କଳାକାର ମାନେ ଯାହା ଖାଇବେ ଟେକ୍ନିସିଆନ ଭାଇ ମାନେ ମଧ୍ୟ ତାହା ଖାଇବେ । ଏମିତି କିଛି କାଜି ଦୈତାରୀ ପଣ୍ଡାଙ୍କ ଉପରେ ଗର୍ଜିଲେ ରାଣୀ ପଣ୍ଡା ।

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଗୋଟିଏ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଧଉଳି ଯାତ୍ରା ପାର୍ଟିର ଏକ ଟ୍ରକ ଦୁର୍ଘ-ଟଣାଗ୍ରସ୍ତ ହେବା ପରେ ଏକାଧିକ ଟେକ୍ନିସିଆନଙ୍କ ଜୀବନ ଯିବା ପରେ ଏବଂ ଏକାଧିକ ଲୋକ ଗୁରୁ-ତର ଭାବରେ ଆ-ହତ ହେବା ପରେ ବର୍ତ୍ତମାନ ରାଣୀ ପଣ୍ଡା ସାମ୍ନାକୁ ଆସି କିଛି ଏଭଳି ଉକ୍ତି ଦେଇଛନ୍ତି । ଯାହା ନିଶ୍ଚିତ ଭାବରେ ଗ୍ରହଣୀୟ ।

କାରଣ ଏତେ ବଡ଼ ଯାତ୍ରା ପାର୍ଟି ଥାଇ , କଳାକାର ମାନେ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଥିଲେ ବି ଯାତ୍ରା ମ୍ୟାନେଜମେଣ୍ଟ ଟେକ୍ନିସିଆନ ମାନଙ୍କ ପାଇଁ ବସର ସୁବିଧା କରି ପାରିନାହିଁ । ଯେଉଁଠି କଳାକାର ମାନଙ୍କ ପାଇଁ ସବୁ କିଛି ସୁବିଧା ସୁଯୋଗ ଦିଆଯାଇ ଥାଏ ସେଠାରେ ଏହି ଲୋକ ମାନେ ଅବହେଳିତ ହୁଅନ୍ତି।

ଆଉ ବର୍ତ୍ତମାନ ଏହିଭଳି ଏକ ଘ-ଟଣା ପରେ ରାଣୀ ପଣ୍ଡା ଗୁରୁତର ରୋଗୀ ମାନେ ଚିକିତ୍ସିତ ହେଉଥିବା ଘଟ-ଣାସ୍ଥଳରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ କିଛି ଟଙ୍କା ସାହାଯ୍ୟ କରିବା ସହିତ ସେମାନେ କିଭଳି ଘରକୁ ଯିବେ ତାହାର ଯଥା ସମ୍ଭବ ଆରେଞ୍ଜମେଣ୍ଟ ମଧ୍ୟ କରିବେ ବୋଲି କହିଛନ୍ତି ।

ଏପଟେ ରାଣୀ ପଣ୍ଡା ସେହି ଲୋକଙ୍କ ଉପରେ ଗର୍ଜିଛନ୍ତି ଯେଉଁମାନେ କେବଳ ଘରେ ବସି ନିଜର ବଡ଼ ଲୋକ ହେବାର କ୍ଷମତା ଦେଖାନ୍ତି କିନ୍ତୁ ବାସ୍ତବରେ ସେମାନେ ମଣିଷ ତୁଲ୍ୟ ନୁହଁନ୍ତି । ଅଧିକ ଟଙ୍କା ଥାଇ ମଧ୍ୟ ଲାଭ କଣ । ସେ ନିଜେ ଦେଖିଛନ୍ତି ଯେ ଯାତ୍ରା ପାର୍ଟିରେ ଥିବା ଟେକ୍ନିସିଆନ ମାନଙ୍କ ଅବସ୍ଥା କିଭଳି ହୋଇଥାଏ ।

ଆଉ ବର୍ତ୍ତମାନ ଆଖି ସାମ୍ନାରେ ଏଭଳି ଏକ ଘ-ଟଣା ଘଟିବା ପରେ ରାଣୀ ପଣ୍ଡା ନିଜକୁ ସମ୍ଭାଳି ପାରି ନାହାଁନ୍ତି ଏବଂ ସାହାଯ୍ୟ କରିବାକୁ ଦୌଡ଼ି ଆସିଛନ୍ତି । ରାଣୀ ପଣ୍ଡା ଏମିତିରେ ସବୁବେଳେ ନିଜର ସ୍ପଷ୍ଟ ବାଦୀ ଗୁଣ ଏବଂ ସାହାଯ୍ୟ କରିବାର ପ୍ରକୃତିକୁ ନେଇ ଚର୍ଚ୍ଚାରେ ରହନ୍ତି । ଆଉ ବର୍ତ୍ତମାନ ସମୟରେ ଏତେ ବଡ଼ ଘ-ଟଣା ଘ-ଟିବା ପରେ ସେ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ସେ ଏହି ମାମ-ଲା ପରେ ଦୈତାରୀ ପଣ୍ଡାକୁ ଆକ୍ଷେପ କରି ଗର୍ଜିଛନ୍ତି ଏବଂ କହିଛନ୍ତି ଯେ ଏଭଳି ଲୋକ ମାନେ କେବେବି ଅନ୍ୟକୁ ଉନ୍ନତି କରୁଥିବାର ଦେଖି ସହି ପାରନ୍ତି ନାହିଁ । ତେବେ କହିରଖିବୁ ଯେ ଏଭଳି ଏକ ମର୍ମ-ନ୍ତୁଦ ଦୁର୍ଘ-ଟଣା ପରେ ଯେଉଁଠି ରାଣୀ ପଣ୍ଡା ନିଜେ ଆସି ସାହାଯ୍ୟ କରୁଛନ୍ତି ସେଠାରେ ଧଉଳି ଗଣନାଟ୍ୟ ପାର୍ଟିର କୌଣସି ମାଲିକ ମ୍ୟାନେଜର କିମ୍ବା କଳାକାର କେହିବି ଆସି ନାହାଁନ୍ତି ।

Leave a Reply

Your email address will not be published. Required fields are marked *