ରାନୀ ପଣ୍ଡାଙ୍କ ଗୁଆ ଘିଅ ଗୀତରେ ନାଚ , ଦେଖିଲେ ଅବାକ ହୋଇଯିବେ ଆପଣ

ଯାତ୍ରା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ତଥା ଦର୍ଶକ ମାନଙ୍କର ମନ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଯାତ୍ରା କୁଇନ ରାନୀ ପଣ୍ଡାଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ନିଜ ଅଭିନୟ ବଳରେ ସେ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ପାରିଛନ୍ତି । ଏହାବ୍ୟତୀତ ନିଜ ନୃତ୍ୟ ପାଇଁ ମଧ୍ୟ ସେ ଦର୍ଶକ ମାନଙ୍କ ଗହଣରେ ଅତ୍ୟନ୍ତ ପରିଚିତ ଅଟନ୍ତି । ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ ଆଇଟମ ଗୀତରେ ନୃତ୍ୟ କରିଛନ୍ତି ରାନୀ ପଣ୍ଡା । ତାଙ୍କ କଳା ଏତିକିରେ ସୀମିତ ନୁହେଁ , ସେ ଅନେକ ଷ୍ଟେଜ ଶୋ ମଧ୍ୟ କରିଥାନ୍ତି ।

ସେ କେତେବେଳେ ଦୁଃଖୀର ସାଥି ସାଜନ୍ତି ତ ଆଉ କେତେବେଳେ କାହାର ବନ୍ଧୁ । ସବୁ କାର୍ଯ୍ୟରେ ଆଗୁଆ ରାନୀ ପଣ୍ଡା । ନିଜର ହାଇପାୱାର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାନୀ ପଣ୍ଡା । କରୋନା ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ଆଉ କାହାର ସମସ୍ୟା ସମୟରେ ପାଖରେ ଛିଡା ହେବା ହେଉ ସବୁ ଠାରେ ରାନୀ ପଣ୍ଡା ରହିଥାନ୍ତି । ତେବେ ନିଜର ଭଲ କାମ ପାଇଁ ଚାରିଆଡେ ପ୍ରଶଂସିତ ହୋଇଥାନ୍ତି ସେ ।

ତେବେ ବେଳେବେଳେ ତାଙ୍କର ଅନେକ କଥା ତଥା କାମର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଆଉ ଦର୍ଶକ ମାନେ ଏହି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । କେତେବେଳେ ସେ ସୋସିଆଲ ମିଡ଼ିଆରେ ଲାଇଭ ଆସି କଣ କହି ଦିଅନ୍ତି , ଯାହା ଦର୍ଶକ ମାନଙ୍କୁ ବହୁତ ହସାଇଥାଏ । ଦର୍ଶକ ମାନେ ଅନେକ ସମୟରେ ତାଙ୍କୁ ଟ୍ରୋଲ ମଧ୍ୟ କରିଥାନ୍ତି । ତେବେ ନିକଟରେ ରାନୀ ପଣ୍ଡାଙ୍କର ଏକ ନାଚ ଭାଇରାଲ ହୋଇଥିଲା ।

ଆପଣ ସମସ୍ତେ ଜାଣିଥିବେ କି ରାନୀ ପଣ୍ଡାଙ୍କର ନୃତ୍ୟଶୈଳୀ ସମସ୍ତଙ୍କ ଠାରୁ ଅଲଗା । ଆଉ ଏହି ନାଚ ପାଇଁ ସେ ଅନେକ ସମୟରେ ଲୋକଲୋଚନକୁ ଆସିଥାନ୍ତି । ତେବେ ନିକଟରେ ରାନୀ ପଣ୍ଡା ଏକ କନସେଟରେ ଯୋଗ ଦେଇଥିଲେ ଆଉ ସେଠାରେ ସେ ଭାଇରାଲ ଗୀତ ଗୁଆଘିଅରେ ନାଚି ଥିଲେ । ଏହା ପରେ ଆଲବମ ଗୀତ ମୋର ଗୁଲାବି ଗାଲରେ ଗୀତ କୁ ମଧ୍ୟ ଗାଇଥିଲେ , ଯାହା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ତେବେ ରାନୀ ପଣ୍ଡାଙ୍କର ଏହି ଭିଡ଼ିଓ ସବୁ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାକୁ ଲାଗିଥିଲା ।

Leave a Reply

Your email address will not be published. Required fields are marked *