ଧଉଳି ଗଣନାଟ୍ୟର ଟ୍ରକ ଲେଉଟିବା ପରେ ଗୁରୁତର ରୋଗୀ କହିଲେ ଏମିତି । କହିଲେ ଆମକୁ ସାହାଯ୍ୟ କରନ୍ତୁ , ନହେଲେ ଆମେ କେମିତି ବଞ୍ଚିବୁ ……..

ଯାତ୍ରା କଳାକାର ମାନଙ୍କୁ ସମସ୍ତେ ଦେଖନ୍ତି କିନ୍ତୁ ଯାତ୍ରା ପଛରେ କେତେ ଯେ ସହଯୋଗ ଏବଂ କେତେ ଜଣଙ୍କ ହାତ ଯେ ରହିଛି ତାହା ଆପଣ ମାନେ ମଧ୍ୟ ନିଶ୍ଚିତ ଜାଣିଥିବେ । ଯାତ୍ରା ସିଜନରେ କେତେ କେତେ ସ୍ଥାନରେ ପାର୍ଟି ଯାଇଥାଏ ଯାତ୍ରା ପରିବେଷଣ ପାଇଁ । ଆଉ ତାସହିତ ଖାଲି ଯେ ଯାତ୍ରା କଳାକାର ତାହା ନୁହେଁ ଷ୍ଟେଜ ବାନ୍ଧୁଥିବା ଲୋକେ ମଧ୍ୟ ଯାଆନ୍ତି । ଯେଉଁମାନେ କାମ ନକଲେ କୌଣସି ଯାତ୍ରା ସୁଦ୍ଧା ହୋଇପାରିବ ନାହିଁ । କିନ୍ତୁ ଆଜି ସେହି ଲୋକଙ୍କ ଜୀବନ ବାଜି ଲାଗିଥିବାରୁ ତାଙ୍କୁ ଦେଖିବାକୁ କେହିବି ଆସି ନାହାଁନ୍ତି ।

ଧଉଳି ଗଣନାଟ୍ୟର ଏକ ଟ୍ରକ ଲେଉଟିବା ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପଳାଟିଛି । ଜଣେ ଗୁରୁ-ତର ରୋଗୀ ହସ୍ପିଟାଲରେ ଯେଉଁଭଳି ଭାବରେ ଅନୁରୋଧ କରିଛନ୍ତି ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ପାଇଁ ତାହା ଦେଖିଲେ ଆପଣ ମଧ୍ୟ ଦୁଃ-ଖିତ ହେବେ । କଳାକାର ମାନେ ବସରେ ଯିବେ କିନ୍ତୁ କାମ କରୁଥିବା ଲୋକେ ଟ୍ରକରେ ଯାଆନ୍ତି ।

କଳାକାର ମାନେ ନାଟକ ପରିବେଷଣ କରିବା ଆଗରୁ ହୋଟେଲରେ ରହନ୍ତି କିନ୍ତୁ ଷ୍ଟେଜ ବାନ୍ଧୁଥିବା ଲୋକେ ଯେଉଁଠି ପାର୍ଟି ପଡ଼ିଥିବା ସ୍ଥାନରେ ବିଲରେ ହିଁ ରହନ୍ତି । ଯାତ୍ରା ସରିଲେ କଳାକାର ମାନେ ବିଶ୍ରାମ ନିଅନ୍ତି କିନ୍ତୁ ସେମାନେ ଷ୍ଟେଜ ଖୋଲିବେ ଏବଂ ଜିନିଷ ପତ୍ର ସାଉଁଟିବେ କାରଣ ସକାଳ ହେଲେ ଅନ୍ୟ ସ୍ଥାନକୁ ପାର୍ଟି ଯିବାର ଅଛି ।

କିନ୍ତୁ ଆଜି ଯେତେବେଳେ ସେମାନଙ୍କ ଜୀବନରେ ବି-ପଦ ଆସିଛି ସେତେବେଳେ ତାଙ୍କୁ ସାହାଯ୍ୟ କରିବା ତ ଦୂରର କଥା ତାଙ୍କୁ ଦେଖିବାକୁ ସୁଦ୍ଧା କେହି ଆସି ନାହାଁନ୍ତି । ଦୁର୍ଘ-ଟଣାରେ ଛଅ ଜଣଙ୍କ ଜୀବନ ଚାଲି ଯାଇଛି । ଏପଟେ ଗୁରୁ-ତର ଆ-ହତ ହୋଇଥିବା ମଣିଷଟିଏ କଷ୍ଟରେ ପୀ-ଡ଼ିତ ହୋଇବି ସୁଦ୍ଧା ନିଜ ପରିବାର ଲୋକଙ୍କ ଚିନ୍ତା କରୁଛି ଯେ କେମିତି ପରିବାର ଲୋକେ ବଞ୍ଚିବେ ।

ସେ କହିଛନ୍ତି ଯେ ଏତେ ବଡ଼ ଦୁର୍ଘ-ଟଣା ପରେବି ଯାତ୍ରା ମାଲିକ କିମ୍ବା ମ୍ୟାନେଜର କେହିବି ଆସି ନାହାଁନ୍ତି । ବରଂ ବାହାର ଲୋକ ଆସୁଛନ୍ତି କିନ୍ତୁ ଯାତ୍ରା ଜଗତର କେହିବି ଆସି ନାହାଁନ୍ତି । ଏପଟେ ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ବ୍ୟକ୍ତି ଜଣକ ।

Leave a Reply

Your email address will not be published. Required fields are marked *