ଦାନ ହୁଣ୍ଡରେ ପ୍ରେମିକାର ପ୍ରେମଭରା ଚିଠି , ସମସ୍ତେ ଦେଖି ହୋଇଗଲେ ଭାବ ବିହ୍ଵଳ ।

ଧଳା ପେପେର ଉପରେ ନାଲି ରଙ୍ଗର ପେନରେ ପ୍ରେମ ଭରା ପତ୍ର ଲେଖା ହୋଇଛି । ମା’ଙ୍କ ଦାନ ହୁଣ୍ଡିରେ ପ୍ରେମିକା ନିଜର ମନର କଥା ଚିଠି ଲେଖି ଦେଇଛି । ଯେଉଁଥିରେ ମା’ଙ୍କ ଭରସାରେ କିଛି ଜିନିଷ ପାଇବାର ଅନେକ ଆକାଂକ୍ଷା ରହିଛି । ଯେତେବେଳେ ଭକ୍ତଙ୍କ ଦାନ ହୁଣ୍ଡି ଖୋଲା ଯାଇଥିଲା ସେଥିରୁ ଖାଲି ଟଙ୍କା ବାହାରିଥିଲା କିନ୍ତୁ ଗୋଟିଏ ଚିଠି ମଧ୍ୟ ମିଳିଥିଲା । ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଦାନ ହୁଣ୍ଡି ଖୋଲା ଯାଇଥିବା ବେଳେ ସେଥିରୁ ମିଳିଥିବା ପ୍ରେମ ପତ୍ରକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ସେଥିରେ ଲେଖା ହୋଇଥିବା ପ୍ରତିଟି ଧାଡ଼ି ସମସ୍ତଙ୍କୁ ଭାବ ବିହ୍ଵଳ ହୋଇଛି ।

ନିଜ ଭଲପାଇବାକୁ ପାଇବା ପାଇଁ ଝିଅଟି ବହୁତ ମିନତୀ କରିଛି ମା’ଙ୍କ ପାଖରେ । ନିଜର ମନର କଥାକୁ ହୁଣ୍ଡି ବାକ୍ସ ରେ ପକାଇ ଦେଇଯାଇଛି ପ୍ରେମିକା ବର୍ଷା । ସେହି ଚିଠି ସବୁ ପ୍ରେମୀ ଯୁଗଳଙ୍କର ପୁରୁଣା କଥାକୁ ମନେ ପକାଇ ଦେଇଛି । ଆଜ୍ଞା ହଁ , ଯୁବତୀ ଜଣକ ନିଜ ପ୍ରେମିକ କାହ୍ନାକୁ ପାଇବା ପାଇଁ ମା’ଙ୍କ ପାଖରେ ନିବେଦନ ଜଣାଇଛନ୍ତି ।

ଚିଠିରେ ଯୁବତୀ ଜଣକ ଲେଖିଛନ୍ତି ଯେ , ମା’ ମୁଁ ବହୁତ ଆଶାରେ ତୋ ପାଖକୁ ଚିଠି ଲେଖିଛି । ମୁଁ ଶୁଣିଛି ଯେ ତୁ ସମସ୍ତଙ୍କର ମନସ୍କାମନା ପୁରା କରୁ । ମୋର ବି କରିଦେ ମା’ । ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛୁ । ”

ଏମିତି କିଛି ଏହି ଚିଠିରେ ଲେଖା ଯାଇଛି । ଯାହାପରେ ଏହି ଚିଠିକୁ ଦେଖି ସେଠାରେ ଥିବା ପ୍ରତ୍ୟେକଟି ମଣିଷ ଏହି କଥାକୁ ହୃଦୟଙ୍ଗମ କରିଛନ୍ତି । ଆଉ ବର୍ଷା ତାର ପ୍ରେମିକ କାହ୍ନାକୁ ପାଇଯାଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ତେବେ କହିରଖିବୁ ଯେ ମା’ ସମଲେଶ୍ବରୀଙ୍କ ପାଖରେ ଏଭଳି ଚିଠି ପ୍ରଥମ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଏମିତି ଅନେକ ଚିଠି ଦାନ ହୁଣ୍ଡିରୁ ମିଳିଛି ।

ଆଗରୁ ମଧ୍ୟ ଅନେକ ପ୍ରେମିକ ପ୍ରେମିକା ଏଭଳି ବିବାହ କରାଇ ଦେବାକୁ ଚିଠି ଲେଖି ହୁଣ୍ଡିରେ ପକାଇ ଥିବାର ନଜିର ରହିଛି । ତେବେ ଆଜିକାର ଏହି କଥାକୁ ନେଇ ମଧ୍ୟ ସମସ୍ତେ ଖୁସି ହୋଇଛନ୍ତି ଏବଂ ସେହି ଝିଅର ସବୁ ମନସ୍କାମନା ପୂରଣ ହୋଇଯାଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *