ପୋଲିସ ଚାକିରୀ ଛାଡି ଯାତ୍ରାକୁ ଆସିଛି, ତାଙ୍କ ଘରେ କେହି ରାଜି ନଥିଲେ…

ଦୈତାରୀ ପଣ୍ଡା , ଏହି ନାମଟି ସହିତ ସମସ୍ତେ ବେଶ୍ ପରିଚିତ । ଏହି ନାମଟି ଶୁଣିଲେ ଆଜି ବି ଲୋକ ମାନେ ଭୟଭୀତ ହୋଇ ଯାଆନ୍ତି । କାହିଁକି ନା ତାଙ୍କ କଥା ଯେମିତି ଭୟାନକ , ତାଙ୍କ ହସ ବି ସେମିତି ଭୟାନକ । ଯିଏ ଶୁଣିବ ସେ ଥରି ଉଠିବ । ତେବେ ଯାତ୍ରା ଜଗତରେ ନିଜର ପ୍ରାଧାନ୍ୟ ବିସ୍ତାର କରି ସାରିଥିବା ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି । ଆଗରୁ କିଛି ଟା ଚଳଚିତ୍ରରେ ଅଭିନୟ କରିଥିବା ଦୈତାରୀ ପଣ୍ଡା ବର୍ତ୍ତମାନ ଚଳଚିତ୍ର କାଇଁଚମାଳି ରେ ଅଭିନୟ କରିଛନ୍ତି ।

ତେବେ ନିକଟରେ ତାଙ୍କ ଓଡ଼ିଆ ଚଳଚିତ୍ର ରିଲିଜ୍ ହେବାକୁ ଯାଉଛି । ନିଜ ଚଳଚିତ୍ର ବିଷୟରେ ସେ କହିଛନ୍ତି କି , ଏଥିରେ ସେ ଖୁବ୍ କମ୍ ସମୟ ପାଇଁ ଅଭିନୟ କରିଛନ୍ତି , ତଥାପି ତାଙ୍କୁ ଭଲ ଲାଗିଛି । ବଡ ବଡ କଳାକାର ମାନେ ଏଥିରେ ରହିଛନ୍ତି , ଯେଉଁ ମାନେ ତାଙ୍କୁ ଭାରି ଭଲ ପାଆନ୍ତି । ତେଣୁ ସମସ୍ତଙ୍କୁ ଏହି ଚଳଚିତ୍ର ଦେଖିବା ପାଇଁ ସେ କହିଛନ୍ତି । ଅନ୍ୟ ପକ୍ଷରେ ନିଜ ଯାତ୍ରା ଜୀବନ ବିଷୟରେ କହିଛନ୍ତି ବାଦଶାହା । ସେ ଯାତ୍ରା ପାର୍ଟି ବଦଳି ନାହାଁନ୍ତି । ପ୍ରଥମରୁ ସେହି କୋଣାର୍କ ଗଣନାଟ୍ୟରେ ଅଭିନୟ କରି ଆସୁଥିବା ଦୈତାରୀ ଆଜି ବି ସେଥିରେ ଅଛନ୍ତି ।

ତେବେ ଏହି ଯାତ୍ରା ପାର୍ଟି ନ ବଦଳାଇବା ଉପରେ ସେ କହିଛନ୍ତି କି , ଆମେ ଏକାଠି ଗୋଟିଏ ଗ୍ରୁପ୍ । ଆଉ ସେହି ଗ୍ରୁପ୍ ଯଦି ଆମେ ଛାଡି ଦେବୁ , ତାହାଲେ କିଛି ଲାଭ ନାହିଁ ଆଉ ସବୁ କିଛି ଶେଷ ହୋଇଯିବ । ତେଣୁ କରି ସେ ସେଠାର ଅଛନ୍ତି ଆଉ ଜୀବନ ଚାଲିଯିବା ଯାଏଁ ସେହି ଯାତ୍ରା ପାର୍ଟିରେ ହିଁ ରହିବେ । ଆଉ ସମସ୍ତଙ୍କୁ ମନୋରଞ୍ଜନ କରିବେ । ଆଜି ବି ବାହାରେ ତାଙ୍କ ହସ ଶୁଣି ଲୋକେ ଡରି ଯାଆନ୍ତି ବୋଲି ସେ କହିଛନ୍ତି । କିନ୍ତୁ ବାସ୍ତବରେ ସେ ସେମିତି ନୁହଁନ୍ତି ।

ଏହା ବ୍ୟତୀତ ତାଙ୍କର ପୀୟୂଷ ତ୍ରିପାଠୀଙ୍କ ସହିତ ସମ୍ପର୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ସମସ୍ତେ ପୀୟୂଷଙ୍କୁ ତାଙ୍କ ନିଜ ପୁଅ ବୋଲି ଭାବି ଥାଆନ୍ତି । କିନ୍ତୁ ସେମିତି ନୁହେଁ । ଯାତ୍ରାରେ ବାପା ପୁଅର ଅଭିନୟ କରି କରି ଲୋକ ଏପରି ଭାବି ନିଅନ୍ତି । ପୀୟୂଷ ଜଣେ ପୋଲିସ ଘରର ପିଲା । ସେ ନିଜେ ମଧ୍ୟ ଜଣେ ପୋଲିସ ଅଫିସର ଥିଲେ । କିନ୍ତୁ ଯାତ୍ରା ପ୍ରତି ତାଙ୍କ ଇଚ୍ଛା ଥିଲା । ଆଉ ଘରେ ମଧ୍ୟ ତାଙ୍କୁ ଛାଡୁ ନଥିଲେ । ତେଣୁ ଏପରି ପରିସ୍ଥିତିରେ ପୀୟୂଷ ଦୈତାରୀ ପଣ୍ଡାଙ୍କୁ ନେଇ ଘରେ ବୁଝା ବୁଝି କରାଇ ଥିଲେ । ଯାହା ପରେ ତାଙ୍କୁ ତାଙ୍କ ଘର ଲୋମ ଛାଡି ଥିଲେ ବୋଲି କହିଛନ୍ତି ନିଜେ ଦୈତାରୀ ପଣ୍ଡା ।

Leave a Reply

Your email address will not be published. Required fields are marked *