ଭାରତ ଉପରେ ଆକ୍ରମଣ କରିବ କି ପାକିସ୍ତାନ? ଭାରତକୁ ଧମକ ଦେଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

ସାରା ବିଶ୍ୱ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ର ପରିଣାମ ଏବଂ ଭୟ ବହତା ଦେଖି ସାରିଛି। ଯୁଦ୍ଧ ହେଲେ କଣ କ୍ଷତି ହୋଇଥାଏ ତାହା ସାରା ବିଶ୍ୱ ଭଲ ଭାବରେ ଅବଗତ ହୋଇଛି। ତେବେ ଅନେକ ଲୋକଙ୍କ ମନରେ ଆଶଙ୍କା ଥିଲା ଯେ ତୃତୀୟ ବିଶ୍ଵଯୁଦ୍ଧ ଯଦି ହୁଏ ତେବେ ତାହା କେବଳ ପାଣି ପାଇଁ ହେବ। କିନ୍ତୁ ଏପରି କିଛି ଘଟି ନାହିଁ ଏବଂ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ତେବେ ଆପଣମାନେ ବର୍ତ୍ତମାନ ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ବିଷୟରେ ଜାଣିଥିବେ।

ତେବେ ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। ତେବେ ଏହାଭିତରେ ଭାରତ ଏପରି ଏକ ଦେଶ ଯାହାକି କେବେ କେଉଁ ଦେଶ ଉପରକୁ ଆଗୁଆ ଆକ୍ର-ମଣ ଏବଂ ଅକ୍ତିଆର କରିବାକୁ ଚାହିଁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଭାରତର ପଡୋଶୀ ଦେଶ ପାକିସ୍ତାନ ଅଟେ। ଏହି ଦେଶ ଏକ ମୁସଲମାନ ବହୁଳ ଦେଶ ଅଟେ। ଏଠାରେ ଆପଣ ଅନେକ ସଂଖ୍ୟାରେ ମୁସଲମାନ ଦେଖିବାକୁ ମିଳେ। କାହିଁ ଅନେକ ସମୟ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ରହି ଆସିଛି। ପାକିସ୍ତାନ ଭାରତ ସହ ଦୁଇ ଥର ଆମନା ସାମ୍ନା ହୋଇଛି। ଯେଉଁଥିରେ କି ପାକିସ୍ତାନ ଦୁଇଥର ଯୁଦ୍ଧରେ ପରାଜିତ ହୋଇଛି। ତେବେ ଏହି ଶତ୍ରୁତା ଅନେକ ସମୟ ଧରି ଲାଗି ରହିଛି।

ଅନ୍ୟପଟେ ଦେଖିବାକୁ ଗଲେ ପୁଲୁୱମା ଆକ୍ର-ମଣ କୁ ୩ ବର୍ଷ ପୂରି ସାରିଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଆକ୍ରମ-ଣରେ ଆମ ଦେଶର ପ୍ରାୟ ୪୦ ସିଆରପିଏଫ ଯବାନଙ୍କ ସହିଦ ଘଟିଥିଲା। ଯାହାଫଳରେ ସାରା ଦେଶରେ ଶୋକର କଳା ବାଦଲ ଖେଳେଇ ହୋଇଯାଇଥିଲା। ସାରା ଦେଶ ରକ୍ତମୁଖା ହୋଇଯାଇଥିଲା। ଦେଶର କୋଣ ଅନୁକୋଣରୁ କେବଳ ଗୋଟିଏ କଥା ଆସୁଥିଲା ଯେ ପାକିସ୍ତାନ କୁ ଏହାର ଜବାବ ଦେବାକୁ ହେବ। ପ୍ରଧାନମନ୍ତ୍ରୀ ଙ୍କ ଗୋଟିଏ ଇସାରାରେ ପାକିସ୍ତାନ ଧ୍ୱଂସ ହୋଇଯାଇଥାନ୍ତା।

କିନ୍ତୁ ଆମ ଦେଶ ସାପକୁ ହାତରେ ନୁହେଁ ବାଡ଼ିରେ ମାରିଥିଲା। ସାପ ମରିଗଲା ହେଲେ ବାଡ଼ି ଭାଙ୍ଗିଲା ନାହିଁ। ଏହାର ଅର୍ଥାତ ଫେବୃଆରୀ ୨୭ ତାରିଖ ୨୦୧୯ ରେ ପାକିସ୍ତାନର ଵାଲାକୋଟ ଠାରେ ଭାରତ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ କରିଥିଲା। ଯାହାଫଳରେ ଶତାଧିକ ଆତଙ୍କି କ୍ୟାମ୍ପ ଏହି ଆକ୍ରମଣରେ ନଷ୍ଟ ହୋଇଯାଇଥିଲା। ଯାହାଫଳରେ ସହିଦ ଯବାନଙ୍କ ଆତ୍ମାକୁ ଶାନ୍ତି ମିଳିଥିଲା। ଏଥିସହିତ ଯବାନଙ୍କ ପରିବାର ଲୋକ ମାନଙ୍କ ମନକୁ ମଧ୍ୟ ଶାନ୍ତନା ମିଳିଥିଲା।

ତେବେ ଏହି ସମୟରେ ଵାଲାକୋଟ ଆକ୍ରମଣ କୁ ୩ ବର୍ଷ ବିତିଯାଇଛ। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ ଟୁଇଟ କରିଛନ୍ତି। ସେହି ଟୁଇଟରେ ସେ ଲେଖିଛନ୍ତି, ମୁଁ ସବୁବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ଚାହେଁ। କିନ୍ତୁ କେବେ ବି ଏହାକୁ ଦୁର୍ବଳତାର ସଂକେତ ରୂପେ ଧରି ନେବା ଉଚିତ ନୁହେଁ। ପୁଲୁୱମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ତାହାର ଶକ୍ତି ପ୍ରଦର୍ଶନ କରିଥିଲା ବୋଲି ସେ ଏକଥା ମଧ୍ୟ କହିଛନ୍ତି।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ଏଭଳି ଟୁଇଟ ଯାହାକି ଯୁଦ୍ଧର ସଂକେତ ଦେଉଛି। ତେବେ ଇମ୍ରାନଙ୍କ ଟୁଇଟ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଏହି ଟୁଇଟକୁ ୟୁଜର ମାନେ ନା ପସନ୍ଦ କରିଛନ୍ତି। ପାକିସ୍ତାନ ଭାରତକୁ ଧମକ ଦେଉଥିବାର ଅନେକ ବରିଷ୍ଠ ନେତା ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *