ପୁଣିଥରେ ଚର୍ଚ୍ଚାକୁ ଆସିଲା ମା ଲକ୍ଷ୍ମୀ ସଂକୀର୍ତ୍ତନ ମଣ୍ଡଳୀ , ବିଜୟ ମହାନ୍ତିଙ୍କ ଗୀତ କନ୍ୟାଦାନ ମହାପୁଣ୍ୟ ଗୀତରେ କଲେ ସଂକୀର୍ତ୍ତନ… ଦେଖନ୍ତୁ ଭିଡିଓ

ଅନେକ ସମୟରେ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ , ଯାହାକୁ ଦେଖିବା ପରେ ଆଖିରୁ ଲୁହ ଆସିଥାଏ । ଅନେକ ଲୋକ ଏହାକୁ ଦେଖିବା ପରେ ଭାବବିହ୍ଵଳ ହୋଇଯାଆନ୍ତି । ତେବେ ଆପଣ ମାନେ ସମସ୍ତେ ସଂକୀର୍ତ୍ତନ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରାୟତଃ ଗାଁ ରେ ଏହି ସଂକୀର୍ତ୍ତନ ଦେଖିବାକୁ ମିଳିଥାଏ । ପୂଜା ଆଦିରେ ନାମ ସଂକୀର୍ତ୍ତନ ଦେଖିବାକୁ ମିଳିଥାଏ । ଆଉ ଲୋକମାନେ ଏହାକୁ ଦେଖିବା ପାଇଁ ଗୋଟିଏ ଜାଗାରେ ଏକାଠି ହୋଇଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି ମା ଲକ୍ଷ୍ମୀ ସଂକୀର୍ତ୍ତନ । ଏହି ସଂକୀର୍ତ୍ତନ ଦଳ ଆଧୁନିକ ସ୍ୱରରେ ଭଜନ ଗୀତ ଗୁଡିକୁ ଗାଇ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିଥାନ୍ତି । ସେଥିପାଇଁ ଏହି ଦଳ ସବୁବେଳେ ସମସ୍ତଙ୍କର ପ୍ରିୟ ହୋଇ ଯାଇଥାଏ । ଯୁଆଡେ ଗଲେ ବି ଏମାନଙ୍କର ଚର୍ଚ୍ଚା ହୋଇଥାଏ। ଏମାନେ ବହୁତ ସୁନ୍ଦର ଢଙ୍ଗରେ ଗୀତକୁ ଗାଇଥାନ୍ତି । ତେବେ ଏମାନଙ୍କର ଗୀତକୁ ଶୁଣିଲେ ଯିଏ ଯେଉଁଠି ଥିଲେ ବି ପାଖକୁ ଚାଲି ଆସିଥାନ୍ତି । ଲୋକମାନଙ୍କର ଭଲପାଇବା ସଦାସର୍ବଦା ଏମାନଙ୍କ ଉପରେ ରହିଥାଏ ।

ଏମାନେ ଭଜନ ଗୀତକୁ ବହୁତ ସୁନ୍ଦର ଗାନ କରି ପ୍ରଦର୍ଶନ କରିଥାନ୍ତି । ତେବେ ପୁଣିଥରେ ଏମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏମାନେ ବର୍ତ୍ତମାନ ସମୟରେ ଆରପାରିରେ ଥିବା ସୁପ୍ରସିଦ୍ଧ କଳାକାର ବିଜୟ ମହାନ୍ତିଙ୍କର ଗୀତ କନ୍ୟାଦାନ ମହାପୁଣ୍ୟ ଗୀତର ସ୍ୱରରେ ଭଜନ ଗାଉ ଥିବାର ଦେଖା ଯାଇଛନ୍ତି । ଆଉ ଏହାକୁ ଶୁଣି ସମସ୍ତଙ୍କର ବିଜୟ ମହାନ୍ତିଙ୍କର ସ୍ମୃତି ମନେ ପଡି ଯାଉଛି । ସେଇ ମହାନ କଳାକାର ଯିଏ ଆମକୁ କେତେ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଥିଲେ ଆଜି ସେ ଆମ ଗହଣରେ ନାହାଁନ୍ତି ।

ତେବେ ବିଜୟ ମହାନ୍ତି ସିନା ନାହାଁନ୍ତି କିନ୍ତୁ ତାଙ୍କ ସ୍ମୃତି ଚିରଦିନ ପାଇଁ ରହିବ ବୋଲି ଲୋକେ କହିଛନ୍ତି । ଅନ୍ୟପକ୍ଷରେ ମା ଲକ୍ଷ୍ମୀ ସଂକୀର୍ତ୍ତନ ମଣ୍ଡଳୀକୁ ଲୋକମାନେ ଅତ୍ୟନ୍ତ ଭଲପାଇବା ଦେଇଛନ୍ତି କାରଣ ସେମାନେ ଲୋକମାନଙ୍କ ଆଗରେ ଏତେ ଭଲ ଗୀତ ଗାଇ ପାରୁଛନ୍ତି ଆଉ ଦର୍ଶକ ମାନଙ୍କୁ ସବୁବେଳେ ଆକର୍ଷିତ କରି ପାରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀ ସଂକୀର୍ତ୍ତନ ମଣ୍ଡଳୀ ସମସ୍ତଙ୍କର ପ୍ରିୟ ହୋଇପାରିଛି ଆଉ ଘରେ ଘରେ ମଧ୍ୟ ଏହା ବିଷୟରେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *