ୍ତି । ତେବେ ଆପଣ ମାନେ ଜାଣି ସାରିଲେଣି ସେ କଣ ସେବନ କରୁଛନ୍ତି , ତାହା ହେଉଛି ଗଞ୍ଜେଇ । ଭଉଣୀ ଜଣକ ନିଜ ମନ ଇଚ୍ଛା ଗଞ୍ଜେଇ ଟାଣି ସାରିଛନ୍ତି ।

ଭଉଣୀ ଜଣକ କାହା କଥା ଶୁଣିବାକୁ ଆଦୌ ରାଜି ନାହାଁନ୍ତି , ସେ ନିଜ ମନ ଭରି ଗଞ୍ଜେଇ ଟାଣିବାରେ ଲାଗିଛନ୍ତି । କିନ୍ତୁ ଶେଷରେ ତାଙ୍କ ହାତରେ ନିଆଁ ଟିକିଏ ଲାଗି ଯିବାରୁ ସେ ଟାଣିବା ବନ୍ଦ କରି ଦେଉଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ପସନ୍ଦ କରି ସାରିଲେଣି । ସମସ୍ତେ ଭଉଣୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଭଉଣୀଙ୍କର ଜୋଶକୁ ମାନିବାକୁ ପଡିବ ବୋଲି ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *