ଅଟୋରେ ମିଳିନଥିଲା ଜାଗା ତ ଯୁଗାଡ ମାଧ୍ୟମରେ ଏମିତି ପଛରେ ବସିଲେ ବ୍ୟକ୍ତି ଜଣଙ୍କ, କିନ୍ତୁ ସେହି ସମୟରେ ହେଲେ ଏମିତି ଘଟଣା : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଏମିତି ଭିଡିଓ ଉପସ୍ଥିତ ରହିଛି, ଯାହାକୁ ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ପ୍ରାୟତଃ ଆମେ ବସ, ଟେମ୍ପୋ ଏବଂ ଟ୍ରେନରେ ଯାତ୍ରୀମାନଙ୍କୁ ବହୁ ମାତ୍ରାରେ ଯାଉଥିବାର ଦେଖିଛେ। ରାସ୍ତା ଉପରେ ଅଟୋବାଲା ମଧ୍ୟ ନିଜ ଗାଡିରେ ଯାତ୍ରୀ ଭର୍ତ୍ତି କରି ନେଇ ଯାଇଥାନ୍ତି। ଅନେକ ଥର ତ କିଛି ଲୋକ ଏମିତି ମଧ୍ୟ ଥାନ୍ତି, ଜୀବନକୁ ବିପଦରେ ପକେଇ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ଯାଇଥାନ୍ତି। କିଛି ଏମିତି ହିଁ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଚିନ୍ତାରେ ପଡିଯିବେ। ଅଟୋରେ ଡ୍ରାଇଭର ବହୁତ ଯାତ୍ରୀ ବସେଇ ଦେଇଛନ୍ତି, କିନ୍ତୁ ପୁଣି ମଧ୍ୟ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି। ପୁଣି ସେ ଯାହା କରିଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ଆପଣ ଚିନ୍ତାରେ ଏଥିପାଇଁ ପଡିଯିବେ,କାରଣ ଜଣେ ବ୍ୟକ୍ତି ଅଟୋ ପଛରେ ଏମିତି ବସିଛନ୍ତି ଯେମିତି ତାଙ୍କୁ ସେଠାରେ କୈାଣସି ସମସ୍ୟା ହେଉନାହିଁ। ଦ୍ରୁତ ଗତିରେ ଚାଲୁଥିବା ଅଟୋ ପଛରେ ବସିଥିବା ଯୁବକଙ୍କ ଜୀବନ ବିପଦରେ ରହିଛି। ଏମିତି ବିପଦପୂର୍ଣ୍ଣ କାମ କରିବା ତାଙ୍କ ପାଇଁ ଜୀବନ ନେବା ଭଳି ପ୍ରମାଣିତ ହୋଇପାରେ। ଅଟୋ ପଛରେ ଆସୁଥିବା କୈାଣସି ବ୍ୟକ୍ତି ଏହି ଭିଡିଓ ବନେଇ ଦେଇଛନ୍ତି ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଇଛନ୍ତି। ଇଣ୍ଟରନେଟରେ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଏହାକୁ ସେୟାର କରିବା ପାଇଁ ଲାଗିଛନ୍ତି। ଭିଡ଼ିଓର ଶେଷରେ ଦେଖା ଯାଉଛି କି କେମିତି ସେହି ବ୍ୟକ୍ତି ଜଣଙ୍କ ଯେତେବେଳେ ମୋବାଇଲ କ୍ୟାମେରାକୁ ଦେଖିଥାନ୍ତି ତ ହସିବାକୁ ଲାଗି ଯାଇଥାନ୍ତି।

ଜୀବନକୁ ବିପଦରେ ପକେଇ ଯାତ୍ରା କରୁଥିଲେ ବ୍ୟକ୍ତି ଜଣଙ୍କ

 

View this post on Instagram

 

A post shared by Zee News (@zeenews)

ଅଟୋରେ ଜାଗା ନମିଳିବାରୁ ଏମିତି ଯୁଗାଡ କରିବା ବହୁତ ଭୟଙ୍କର ଅଟେ। ଯଦି ସେହି ବ୍ୟକ୍ତି ଜଣଙ୍କ ଅଟୋରୁ ପଡିଯିବେ ତାହାଲେ ତାଙ୍କୁ ଗମ୍ଭୀର କ୍ଷତ ଲାଗିପାରେ ଏବଂ ଜୀବନ ମଧ୍ୟ ହରେଇବା ପାଇଁ ପଡ଼ିପାରେ। ଏଥିପାଇଁ, ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ଉଚିତ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମ, ଫେସବୁକ ଏବଂ ଟୁଇଟରରେ ସେୟାର କରାଯାଇଛି। ଜଣେ ୟୁଜର ଲେଖିଛନ୍ତି, ‘କେହି ବାଧ୍ୟ ହୋଇ ପାରନ୍ତି।’ ସେଠାରେ ଜଣେ ଅନ୍ୟ ୟୁଜର ଲେଖିଛନ୍ତି, ‘ଏହି ତରିକା ବହୁତ ହିଁ ଭୁଲ ପ୍ରମାଣିତ ସୋଇପାରେ। ଜୀବନର ଯତ୍ନ କର। ଗୋଟିଏ-ଦୁଇ କିଲୋମିଟର ପାଦରେ ମଧ୍ୟ ଚାଲି ପାରିବ।ନିଜ ବିଷୟରେ ନହେଲେ ନାହିଁ ଘର ଲୋକଙ୍କ ବିଷୟରେ ଚିନ୍ତା କର।’ଏହି ଭିଡିଓକୁ ଏପର୍ଯ୍ୟନ୍ତ ଦେଢ ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି।

Leave a Reply

Your email address will not be published. Required fields are marked *