ଏହି ତିନୋଟି ଚମତ୍କାରୀ ଘରୋଇ ଉପଚାର , ଯାହା ଠିକ କରିବ ଆପଣଙ୍କ ଗ୍ୟାସ ସମସ୍ୟା , ଜାଣି ନିଅନ୍ତୁ :-

ଆଜିକାର ଲେଖାରେ ଆମେ ଆପଣଙ୍କୁ ତିନୋଟି ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କର ଗ୍ୟାସ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ସାଧରଣତଃ ବର୍ତ୍ତମାନ ସମୟରେ ଲୋକଙ୍କୁ ଗ୍ୟାସ ସମସ୍ୟା ଅଧିକ ହେବାର ଅନେକ କାରଣ ରହିଛି । ତାହା ଜାଣିନେବା ଜରୁରୀ ଅଟେ ।

ଗ୍ୟାସର କାରଣ :-

ସାଧାରଣତଃ କିଷ୍ଠକାଠିନ୍ୟ , ଅପଚୟ , ଶୀଘ୍ର ଶୀଘ୍ର ଖାଇବା , ଧୂମ୍ର ପାନ କରିବା ଏବଂ କୋଲଡ଼ ଡ୍ରିଂକ୍ସର ସେବନ କରିବା ଆଦି ଗ୍ୟାସ ହେବାର ପ୍ରମୁଖ କାରଣ ହୋଇଥାଏ । ଗ୍ୟାସ ସମସ୍ୟା ହେଲେ ପେଟରେ ଖୁବ ଯନ୍ତ୍ରଣା ଅନୁଭବ ହୋଇଥାଏ । ଗ୍ୟାସ ହେବାର ଆଉ ଏକ କାରଣ ହେଉଛି ବିଳମ୍ବରେ ଖାଇବା । ତେଣୁ ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟଭ୍ୟାସରେ ପରିବର୍ତ୍ତନ କାରଣରୁ ମଧ୍ୟ ଗ୍ୟାସ ସମସ୍ୟା ଦେଖା ଦେଇଥାଏ ।

ଉପଚାର :-

୧ . ପ୍ରଥମ ଉପଚାର ପାଇଁ ଆବଶ୍ୟକ ହେଉଛି ଜୁଆଣି , କଳା ଲୁଣ କିମ୍ବା ବିଟ ଲୁଣ ଏବଂ ଉଷୁମ ପାଣି । ମନେ ରଖନ୍ତୁ , ଆପଣ ପ୍ରତ୍ୟେକ ଦିନ ଖାଦ୍ୟ ସେବନ କରିବା ପରେ ଜୁଆଣି ଗୁଣ୍ଡର ଏକ ଚତୁର୍ଥାଂଶ ଏବଂ ସାମାନ୍ୟ କଳା ଲୁଣ ଖାଇ ଉଷୁମ ପାଣିର ସେବନ କରି ପାରିବେ । କିମ୍ବା ଉଷୁମ ପାଣିରେ ସେତିକି ପରିମାଣର ଜୁଆଣି ଗୁଣ୍ଡ ଏବଂ କଳା ଲୁଣ ମିଶାଇ ମଧ୍ୟ ସେବନ କରି ପାରିବେ । ତେବେ ଏହି ଉପଚାର ପ୍ରତ୍ୟେକ ଦିନ କଲେ ଗ୍ୟାସ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ।

୨ . ଦ୍ୱିତୀୟ ଉପଚାର ପାଇଁ ଆପଣଙ୍କୁ ଅଧା ଲେମ୍ବୁର ରସ ଏବଂ ପନାମହୁରୀର ଆବଶ୍ୟକତା ପଡ଼ିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଅଧା ଲେମ୍ବୁର ରସକୁ ଏକ ପାତ୍ରରେ ବାହାର କରି ନିଅନ୍ତୁ । ଏହାପରେ ଦଶ ମିନିଟ ପର୍ଯ୍ୟନ୍ତ ପାନମହୁରୀକୁ ଭିଜାଇ ରଖନ୍ତୁ । ଦଶ ମିନିଟ ପରେ ତାହାକୁ ସେବନ କଲେ ଆପଣଙ୍କର ଗ୍ୟାସ ସମସ୍ୟା ଦୂର ହୋଇଯିବ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟ ସେବନ କରିବା ପରେ ଏହି ଉପଚାର କରି ପାରିବେ ।

୩ . ତୃତୀୟ ଉପଚାର ପାଇଁ ଆପଣଙ୍କୁ ହଳଦୀ ଗୁଣ୍ଡ , ଖାଇବା ଲୁଣ ଏବଂ ଉଷୁମ ପାଣିର ଆବଶ୍ୟକତା ପଡ଼ିବ । ପ୍ରଥମେ ଆପଣ ଅଳ୍ପ ହଳଦୀ ଏବଂ ଲୁଣକୁ ସେବନ କରି ଉଷୁମ ପାଣି ସେବନ କରନ୍ତୁ । ନଚେତ ଉଷୁମ ପାଣିରେ ହଳଦୀ ଲୁଣ ମିଶାଇ ସେବନ କରନ୍ତୁ । ଯଦି ଆପଣ ପ୍ରତ୍ୟେକ ଦିନ ଏହି ଉପଚାର ପ୍ରସ୍ତୁତ କରି ସେବନ କରନ୍ତି ତେବେ ଗ୍ୟାସ ସମସ୍ୟା ନିଶ୍ଚିତ ଭାବରେ ଦୂରେଇ ଯିବ । ଏହି ଉପଚାର କଲେ ଆପଣ ଗ୍ୟାସ ବାହାର କରି ପାରିବେ ।

ଗ୍ୟାସକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବା ପାଇଁ ଉପାୟ :-

ଏହି ଉପଚାର ପାଇଁ ସର୍ବପ୍ରଥମେ ଆପଣ ଏକ ପାତ୍ରରେ ପାଣି ନିଅନ୍ତୁ । ଏହାପରେ ୧୦ ରୁ ୧୨ ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ । ତେବେ ଏହାକୁ ପ୍ରସ୍ତୁତ କରି ସକାଳୁ ପ୍ରତ୍ୟେକ ଦିନ ସେବନ କରନ୍ତୁ । କେବଳ କିଛିଦିନ ଏହାର ସେବନ କଲେ ଗ୍ୟାସ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *