ତୋ ସ୍ତ୍ରୀକୁ ମୁଁ ବିକି ଦେଇଛି ଯଦି ପୋଲିସ୍ ଅଗରେ କହିବୁ ତତେ ବି ମାରିଦେବି, ଯେତେ ଜଲଦି ତୋ ସ୍ତ୍ରୀ ଭୁଲିଯିବୁ ସେତେ ଭଲ।

ଆଜିକାଲିର ପିଲାଙ୍କ ପାଇଁ ଭଲ ପାଇ ବାହା ହେବା ଏକ ଖେଳଘର। ଆଜି ଇଏ ଭଲ ଲାଗୁଛି ତା ପାଖରେ ଟଙ୍କା ଅଛି ଆମେ ତାକୁ ଭଲ ପାଇବୁ କିଛି ଦିନ ଗଲା ପରେ ଟଙ୍କା ଏବଂ ଶାରିରୀକ ସମ୍ପର୍କର ସୁଖ ସରିଗଲା ପରେ ତାକୁ ଭୁଲି ଯାଇ ଆଉ ଜଣଙ୍କ ସହ ଭଲ ପାଇବାର ଅଭିନୟ କରି ଘର ଛାଡ଼ି ପଳେଇବୁ। ସେଥିପାଇଁ ବେଳେବେଳେ ନିଜେ ଖୋଳି ଥିବା ଗାତରେ ସେମାନେ ନିଜେ ପଡ଼ିଯାଆନ୍ତି। ଭୁବନେଶ୍ଵର ଖଣ୍ଡଗିରି ଥାନାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି।

ଭୁବନେଶ୍ୱରର ସମୀର ମୁଦୁଲି ଗତ ୬ ବର୍ଷ ହେବ ବନିତାଙ୍କୁ ଭଲ ପାଉଥିଲେ। ବନିତା ମଧ୍ୟ ସମୀରଙ୍କୁ ବହୁତ୍ ଭଲ ପାଉଥିଲେ। ବହୁତ୍ ଦିନ ଭଲ ପାଇବା ପରେ ଉଭୟ ବାହା ହେବାକୁ ନିଷ୍ପତି ନେଲେ। ସମୀର ଜାଣି ନଥିଲେ ୬ ବର୍ଷ ଭିତରେ ବନିତାଙ୍କର ରାଜ୍ ନାମରେ ଆଉ ଜଣେ ପ୍ରେମିକ ଅଛନ୍ତି। ଯେତେବେଳେ ସମୀର ବନିତାଙ୍କୁ ବାହାଘର କଥା କହିଲେ ସେତେବେଳେ ବନିତା ଦ୍ଵିତୀୟ ପ୍ରେମିକ ରାଜଙ୍କ ସହ କୁଆଡେ ପଳେଇଲେ।

କିଛି ଦିନ ଯିବାପରେ ବନିତା ପୁଣି ସମୀରଙ୍କ ପାଖକୁ ଫେରିଆସିଲେ ଏବଂ ଦୁହେଁ କୋର୍ଟ ଏବଂ ମନ୍ଦୀରରେ ବିବାହ କଲେ। କିନ୍ତୁ ବନିତା ଅଧିକ ଦିନ ରହି ନଥିଲେ ସେ ପୁଣି ରାଜ୍ ସହ କୁଆଡେ ପଳେଇଲେ। କିଛି ଦିନ ପରେ ସମୀରଙ୍କ ପାଖକୁ ରାଜର ମେସେଜ ଆସିଲା ତୋ ସ୍ତ୍ରୀ କୁ ମୁଁ ଦିଲ୍ଲୀରେ ବିକ୍ରି କରିଦେଇଛି। ଆଉ ତୁ ଯଦି ଏ କଥା ପୋଲିସ୍ କି ମିଡ଼ିଆ ଆଗରେ କହିବୁ ମୁଁ ତତେ ୫ ଦିନ ଭିତରେ କରିଦେବି। ତାପରେ ଖଣ୍ଡଗିରି ପୋଲିସ୍ ପାଖରେ କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଫେରେଇ ଆଣିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *