ଋଷ ୟୁକ୍ରେନ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡାମସ୍, – “ଏହି ଯୁଦ୍ଧରେ ଅନ୍ୟ କେତେକ ଦେଶ ମଧ୍ଯ ଅଂଶଗ୍ରହଣ କରିବେ”:-

ଦୁନିଆର ସବୁଠାରୁ ପ୍ରସିଦ୍ଧ ଭବିଷ୍ୟ‌ତ ବକ୍ତା ନୋଷ୍ଟ୍ରାଡାମସ୍ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଭବିଷ୍ୟତ ବାଣୀ ପୂର୍ବରୁ କରିଦେଇଥିଲେ । ତେବେ ୟୁକ୍ରେନ ଏବଂ ଋଷ ମଧ୍ୟରେ ହୋଇଥିବା ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ଆଜି ଋଷ ଏହାର 4,300 ସୈନିକଙ୍କ ମୃତ୍ୟୁ ନିଶ୍ଚିତ କରିଥିବାବେଳେ ୟୁକ୍ରେନ ଋଷ ଉପରେ ନରସଂହାର ଅଭିଯୋଗ କରିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ହେଉଥିବା ଯୁଦ୍ଧର ପ୍ରଭାବ ୟୁରୋପର ଅନ୍ୟ ଭାଗରେ ପଡ଼ିପାରେ ବୋଲି ଏକ ଭୟ ରହିଛି । ଯଦି ଏପରି ଘଟେ, ତେବେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ।

ୟୁରୋପର ଏହି ଯୁଦ୍ଧ ବିଷୟରେ ପ୍ରସିଦ୍ଧ ଫରାସୀ ଭବିଷ୍ୟ‌ତ ବକ୍ତା ନୋଷ୍ଟ୍ରାଡାମସ୍ 1555 ମସିହାରେ ଭବିଷ୍ୟବାଣୀ କରିଥିଲେ । ନୋଷ୍ଟ୍ରାଡାମସ୍ ତାଙ୍କ ପୁସ୍ତକ Les Propheties ରେ ଭବିଷ୍ୟବାଣୀ କରିଥିଲେ ଯେ 2022 ମସିହାରେ ୟୁରୋପରେ ଯୁଦ୍ଧ ହେବ । ନୋଷ୍ଟ୍ରାଡାମସଙ୍କ 942 ଭବିଷ୍ୟବାଣୀ ମଧ୍ୟରୁ ଗୋଟିକରେ ପ୍ରକାଶ କରାଯାଇଥିଲା ଯେ ଫ୍ରାନ୍ସକୁ ଏହାର ପୂର୍ବ ଭାଗରେ ବିପଦର ସମ୍ମୁଖୀନ କରିବାକୁ ପଡ଼ିବ ।

ନୋଷ୍ଟ୍ରାଡାମସଙ୍କ ଏହି ଭବିଷ୍ୟବାଣୀ ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧର ନିଆଁ ଫ୍ରାନ୍ସରେ ପହଞ୍ଚିବାର ଏବଂ ଫ୍ରାନ୍ସ ସମେତ ୟୁରୋପର ଅନେକ ଦେଶ ଏଥିରେ ଆସିବାର ଭୟ ରହୁଛି ।

ନୋଷ୍ଟ୍ରାଡାମସ୍ ବିଶେଷଜ୍ଞ ବବି ଶାଲର କହିଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ । ଶାଲର କହିଛନ୍ତି ନୋଷ୍ଟ୍ରାଡାମସଙ୍କ ଅନୁସାରେ 25 ରୁ 29 ମଧ୍ୟରେ ଏକ ବଡ଼ ଯୁଦ୍ଧ ହେବ ଏବଂ ଏହା ପରେ ଛୋଟ ଛୋଟ ଯୁଦ୍ଧ ହେବ ।

ଶାଲର୍ କହିଛନ୍ତି ଯେ ଏହା ପରେ ‘ଶନିଙ୍କ ସମୟ’ ଆସିବ ଏଵଂ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ଶାନ୍ତିର ସମୟ ହେବ । ନୋଷ୍ଟ୍ରାଡାମସ୍ ଏହା ମଧ୍ଯ ଭବିଷ୍ୟତବାଣୀ କରିଛନ୍ତି ଯେ ପୃଥିବୀ ଉପରେ ଏକ ଆଷ୍ଟେରଏଡ୍ ପଡିପାରେ । 2022 ମସିହାରେ, ଅନେକ ଦେଶ ବନ୍ୟା ଏବଂ ମରୁଡ଼ି ଦ୍ୱାରା ଧ୍ୱଂସ ପାଇବେ ଏବଂ ଚାରିଆଡ଼େ ଅନାହାର ଦେଖାଯିବ ।

ଆପଣଙ୍କୁ କହିରଖୁଛୁ ଯେ ଯେଉଁମାନେ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି ସେମାନଙ୍କ କହିବାନୁସାରେ ଫରାସୀ ଭବିଷ୍ୟ‌ତ ବକ୍ତା ଲଣ୍ଡନରେ ଲାଗିଥିବା ଭୀଷଣ ନିଆଁ ଏବଂ ଏକଛତ୍ରବାଦୀ ଶାସକ ଆଡଲଫ୍ ହିଟଲରଙ୍କ ବିଷୟରେ ସଠିକ୍ ଭବିଷ୍ୟତବାଣୀ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ନୋଷ୍ଟ୍ରାଡାମସ୍ ଫରାସୀ ବିପ୍ଳବ ଏବଂ ପରମାଣୁ ବୋମା ତିଆରି ହେବାର ସଠିକ୍ ଭବିଷ୍ୟତ ବାଣୀ କରିଛନ୍ତି ।

Leave a Reply

Your email address will not be published. Required fields are marked *