ଆପଣ ମାନେ ଭଲ ଭାବରେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜୋର ଧରିଛି । ଯୁଦ୍ଧ ରେ ଅନେକ ଜୀବନ ମଧ୍ୟ ଯାଇଛି । ଲୋକେ ଜୀବନ ବିକଳରେ ବଙ୍କର ଏବଂ ମେଟ୍ରୋ ରେ ରାହୁଥିବାର ଦେଖିବାକୁ ମିଳୁଛି । ଲୋକଙ୍କୁ ଠିକ ଭାବରେ ଖାଦ୍ୟ ମିଳି ପାରୁନାହିଁ । ଏପରି ସମୟରେ ଲୋକଙ୍କୁ ଏହା ଜଣା ନାହିଁ ଯେ କାହାର କେଉଁ ମୁହୂର୍ତ୍ତରେ ଚାଲିଯିବ । ଋଷ ସୈନିକ ମାନେ ୟୁକ୍ରେନ ର ଅନେକ ସହରକୁ ଅକ୍ତିଆର କରିବା ପାଇଁ ଯୁଦ୍ଧ କରୁଛନ୍ତି ।
ଋଷ ସୈନିକ ମାନେ ଅସ୍ତ୍ର ଶସ୍ତ୍ର ସହିତ ୟୁକ୍ରେନ ର ସୀମା ରେ ପ୍ରବେଶ କରି ସାରିଛନ୍ତି । ଯୁଦ୍ଧ ଆରମ୍ଭ ହେବାର ଏତେ ଦିନ ବିତିବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଡ଼ିଓ ଅନୁଯାୟୀ ଜଣେ ବ୍ୟକ୍ତି ଟ୍ରାକ୍ଟର ସାହାଯ୍ୟରେ ଟ୍ୟାଙ୍କର କୁ ଚୋରି କରି ନେଇ ଯାଉଥିବାର ଦେଖା ଯାଇଛି । ଏବଂ ପଛରେ ଜଣେ ବ୍ୟକ୍ତି ଦୌଡୁଥିବାର ଦେଖା ଯାଇଛି ।
https://twitter.com/olex_scherba/status/1498023662695419910?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1498023662695419910%7Ctwgr%5E%7Ctwcon%5Es1_&ref_url=http%3A%2F%2Fwww.prameyanews7.com%2Fukraine-farmer-steal-russian-tanker%2F
ବାସ୍ତବରେ ସୂଚନା ମିଳିଛି ଯେ ଏହି ଘଟଣା ୟୁକ୍ରେନ ର ଅଟେ । ଭିଡ଼ିଓ ରେ ଦେଖି ପାରୁଥିବା ଭଳି ୟୁକ୍ରେନ ର ଜଣେ ଚାଷୀ ଋଷ ର ଟ୍ୟାଙ୍କର କୁ ନିଜ ଟ୍ରାକ୍ଟର ସାହାଯ୍ୟରେ ଚୋରି କରି ନେଉଥିବାର ଦେଖା ଯାଇଛି । ଯାହାକୁ ୟୁକ୍ରେନ ଅଷ୍ଟ୍ରିୟାର ରାଜଦୂତ ଅଲେକଜାଣ୍ଡାର ସ୍ଚେର୍ବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ସେହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏବଂ ଲୋକେ ଏଥିରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । କିଛି ଲୋକ କହିଛନ୍ତି ଯେ ଏହା ପ୍ରଥମଥର ଯେଉଁଥିରେ ଟ୍ୟାଙ୍କ କୁ ଜଣେ ଚାଷୀ ଚୋରି କରି ନେଇଛି । କିଛି ୟୁଜର ଏଥିରେ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନେକ ଲୋକ ଏହି ଭିଡ଼ିଓ ଦେଖି ହସିଛନ୍ତି ମଧ୍ୟ ।