ଆସିଲା ଭାରତୀୟ ରେଳବିଭାଗର ନୂଆ ନିୟମ । ବଦଳିବ ଟ୍ରେନରେ ଶୋଇବାର ପଦ୍ଧତି । ନିୟମ ଭାଙ୍ଗିଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ ।

ଟ୍ରେନରେ ଯାତ୍ରା କରିବା ଶସ୍ତା ଏବଂ ଆରାମଦାୟକ ଅଟେ । ଏଥିରେ ଆପଣ ଆରାମରେ ଶୋଇ ବହୁତ୍ ଦୂର ପର୍ଯ୍ୟନ୍ତ ଯାତ୍ରା କରି ପାରିବେ । ତଥାପି, ବେଳେବେଳେ ଆପଣଙ୍କର ସହ-ଯାତ୍ରୀମାନେ ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରନ୍ତି । କେହି କେହି ଉଚ୍ଚ ସ୍ୱରରେ ମୋବାଇଲରେ କଥାବାର୍ତ୍ତା ହେଉଥିବା ବେଳେ କେହି କେହି ରାତିରେ ଲାଇଟ୍ ମଧ୍ୟ ଲଗାଇ ଥାଆନ୍ତି । ଆହୁରି ମଧ୍ୟ କିଛି ଲୋକ ଏକ ଗୋଷ୍ଠୀ ଗଠନ କରି, ରାତିସାରା ଉଚ୍ଚ ସ୍ୱରରେ କଥାବାର୍ତ୍ତା ହୋଇଥାନ୍ତି ।

ଯଦି ଆପଣ ଏଭଳି ଯାତ୍ରୀମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରଅଛି । ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ରାତିରେ ଟ୍ରେନରେ ଯାତ୍ରା କରିବା ଏବଂ ଶୋଇବାକୁ ନେଇ କିଛି ନୂତନ ନିୟମ ଲାଗୁ କରିଛି । ଏହି ନିୟମଗୁଡିକ ଦ୍ଵାରା ଯାତ୍ରୀମାନେ ବହୁତ ଉପକୃତ ହେବେ ।

ଏହି ନୂଆ ନିୟମ ଅନୁଯାୟୀ ରାତି 10 ଟା ପରେ କୌଣସି ଯାତ୍ରୀ ଆପଣଙ୍କ ସିଟ୍, କମ୍ପାର୍ଟମେଣ୍ଟ କିମ୍ବା କୋଚରେ ମୋବାଇଲରେ କଥା ହୋଇପାରିବେ ନାହିଁ । କେବଳ ଏତିକି ନୁହେଁ କୌଣସି ଯାତ୍ରୀ ଉଚ୍ଚ ସ୍ୱରରେ ଗୀତ ମଧ୍ୟ ଶୁଣି ପାରିବେ ନାହିଁ । ବାସ୍ତବରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କଠାରୁ ବାରମ୍ବାର ଅଭିଯୋଗ ଗ୍ରହଣ କରୁଥିଲା ଯେ କେତେକ ସହ-ଯାତ୍ରୀମାନେ ରାତିରେ ଶୋଇବା ସମୟରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା ହେଉଛନ୍ତି । ଏହି ଅଭିଯୋଗକୁ ଧ୍ୟାନରେ ରଖି ରେଳବାଇ ଏହି ନୂତନ ନିୟମ ଲାଗୁ କରିଛି ।

ରେଳବାଇକୁ ଏହି ଅଭିଯୋଗ ମଧ୍ୟ ମିଳିଛି ଯେ କିଛି ଯାତ୍ରୀ ରାତିରେ ମଧ୍ୟ ଲାଇଟ୍ ଅନ୍ କରନ୍ତି । ଏହାଦ୍ୱାରା ସେମାନଙ୍କ ଶୋଇବାରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ନୂତନ ନିୟମ ଅନୁସାରେ ରାତି 10 ଟା ପରେ ଆପଣଙ୍କୁ କୋଚ୍ ର ଲାଇଟ୍ ବନ୍ଦ କରିବାକୁ ପଡିବ । ଯେଉଁମାନେ ରାତିସାରା ଗ୍ରୁପ୍ କରି କଥାବାର୍ତ୍ତା ହେଉଥିଲେ, ସେମାନଙ୍କୁ ମଧ୍ୟ ଚୁପ୍ ରହିବାକୁ ପଡିବ ।

ରେଳ ମନ୍ତ୍ରଣାଳୟ ରେଳବାଇର ସମସ୍ତ ଜୋନ୍ କୁ ଯଥାଶୀଘ୍ର ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ଯାତ୍ରୀ ଏହି ନିୟମ ଭାଙ୍ଗନ୍ତି ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ରହିଛି । ଏହି ନୂତନ ନିୟମ ଅନୁଯାୟୀ, ଯଦି ଜଣେ ଯାତ୍ରୀ ଅଭିଯୋଗ କରନ୍ତି, ତେବେ ଟ୍ରେନରେ ଉପସ୍ଥିତ ଥିବା କର୍ମଚାରୀ ସେହି ସମସ୍ୟାର ସମାଧାନ କରିବେ ।

ଭାରତୀୟ ରେଳବିଭାଗ ର ଏହି ନୂତନ ନିୟମକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଆଗକୁ ହୋଲିର ପର୍ବ ମଧ୍ୟ ଆସୁଛି । ଅନେକ ଲୋକ ଛୁଟି କାଟିବା ପାଇଁ ନିଜ ଘରକୁ ଯିବେ । ଟ୍ରେନ୍ ମଧ୍ୟ ବହୁତ ଭିଡ଼ ହେବ । ଏହି ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ, ସେମାନଙ୍କର ଯାତ୍ରା ଅଧିକ ଆରାମଦାୟକ ହେବ ।

Leave a Reply

Your email address will not be published. Required fields are marked *